ଭୁବନେଶ୍ୱର: ଆରମ୍ଭ ହୋଇଯାଇଛି ନିର୍ବାଚନ ପର୍ବ। ସବୁ ଦଳ ରଣାଙ୍ଗନକୁ ଓହ୍ଲାଇବାକୁ ସଜବାଜ ହେଉଥିବାବେଳେ ଅଭିଯୋଗର ଫର୍ଦ୍ଦ ମଧ୍ୟ ବଢିବାରେ ଲାଗିଛି। ବିଶେଷ କରି ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ ହେଉଥିବା ଖବର ସାମ୍ନାକୁ ଆସୁଛି। ପ୍ରଚାର ପ୍ରସାରକୁ ନେଇ ଭାରତୀୟ ଜନତା ପାର୍ଟିର ଛାପ ପଡୁଥିବା ନେଇ ଅଭିଯୋଗ ଆଣିଛି ବିଜେଡି। ଉଜ୍ଜ୍ବଳା ଯୋଜନାରେ ଆଚରଣ ବିଧି ଉଲ୍ଲଘଂନ କରାଯାଇଛି ବୋଲି ବିଜେଡି ଅଭିଯୋଗ ଆଣିଛି। ତା ସହ ବିଏସଏନ୍ଏଲରେ ବାଜୁଥିବା କଲର୍ ଟ୍ୟୁନକୁ ତୁରନ୍ତ ପ୍ରତ୍ୟାହାର କରିବାକୁ ନିର୍ବାଚନ କମିଶନଙ୍କ ନିକଟକେ ଫେରାଦ ହୋଇଛି ବିଜେଡ଼ି।
ଆଚରଣ ବିଧି ଲାଗୁ ହେବା ପରେ କୌଣସି ଭାବେ ନୂତନ ହିତାଧିକାରୀଙ୍କୁ ସାମିଲ କରାଯାଇପାରିବ ନାହିଁ। ଇଣ୍ଡିଆନ୍ ଅଏଲ ଯେଉଁ ଭଳି ଭାବରେ ଆଚରଣ ବିଧି ଉଲ୍ଲଂଘନ କରୁଛନ୍ତି, ଏହାକୁ ବିଜେଡ଼ି ଘୋର ବିରୋଧ କରିଛି। ଦ୍ଵିତୀୟରେ ମୋବାଇଲ ଟେଲିଫୋନ ବିଏସଏନ୍ଏଲରେ ବାଜୁଥିବା କଲର୍ ଟ୍ୟୁନ ରେ ଥିବା କେନ୍ଦ୍ର ସରକାରଙ୍କର 'ଦେଶ ବଦଲ ରହାହେ' ବାଜୁଥିବା ବେଳେ ତୁରନ୍ତ ଏହାକୁ ପ୍ରତ୍ୟାହାର କରିବାକୁ ବିଜୁ ଜନତା ଦଳ ଦାବି କରିଛି।
ବିଜେଡ଼ି ମୁଖପାତ୍ର ସସ୍ମିତ ପାତ୍ର କହିଛନ୍ତି ଯଦି ଏହା ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ନାହିଁ ତେବେ ରାଜ୍ୟ ଜାଣିବେ ଯେ କୌଣସି ନା କୌଣସି ସ୍ଥାନରେ କେନ୍ଦ୍ର ସରକାରଙ୍କର ଚାପ ବଳବତ୍ତର ରହିଛି।
ଭୁବନେଶ୍ୱରରୁ ବିକାଶ କୁମାର ଦାସ, ଇଟିଭି ଭାରତ