ETV Bharat / state

କୋରୋନା ସଚେତନତା ପାଇଁ ମହିଳା ମାନେ ବସ୍ତିରେ ମାସ୍କ ବାଣ୍ଟିଲେ

author img

By

Published : Apr 12, 2020, 12:41 AM IST

କୋରୋନା ସଚେତନତା ପାଇଁ ମହିଳା ମାନେ ବସ୍ତିରେ ମାସ୍କ ବାଣ୍ଟିଲେ । ମାଗଣାରେ ଦେଲେ ମାସ୍କ । ଅଧିକ ପଢନ୍ତୁ...

women distributes free mask in slum area
କୋରୋନା ସଚେତନତା ପାଇଁ ମହିଳା ମାନେ ବସ୍ତିରେ ମାସ୍କ ବାଣ୍ଟିଲେ

ବୌଦ୍ଧ: କୋରୋନା ଭୟାବହତାକୁ ଦୃଷ୍ଟିରେ ରଖି ଲୋକଙ୍କୁ ସଚେତନ କରିବାକୁ ମହିଳା ମାନେ ମଧ୍ୟ ଘରୁ ବାହାରିଲେ । ବଜାରରେ ପହଞ୍ଚି କିଭଳି ସ୍ବଛ ରହିବେ ତଥା ସାମାଜିକ ଦୂରତା ବଜାୟ ରଖିବେ ସେ ସମ୍ପର୍କରେ ବୁଝାଇଥିଲେ । ସେହିପରି ଆଉ କିଛି ମହିଳା ବସ୍ତି ବସ୍ତି ବୁଲି ମାଗଣାରେ ମାସ୍କ ବଣ୍ଟନ ସହିତ ଲୋକଙ୍କୁ ଘରେ ରହି ସଚେତନ ରହିବାକୁ ଅନୁରୋଧ କରିଥିଲେ ।

ଦିନକୁ ଦିନ କୋରୋନା ମହାମାରୀ ଭୟାବହତା ବୃଦ୍ଧି ପାଇବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ବୌଦ୍ଧ ସୁଧାର ଗୃହର ମହିଳା ମାନେ ସ୍ବତନ୍ତ୍ର ପରିବା ବଜାରରେ ପହଞ୍ଚି ଲୋକଙ୍କୁ ସାମାଜିକ ଦୂରତା ବଜାୟ ରଖି କିଭଳି ସ୍ବଚ୍ଛ ରହିବେ ତାହା ବୁଝାଇଥିଲେ । ବଜାରକୁ ଆସୁଥିବା ଲୋକଙ୍କୁ ହାତ ସଫାକରି ସେମାନଙ୍କୁ ସାନିଟାଇଜର ବ୍ୟବହାର କରିବାକୁ ପ୍ରବର୍ତ୍ତାଇଥିଲେ । ସେହିପରି ଶ୍ରୀ ଜଗନ୍ନାଥ ସିଲେଇ ଶିକ୍ଷା କେନ୍ଦ୍ର ପକ୍ଷରୁ ବିଭିନ୍ନ ବସ୍ତିକୁ ମହିଳା ମାନେ ଯାଇ ମାଗଣାରେ ମାସ୍କ ବଣ୍ଟନ ସହିତ ଘରେ ରହି କିଭଳି ଏହି ଯୁଦ୍ଧରେ ଲଢେଇ କରିହେବ ତାହା ବୁଝାଇଥିଲେ । ମହିଳା ମାନଙ୍କ ଏହି ସଚେତନତା କାର୍ଯ୍ୟକ୍ରମକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.