ETV Bharat / state

ପରିବେଶ ପାଇଁ ପୁରସ୍କାର: 166 ଜଣ ‘ପ୍ରକୃତି ମିତ୍ର’ ସମ୍ମାନରେ ସମ୍ମାନିତ

ଆଜି ବିଶ୍ବ ପରିବେଶ ଦିବସ । ପ୍ରକୃତିକୁ ସୁରକ୍ଷା ଦେଉଥିବା 166 ବ୍ୟକ୍ତିତ୍ବଙ୍କୁ ‘ପ୍ରକୃତି ମିତ୍ର’ ପୁରସ୍କାରରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଶ୍ରୀ ବିକ୍ରମ କେଶରୀ ଆରୁଖ ସମ୍ମାନିତ କରିଛନ୍ତି ।

author img

By

Published : Jun 5, 2019, 4:39 PM IST

ଫଟୋ ସୌଜନ୍ୟ- ପ୍ରତିନିଧି, ଭୁବନେଶ୍ବର

ଭୁବନେଶ୍ବର: ରାଜ୍ୟ ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ଅନୁଷ୍ଠିତ ହୋଇଛି ରାଜ୍ୟସ୍ତରୀୟ ବିଶ୍ୱ ପରିବେଶ ଦିବସ । ସ୍ଥାନୀୟ ରବୀନ୍ଦ୍ର ମଣ୍ଡପରେ ଆୟୋଜିତ ହୋଇଥିବା ଏହି ଉତ୍ସବରେ ପ୍ରକୃତି ଓ ପରିବେଶ ସୁରକ୍ଷା ଦିଗରେ ଉଲ୍ଲେଖଯୋଗ୍ୟ ଅବଦାନ ରଖୁଥିବା 166 ଜଣ ବ୍ୟକ୍ତିତ୍ବଙ୍କୁ ପ୍ରଦାନ କରାଯାଇଛି ‘ପ୍ରକୃତି ମିତ୍ର’ ପୁରସ୍କାର ।

ଭିଡିଓ ସୌଜନ୍ୟ- ପ୍ରତିନିଧି, ଭୁବନେଶ୍ବର

ଏହି ଅବସରରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଶ୍ରୀ ବିକ୍ରମ କେଶରୀ ଆରୁଖ ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିଲେ । ସେ ଚଳିତ ବର୍ଷର ଥିମ "ଶବ୍ଦ ପ୍ରଦୂଷଣ ରୋକିବା" ଉପରେ ଅନୁଷ୍ଠିତ ହୋଇଥିବା ଇକୋ ମଡେଲ ପ୍ରଦର୍ଶନୀରେ ଭାଗନେଇ ଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରିଥିଲେ।

ଦିନକୁ ଦିନ ବଢି ଚାଲିଥିବା ପରିବେଶ ପ୍ରଦୂଷଣ ରୋକିବାକୁ ଚଳିତ ବର୍ଷ ସରକାରଙ୍କ ପକ୍ଷରୁ 50 ଲକ୍ଷ ଚାରା ବଣ୍ଟନ କରାଯାଇଥିଲା । ଏଥି ସହିତ 80 ଲକ୍ଷ ଚାରା ରୋପଣ କାରାଯିବାକୁ ଯୋଜନା ଥିବା ନେଇ ବିଭାଗୀୟ ଅତିରିକ୍ତ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର କହିଛନ୍ତି। ଏପଟେ ସରକାରଙ୍କ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଥିବା ବେଳେ ପ୍ରତେକ ଜନସାଧାରଣ ମଧ୍ୟ ପରିବେଶ ସୁରକ୍ଷା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରିବାକୁ ପରାମର୍ଶ ଦେଇଛନ୍ତି ମନ୍ତ୍ରୀ ।

ବିଶ୍ବ ପରିବେଶ ଦିବସ ଉପଲକ୍ଷେ ପ୍ରସ୍ତୁତ ପୁସ୍ତକ ପରିବେଶର ଜାଗ୍ରତ ପ୍ରହରୀ ଓ ନ୍ୟୁଜ ଲେଟର ଉନ୍ମୋଚିତ ହୋଇଥିଲା। କାର୍ଯ୍ୟକ୍ରମ ଆରମ୍ଭରେ ବିଭାଗର ନିର୍ଦ୍ଦେଶକ ତଥା ସ୍ୱତନ୍ତ୍ର ସାଶନ ସଚିବ ଡଃ କେ ମୁର୍ଗୁସେନ ସ୍ୱାଗତ ଭାଷଣ ଦେଇଥିବା ବେଳେ ଶେଷରେ ଆଶୁତୋଷ ଦେବତା ଧନ୍ୟବାଦ ଅର୍ପଣ କରିଥିଲେ।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.