ETV Bharat / state

କାମରେ ଆସୁନି 60 ଲକ୍ଷ ବ୍ୟୟରେ ନିର୍ମିତ ୱାଟର ଟ୍ରିଟମେଣ୍ଟ ପ୍ଲାଣ୍ଟ

author img

By

Published : Jul 19, 2021, 11:00 AM IST

ବୌଦ୍ଧ ଜିଲ୍ଲାରେ ତେଲନଦୀ,ବାଘନଦୀ, ମେହେରୁଣୀ,ସାଲୁଙ୍କୀ ନଦୀ ସହିତ ମହାନଦୀ ଭଳି ବୃହତ ନଦୀ ପ୍ରବାହିତ ହେଉଛି । ଏହା ସତ୍ତ୍ବେ ବି ଅଧିକାଂଶ ସ୍ଥାନରେ ଲୋକେ ବିଶୁଦ୍ଧ ପାଣି ମୁନ୍ଦାଏ ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଅଧିକ ପଢନ୍ତୁ...

ବୌଦ୍ଧ ଜିଲ୍ଲାରେ ୬୦ଲକ୍ଷ ଟଙ୍କାର ଓ୍ବାଟର ଟ୍ରିଟମେଣ୍ଟ ପ୍ଲାଣ୍ଟ ଫେଲ ମାରିଥିବା ଅଭିଯୋଗ

ବୌଦ୍ଧ: ଜିଲ୍ଲାରେ ଦେଖାଦେଇଛି ପାନୀୟ ଜଳର ସମସ୍ୟା । ବୌଦ୍ଧ ଜିଲ୍ଲାରେ ତେଲନଦୀ,ବାଘନଦୀ, ମେହେରୁଣୀ,ସାଲୁଙ୍କୀ ନଦୀ ସହିତ ମହାନଦୀ ଭଳି ବୃହତ ନଦୀ ପ୍ରବାହିତ ହେଉଛି । ଏହା ସତ୍ତ୍ବେ ବି ଅଧିକାଂଶ ସ୍ଥାନରେ ଲୋକେ ବିଶୁଦ୍ଧ ପାଣି ମୁନ୍ଦାଏ ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହାକୁ ଦୃଷ୍ଟିରେ ରଖି ସରକାର ଜିଲ୍ଲାର କଣ୍ଟାମାଳ ବ୍ଲକ ପାଇଁ ଲୋକାପଡା ଠାରେ ଓ ବୌଦ୍ଧ ବ୍ଲକ ପାଇଁ ଚନ୍ଦ୍ପୁର ଠାରେ ମେଗା ପାନୀୟଜଳ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଛନ୍ତି । କିନ୍ତୁ ହରଭଙ୍ଗା ବ୍ଲକରେ ଏହି କାର୍ଯ୍ୟ ଆରମ୍ଭ ହୋଇପାରିନାହିଁ । ଜିଲ୍ଲାର ମୋଟ 69 ପଞ୍ଚାୟତ ମଧ୍ୟରୁ ଅନେକ ପଞ୍ଚାୟତରେ ମଧ୍ୟ ପାନୀୟଜଳର ଉତ୍କଟ ସମସ୍ୟା ଲାଗି ରହୁଛି ।

ବର୍ତ୍ତମାନ ପୁଣି ମନମୁଣ୍ଡା ନିକଟସ୍ଥ ଦେଉଳୀ ଠାରେ ଥିବା ଓ୍ବାଟର ଟ୍ରିଟମେଣ୍ଟ ପ୍ଲାଣ୍ଟର କାର୍ଯ୍ୟକାରୀତାକୁ ନେଇ ଉଠିଛି ପ୍ରଶ୍ନବାଚୀ । ଷାଠିଏ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ଏହି ଜଳ ବିଶୋଧନଗାର ତେଲନଦୀରୁ ପାଣି ସଂଗ୍ରହ ପରେ ଲୋକଙ୍କୁ ବିଶୁଦ୍ଧ ପାଣି ଯୋଗାଇବା ଲକ୍ଷ୍ୟ ଥିଲା । କିନ୍ତୁ ଏହି ପ୍ରକଳ୍ପ ଏଠାରେ ନିର୍ମାଣ ପରେ ମଧ୍ୟ ତେଲନଦୀର ଗୋଳିଆ ପାଣିକୁ ସିଧାସଳଖ ଲୋକଙ୍କୁ ସପ୍ଲାଇ କରାଯାଉଥିବା ଅଭିଯୋଗ ହୋଇଛି । ଏନେଇ ବୁଦ୍ଧିଜୀବୀ ଉଦବେଗ ପ୍ରକାଶ କରିବା ସହ ଜଳଯୋଗାଣ ବିଭାଗ ଓ ପ୍ରଶାସନ ପଦକ୍ଷେପ ଗ୍ରହଣ କରିବାକୁ ଦାବି କରିଛନ୍ତି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.