ETV Bharat / state

କେନାଲ ହୁଡାରୁ ମହିଳା ମୃତଦେହ ଉଦ୍ଧାର, ଦୁଷ୍କର୍ମ ପରେ ହତ୍ୟା ସନ୍ଦେହ

author img

By

Published : Nov 1, 2020, 8:11 PM IST

ବୌଦ୍ଧ ଜିଲ୍ଲାରେ ବୃଦ୍ଧି ପାଇବାରେ ଲାଗିଛି ଅପରାଧିକ କାର୍ଯ୍ୟ କଳାପ । ଯୁବ ବ୍ୟବସାୟୀ ରାଜା ହତ୍ୟାକାଣ୍ଡର ତଦନ୍ତ ପୋଲିସ କରୁଥିବାବେଳେ ଆଜି ପୁଣି ଏକ ବୀଭତ୍ସ ହତ୍ୟାକାଣ୍ଡ ଘଟିଛି । କେନାଲ ହୁଡାରୁ ମହିଳା ମୃତଦେହ ଉଦ୍ଧାର କରାଯାଇଛି । ଅଧିକ ପଢନ୍ତୁ...

କେନାଲ ହୁଡାରୁ ମହିଳା ମୃତ ଦେହ ଉଦ୍ଧାର, ଦୁଷ୍କର୍ମ ପରେ ହତ୍ୟା ସନ୍ଦେହ

ବୌଦ୍ଧ: କୋରୋନା ସମୟରେ ଜିଲ୍ଲାରେ ବୃଦ୍ଧି ପାଇବାରେ ଲାଗିଛି ଅପରାଧିକ କାର୍ଯ୍ୟ କଳାପ । ଆଜି ପୁଣି ଏକ ବୀଭତ୍ସ ହତ୍ୟାକାଣ୍ଡ ଘଟିଛି । ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ସନ୍ଦେହ ।

ବୌଦ୍ଧ ଜିଲ୍ଲାରେ ବୃଦ୍ଧି ପାଇବାରେ ଲାଗିଛି ଅପରାଧିକ କାର୍ଯ୍ୟ କଳାପ । ଯୁବ ବ୍ୟବସାୟୀ ରାଜା ହତ୍ୟାକାଣ୍ଡର ତଦନ୍ତ ପୋଲିସ କରୁଥିବା ବେଳେ ଆଜି ପୁଣି ଏକ ବୀଭତ୍ସ ହତ୍ୟାକାଣ୍ଡ ଘଟିଛି । ସୂଚନା ମୁତାବକ ବୌଦ୍ଧ ଥାନା ଅନ୍ତର୍ଗତ ବୀର ରାମଚନ୍ଦ୍ରପୁର ଗ୍ରାମ ନିକଟସ୍ଥ ଏକ କେନାଲ ହୁଡାରେ ଜଣେ ମହିଳାଙ୍କ ମୃତଦେହ ସନ୍ଦିଗ୍ଧ ଅବସ୍ଥାରେ ମିଳିଛି । ଘଟଣା ସମ୍ପର୍କରେ ସୂଚନା ପାଇ ବୌଦ୍ଧ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସେପଟେ ଏହା ଏକ ହତ୍ୟାକାଣ୍ଡ ବୋଲି ସମ୍ପର୍କୀୟ ଥାନାରେ ଅଭିଯୋଗ କରିଛନ୍ତି । ରବିବାର ସକାଳୁ କୌଣସି ଦୁର୍ବୃତ୍ତ ମହିଳାଙ୍କ ମୁଣ୍ଡକୁ ଛେଚି ହତ୍ୟା କରିଥିବା ଜଣାପଡିଛି ।

ମୃତ ମହିଳାଙ୍କ ସ୍ବାମୀ ବୌଦ୍ଧ ବାହାରେ ରହି କାର୍ଯ୍ୟ କରୁଛନ୍ତି । ତେବେ ପାରିପାର୍ଶ୍ବିକ ଅବସ୍ଥାରୁ ମହିଳାଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି । ବର୍ତ୍ତମାନ ପୋଲିସ ତଦନ୍ତ ଚଳାଇଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.