ETV Bharat / state

ଭାଲୁ ଆକ୍ରମଣରେ ମହିଳା ଗୁରୁତର - ଜଙ୍ଗଲ ବିଭାଗ କର୍ମଚାରୀ

ଅନୁଗୋଳ ଜିଲ୍ଲାରେ ଚାଷକାମ କରିବାକୁ ଯାଇଥିବା ସମୟରେ ତିନୋଟି ଭାଲୁ ଆକ୍ରମଣରେ ଗୁରୁତର ମହିଳା । ବନବିଭାଗ କର୍ମଚାରୀ ନପହଞ୍ଚିବା ଯୋଗୁଁ ଗୁରୁତର ମହିଳାଙ୍କୁ ଗ୍ରାମବାସୀ ଅଟୋରେ ଆଣି ବୌଦ୍ଧ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଅଧିକ ପଢନ୍ତୁ........

ଫଟୋ ସୌଜନ୍ୟ : ପ୍ରତିନିଧି, ବୌଦ୍ଧ
author img

By

Published : Oct 11, 2019, 6:30 PM IST

ବୌଦ୍ଧ: ବୌଦ୍ଧ ଜିଲ୍ଲାର ପଡୋଶୀ ଅନୁଗୋଳ ଜିଲ୍ଲାର ବାସୁଦେବପୁର ପଞ୍ଚାୟତରେ ଭାଲୁ ଆକ୍ରମଣରେ ମହିଳା ଗୁରୁତର । ଚାଷକାମ କରିବାକୁ ଯାଇଥିବା ସମୟରେ ଭାଲୁ ଆକ୍ରମଣରେ ଗୁରୁତର ମହିଳା । ଦୀର୍ଘ ସମୟ ଅପେକ୍ଷା କରିଥିଲେ ମଧ୍ୟ ବନ ବିଭାଗ କର୍ମଚାରୀ ପରେ ନପହଞ୍ଚିବା ଯୋଗୁଁ ଗୁରୁତର ମହିଳାଙ୍କୁ ଅଟୋରେ ଆଣି ବୌଦ୍ଧ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ବୌଦ୍ଧ : ଭାଲୁ ଆକ୍ରମଣରେ ଗୁରୁତର ମହିଳା

ଅନୁଗୋଳ ଜିଲ୍ଲା ବାସୁଦେବପୁର ପଞ୍ଚାୟତର ନକଟିଦେଉଳ ଗାଁର ବିମଳ ପେରେକ(୫୦) ଭାଲୁ ଆକ୍ରମଣରେ ଗୁରୁତର ହୋଇଛନ୍ତି । ସୂଚନା ମୁତାବକ ନକଟିଦେଉଳ ଗାଁର ବିମଳ ଶୁକ୍ରବାର ସକାଳ ପ୍ରାୟ ସାତଟା ବେଳେ ନିଜ ଜମିକୁ ଘାସ ବାଛିବା ପାଇଁ ଯାଇଥିଲା ବେଳେ ତିନୋଟି ଭାଲୁ ଏକା ସହ ଅତର୍କିତ ଆକ୍ରମଣ କରିଛନ୍ତି । ଭାଲୁଙ୍କ ସହ ତାଙ୍କର ଧସ୍ତାଧସ୍ତି ହେବାରୁ ଦୁଇଟି ଭାଲୁ ଚାଲିଯାଇଥିଲେ ମଧ୍ୟ ଗୋଟିଏ ଭାଲୁ ବିମଳଙ୍କ ମୁଣ୍ଡ ,ଗୋଡ,ହାତ ଓ ପେଟକୁ ଆକ୍ରମଣ କରି ଚିରି ପକାଇଛି ।

ଫଳରେ ଭାଲୁ ଆକ୍ରମଣରେ ସେ ଗୁରୁତର ଅବସ୍ଥାରେ ଗ୍ରାମବାସୀଙ୍କ ଦ୍ବାରା ଉଦ୍ଧାର ହୋଇଛନ୍ତି । ତୁରନ୍ତ ବନ ବିଭାଗକୁ ଖବର ଦିଆଯାଇଥିଲେ ସୁଦ୍ଧା ଦୀର୍ଘ ସମୟ ଅପେକ୍ଷା ପରେ ମଧ୍ୟ କୌଣସି ଅଧିକାରୀ ଘଟଣାସ୍ଥଳରେ ନପହଞ୍ଚିବାରୁ ଲୋକେ ଗୁରୁତର ବିମଳଙ୍କୁ ଏକ ଅଟୋ ଯୋଗେ ବୌଦ୍ଧ ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି । ତାଙ୍କ ଅବସ୍ଥା ଗୁରୁତର ଥିବା ବେଳେ ଏହି ଅତ୍ୟନ୍ତ ଗରିବ ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବାକୁ ସାଧାରଣରେ ଦାବି ହୋଇଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଈଟିଭି ଭାରତ

Intro:ବୌଦ୍ଧ ଜିଲ୍ଲାର ପଡୋଶୀ ଅନୁଗୁଳ ଜିଲ୍ଲାର ବାସୁଦେବପୁର ପଞ୍ଚାୟତରେ ଅଘଟଣ ।ଚାଷକାମ କରିବାକୁ ଯାଇ ଭାଲୁ କାମୁଡାରେ ଗୁରୁତର ମହିଳା ।ଜଙ୍ଗଲ ବିଭାଗ କର୍ମଚାରୀ ଦୀର୍ଘ ସମୟ ପରେ ନପହଞ୍ଚିବାରୁ ବାଧ୍ୟ ହୋଇ ଗୁରୁତର ଙ୍କୁ ଅଟୋ ଯୋଗେ ଆଣି ବୌଦ୍ଧ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।
ଅନୁଗୁଳ ଜିଲ୍ଲା ବାସୁଦେବପୁର ପଞ୍ଚାୟତ ର ନକଟିଦେଉଳ ଗାଁର ବିମଳ ପେରେକ(୫୦) ଭାଲୁ କାମୁଡାରେ ଗୁରୁତର ହୋଇ ବୌଦ୍ଧ ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ।ସୂଚନା ମୁତାବକ ନକଟିଦେଉଳ ଗାଁର ବିମଳ ସ୍ବାମୀ ଙ୍କ ମାନସିକ ଭିନ୍ନକ୍ଷମ ହେତୁ ନିଜେ ଚାଷବାସ କରନ୍ତି ।ଶୁକ୍ରବାର ସକାଳ ପ୍ରାୟ ସାତଟା ବେଳେ ନିଜ ଜମିକୁ ଘାସ ବାଛିବା ପାଇଁ ଯାଇଥିଲା ବେଳେ ତିନୋଟି ଭାଲୁ ଏକା ସହ ଅତର୍କିତ ଆକ୍ରମଣ କଲେ ।ବିମଳ ଭାଲୁଙ୍କ ସହ ଧସ୍ତାଧସ୍ତି ହେବାରୁ ଦୁଇଟି ଭାଲୁ ଚାଲିଯାଇଥିଲେ ମଧ୍ୟ ଗୋଟିଏ ଭାଲୁ ବିମଳଙ୍କ ମୁଣ୍ଡ ,ଗୋଡ,ହାତ ଓ ପେଟକୁ ଆକ୍ରମଣ କରି ଚିରି ପକାଇଥିଲା ।ଫଳରେ ବିମଳ ଗୁରୁତର ଅବସ୍ଥାରେ ଗ୍ରାମବାସୀଙ୍କ ଦ୍ବାରା ଉଦ୍ଧାର ହୋଇ ଜଙ୍ଗଲ ବିଭାଗ କୁ ଖବର ଦିଆଯାଇଥିଲା ।କିନ୍ତୁ ଦୀର୍ଘ ସମୟ ପରେ ମଧ୍ୟ କୌଣସି ଅଧିକାରୀ ଘଟଣାସ୍ଥଳରେ ନପହଞ୍ଚିବାରୁ ଲୋକେ ଗୁରୁତର ବିମଳଙ୍କୁ ଏକ ଅଟୋ ଯୋଗେ ବୌଦ୍ଧ ଆଣି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ।ବିମଳଙ୍କ ଅବସ୍ଥା ଏବେ ଗୁରୁତର ଥିବା ବେଳେ ଏହି ଅତ୍ୟନ୍ତ ଗରିବ ପରିବାରକୁ ସରକାରୀ ସହାୟତା ଯୋଗାଇଦେବାକୁ ସାଧାରଣରେ ଦାବୀ ହୋଇଛି ।

Body:ଭାଲୁ ଆକ୍ରମଣ ରେ ମହିଳା ଗୁରୁତର ।

Conclusion:ବାଇଟ-୧-ସନ୍ତୋଷ କୁମାର ମାଝୀ, ଆହତଙ୍କ ସମ୍ପର୍କୀୟ
ବୌଦ୍ଧ ରୁ ସତ୍ୟ ନାରାୟଣ ପାଣି, ଈଟିଭି ଭାରତ
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.