ବୌଦ୍ଧ: ନିର୍ମାଣଧୀନ ଶ୍ରମିକଙ୍କୁ ମିଳୁନି ବାକି ଥିବା ଶ୍ରମ । ଦୀର୍ଘ ଦୁଇ ବର୍ଷ ହେଲା ପ୍ରାୟ 20 ଜଣ ଶ୍ରମିକଙ୍କର ଦୁଇ ଲକ୍ଷରୁ ଅଧିକ ଟଙ୍କା ନଦେଇ ଫେରାର ହୋଇଛନ୍ତି ଠିକା ସଂସ୍ଥା । ଏପରି ଅଭିଯୋଗ କରିଛନ୍ତି ବୌଦ୍ଧ ଜିଲ୍ଲା ଧଳପୁର ଠାରେ ମହାନଦୀ ଉପରେ ନିର୍ମାଣ ସେତୁରେ କାର୍ଯ୍ୟ କରୁଥିବା ଶ୍ରମିକମାନେ ।
ସୂଚନାଅନୁୁସାରେ,ବୌଦ୍ଧ ଜିଲ୍ଲା ଧଳପୁରଠାରେ ମହାନଦୀ ଉପରେ ନିର୍ମାଣ ହେଉଥିବା ସେତୁରେ ପ୍ରାୟ 20ରୁ 25ଜଣ ଶ୍ରମିକ କାମ କରୁଥିଲେ । ପ୍ରାୟ ୨ ବର୍ଷ ହେଲା 25 ଜଣ ଶ୍ରମିକଙ୍କର ବାକିଥିବା ଦୁଇ ଲକ୍ଷ ଷାଠିଏ ହଜାର ଟଙ୍କା ଦିଆଯାଇ ନଥିବା ଅଭିଯୋଗ ହୋଇଛି । ଏହା ସହିତ ଠିକାସଂସ୍ଥା ପକ୍ଷରୁ ଶ୍ରମିକଙ୍କୁ କୌଣସି ସୁରକ୍ଷା ଉପକରଣ ଦିଆଯାଉନଥିବା ଅଭିଯୋଗ ହୋଇଛି । ଗତ ସପ୍ତାହରେ ସେତୁରେ କାର୍ଯ୍ୟରତ ଜଣେ ଶ୍ରମିକ ଖସିପଡିବା ଫଳରେ ତାଙ୍କ ମୃତ୍ୟୁ ହୋଇଥିଲା । ବର୍ତ୍ତମାନ ପୁଣି ଉକ୍ତ ସେତୁ ନିର୍ମାଣ କାର୍ଯ୍ୟ କରୁଥିବା ଗୁଜୁରାଟର ଠିକାସଂସ୍ଥା ରଣଜିତ ବିଲ୍ଡକନ ନାମକ ପେଟି ଠିକାଦାରଙ୍କୁ କାମ ଦେଇଛି ।
ଉକ୍ତ ପେଟି କଣ୍ଟ୍ରାକ୍ଟର ଶ୍ରମିକଙ୍କ ବକେୟା ଦରମା ନଦେଇ ଫେରାର ହୋଇଥିବା ଅଭିଯୋଗ ହୋଇଛି । ଏନେଇ ଶ୍ରମିକଙ୍କ ମଧ୍ୟରେ ଅଶାନ୍ତି ଦେଖାଦେଇ ଥିବା ବେଳେ ଏ ସମ୍ପର୍କରେ ଜିଲ୍ଲା ଶ୍ରମ ଅଧିକାରୀଙ୍କ ନିକଟରେ ଲିଖିତ ଅଭିଯୋଗ ହୋଇଛି । ତୁରନ୍ତ ଏ ଦିଗରେ ପଦକ୍ଷେପ ଗ୍ରହଣ କରିବାକୁ ଶ୍ରମିକମାନେ ଦାବି କରିଛନ୍ତି ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ