ETV Bharat / state

ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହରେ ନଦୀନାଳରେ ଜଳସ୍ତର ହ୍ରାସ, ଜନଜୀବନ ଅସ୍ତବ୍ୟସ୍ତ

author img

By

Published : Jun 13, 2023, 7:35 AM IST

ପ୍ରବଳ ଗ୍ରୀଷ୍ମପ୍ରବାହ ରେ ଜନଜୀବନ ଅସ୍ତବ୍ୟସ୍ତ । ଖରାର ଦାଉରେ ସୁଖିଗଲାଣି ମହାନହୀ । ବୌଦ୍ଧର ବିଭିନ୍ନ ଅଞ୍ଚଳରେ ପାନୀୟ ଜଳ ସଙ୍କଟ । ଅଧିକ ପଢ଼ନ୍ତୁ

ଖରାର ଦାଉରେ ସୁଖିଗଲାଣି ମହାନହୀ
ଖରାର ଦାଉରେ ସୁଖିଗଲାଣି ମହାନହୀ
ବୌଦ୍ଧର ବିଭିନ୍ନ ଅଞ୍ଚଳରେ ପାନୀୟ ଜଳ ସଙ୍କଟ

ବୌଦ୍ଧ: ଆକାଶରୁ ହେଉଛି ଅଗ୍ନି ବର୍ଷା । ଦିନରେ ପ୍ରବଳ ଝାଞ୍ଜି ଓ ରାତିରେ ଅସହ୍ୟ ଗୁଳୁଗୁଳି ଯୋଗୁଁ ସାଧାରଣ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡିଛି । ଆଉ ଏଭଳି ପରିସ୍ଥିତିରେ ଜିଲ୍ଲାର ଜୀବନ ରେଖା ମହାନଦୀରେ ଜଳପ୍ରବାହ ହ୍ରାସ ପାଉଥିବାରୁ ଏନେଇ ଗଭୀର ଉଦବେଗ ପ୍ରକାଶ ପାଇଛି । ମହାନଦୀ ସମେତ ଜିଲ୍ଲାର ନଦୀନାଳ, ପୋଖରୀ ଶୁଖିଯିବାକୁ ବସିଥିବାରୁ ଉଭୟ ମଣିଷ ଓ ପଶୁପକ୍ଷୀ ଏହାଦ୍ବାରା ଗଭୀର ପ୍ରଭାବିତ ହୋଇଛନ୍ତି । ବୌଦ୍ଧ ଜିଲ୍ଲାରେ ଗତ ମାସେ ହେଲା ପାରଦ ପ୍ରାୟ 45 ଡିଗ୍ରୀ ପାଖାପାଖି ରହୁଛି । ପ୍ରଚଣ୍ଡ ଖରା ଯୋଗୁଁ ସକାଳ 10ଟାରୁ ରାସ୍ତା ଘାଟ ସବୁ ଖାଲି ହୋଇ ପଡୁ଼ଛି । ଅତି ଜରୁରୀ ନଥିଲେ ଲୋକେ ଘରୁ ବାହରକୁ ଗୋଡ଼ କାଢୁ଼ ନାହାନ୍ତି ଲୋକେ ।

ଆଉ ଏଭଳି ସମୟରେ ପାନୀୟଜଳର ଉତ୍କଟ ସମସ୍ୟା ସମସ୍ତଙ୍କୁ ଚିନ୍ତିତ କରିଛି । ବୌଦ୍ଧ ଜିଲ୍ଲାର ତିନୋଟି ବ୍ଲକର ବିଭିନ୍ନ ପଞ୍ଚାୟତରେ ପାନୀୟଜଳର ଉତ୍କଟ ସମସ୍ୟା ପରିଲକ୍ଷିତ ହୋଇଛି । ହରଭଙ୍ଗା, ବୌଦ୍ଧ ଓ କଣ୍ଟାମାଳ ବ୍ଲକର ବିଭିନ୍ନ ପଞ୍ଚାୟତର ନିର୍ମାଣ ହୋଇଥିବା ଓଭର ହେଡ୍‌ ଟାଙ୍କି, ସୋଲାର ପ୍ରକଳ୍ପ ଓ ଅନେକ ନଳକୂପ ଅଚଳ ହୋଇ ପଡିଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ପାଣି ମୁନ୍ଦାଏ ପାଇଁ କିଲୋମିଟର କିଲୋମିଟର ବାଟ ଯାଇ ପାଣି ସଂଗ୍ରହ କରିବାକୁ ପଡୁଛି କହିଛନ୍ତି ଗ୍ରାମବାସୀ । ଏପରିକି ଅନେକ ଉପାନ୍ତ ଅଞ୍ଚଳରେ ଶୁଖିଲା ପାହାଡିଆ ନାଳରୁ ଚୂଆ ଖୋଳି ପାଣି ସଂଗ୍ରହ କରିବାକୁ ପଡୁଛି ।

ପାନୀୟଜଳ ସମସ୍ୟାର ସମାଧାନ ନିମନ୍ତେ ସରକାର ବୌଦ୍ଧ ଜିଲ୍ଲାର ଲୋକାପଡା, ଜଗତୀ ଓ ପାଣିଘରା ଭଳି ସ୍ଥାନରେ ମେଗା ପାନୀୟଜଳ ପ୍ରକଳ୍ପ କାର୍ଯ୍ୟ ହାତକୁ ନେଇଛନ୍ତି । ହେଲେ ଏଗୁଡିକ ସମ୍ପୂର୍ଣ୍ଣ କାର୍ଯ୍ୟକାରୀ ହୋଇପାରି ନଥିବାରୁ ଏନେଇ ଗଭୀର ଚିନ୍ତା ପ୍ରକାଶ ପାଇଛି । ଗୋଟିଏ ପଟରେ ଜିଲ୍ଲାବାସୀ ଗରମରେ ସନ୍ତୁଳି ହେଉଥିବା ବେଳେ ଅନ୍ୟପଟରେ ଜିଲ୍ଲାର ନଦୀନାଳ, ପୋଖରୀରେ ପାଣି ଶୁଖିଗଲାଣି । ସ୍ଥାନ ମରୁଭୂମିର ଭ୍ରମ ସୃଷ୍ଟି କରୁଛି ।

ମହାନଦୀକୁ ଅଳିଆ, ଆବର୍ଜନା ତଥା ଅଞ୍ଚଳର ନର୍ଦ୍ଦମା ପାଣିକୁ ଛାଡିଦିଆ ଯାଉଥିବାରୁ ମହାନଦୀ ପାଣି ବର୍ତ୍ତମାନ ଦୂଷିତ ହୋଇ ପଡିଛି । ମହାନଦୀ ଜଳ ଉତ୍ସର ପ୍ରମୁଖ ମାଧ୍ୟମ ଥିବା ବେଳେ ତାର ସୁରକ୍ଷା ପ୍ରତି ସେଭଳି କୌଣସି ପଦକ୍ଷେପ ଗ୍ରହଣ କରାଯାଉ ନଥିବା ଦାବି ହୋଇଛି । ବୌଦ୍ଧ ଜିଲ୍ଲା ପ୍ରଶାସନ ପକ୍ଷରୁ ଏନେଇ ବିଭିନ୍ନ ପଦକ୍ଷେପ ସହିତ ମହାନଦୀର ସୁରକ୍ଷା ନିମନ୍ତେ ମହାନଦୀରେ ଦିବ୍ୟ ଆଳତୀର ଆୟୋଜନ କରାଯାଇ ଜନସଚେତନତା ସୃଷ୍ଟି ପାଇଁ ଉଦ୍ୟମ କରାଯାଉଛି ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.