ବୌଦ୍ଧ: ମହାନଦୀକୁ ଗାଧୋଇବାକୁ ଯାଇ ଭାସିଗଲେ ଦୁଇ ନାବାଳକ । ଅଗ୍ନିଶମ ବିଭାଗ ଦୁଇ ମୃତକଙ୍କୁ ଉଦ୍ଧାର କରିଥିବା ବେଳେ ହରଭଙ୍ଗା ପୋଲିସ ଏହାର ତଦନ୍ତ ଆରମ୍ଭ କରିଛି । ବୌଦ୍ଧ ଜିଲ୍ଲାର ହରଭଙ୍ଗା ଥାନା ଅଞ୍ଚଳରେ ଘଟିଛି ଏହି ଅଭାବନୀୟ ଘଟଣା ।
ସୂଚନା ମୁତାବକ ହରଭଙ୍ଗା ଥାନା ଅନ୍ତର୍ଗତ ଅରଖପଦର ଗ୍ରାମର 5 ଜଣ ନାବାଳକ ମହାନଦୀକୁ ଗାଧୋଇବା ପାଇଁ ଯାଇଥିଲେ । ନଦୀରେ ଗାଧେଇବା ବେଳେ ପ୍ରଥମେ ପ୍ରଖର ସ୍ରୋତରେ ଆଶିଷ ନାମକ ନାବାଳକ ଭାସିଯିବାରୁ ତାକୁ ଉଦ୍ଧାର କରିବାକୁ ଯାଇ ତାର ସମ୍ପର୍କିୟ ଭାଇ ତୋଫାନ ମଧ୍ୟ ପାଣିର ସୁଅରେ ଭାସିଯାଇଥିଲା ।
ଅନ୍ୟ ତିନି ଜଣ ଚିତ୍କାର କରିଥିଲେ ମଧ୍ୟ ସ୍ଥାନୀୟ ଲୋକେ ମଜାଭାବି କେହି ଉଦ୍ଧାର କରିନଥିଲେ । ଫଳରେ ଉଭୟେ ପାଣିରେ ବୁଡି ପ୍ରାଣ ହରାଇଛନ୍ତି । ଉଭୟ ମୃତକଙ୍କୁ ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କରିଥିବା ବେଳେ ହରଭଙ୍ଗା ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ