ETV Bharat / state

ପାଟ୍ରୋଲିଂ ବେଳେ ବନ କର୍ମଚାରୀଙ୍କୁ ଗୁଳିମାଡ,୨ ଆହତ

ପାଟ୍ରୋଲିଂ ବେଳେ ବନ କର୍ମଚାରୀଙ୍କୁ ଗୁଳିମାଡ । ବୌଦ୍ଧ ଜିଲ୍ଲା ବଘିଆପଡା ନିକଟସ୍ଥ ଖଲିଆପାଲି ଅଞ୍ଚଳରେ ଗୁଳିମାଡ ହୋଇଥିବା ସୂଚନା । ତେବେ ଫାୟାରିଂ ମାମଲାରେ ଏକ ମାମଲା ଦାଏର କରାଯାଇଥିବା ବେଳେ ସମସ୍ତ ଦିଗ ପ୍ରତି ଧ୍ୟାନ ଦେଇ ତଦନ୍ତ କରାଯିବ ବୋଲି ବୌଦ୍ଧ ଏସପି କହିଛନ୍ତି । ଅଧିକ ପଢନ୍ତୁ

Bullet Injuries In Boudh
Forest dept employees Get Bullet Injuries
author img

By

Published : Mar 29, 2023, 10:49 AM IST

Updated : Mar 30, 2023, 7:42 AM IST

ପାଟ୍ରୋଲିଂ ବେଳେ ବନ କର୍ମଚାରୀଙ୍କୁ ଗୁଳିମାଡ

ବୌଦ୍ଧ: ଜଙ୍ଗଲ ମନ୍ତ୍ରୀଙ୍କ ଜିଲ୍ଲାରେ ଅସୁରକ୍ଷିତ ବନ କର୍ମଚାରୀ ! ପାଟ୍ରୋଲିଂ ବେଳେ ବନ ବିଭାଗ କର୍ମଚାରୀଙ୍କ ଗାଡିକୁ ଗୁଳିମାଡ । ଫଳରେ ୨ଜଣ ବନ କର୍ମଚାରୀ ଆହତ ହୋଇଥିବା ବେଳେ ବନ ସଂରକ୍ଷକ ଅଳ୍ପରେ ବର୍ତ୍ତିଯାଇଛନ୍ତି । ବୌଦ୍ଧ ଜିଲ୍ଲା ବଘିଆପଡା ନିକଟସ୍ଥ ଖଲିଆପାଲି ଅଞ୍ଚଳରେ ଏହି ଗୁଳିମାଡ ହୋଇଛି । ତେବେ ଏନେଇ ସମସ୍ତ ଦିଗକୁ ଆଖି ଆଗରେ ରଖି ତଦନ୍ତ କରାଯିବ ବୋଲି କହିଛନ୍ତି ବୌଦ୍ଧ ଏସପି ।

ସୂଚନାଅନୁସାରେ, ଗତକାଲି(ମଙ୍ଗଳବାର) ରାତିରେ ବୌଦ୍ଧ ସହକାରୀ ବନ ସଂରକ୍ଷକଙ୍କ ନେତୃତ୍ୱରେ ଏକ ଟିମ ବଘିଆପଡା ନିକଟସ୍ଥ ଖଲିଆପାଲି ଅଞ୍ଚଳରେ ପାଟ୍ରୋଲିଂ କରୁଥିବା ବେଳେ ଦୁର୍ବୃତ୍ତମାନେ ଅତର୍କିତ ଭାବରେ ଫାୟାରିଂ କରିଥିଲେ । ଦୁଇଟି ବାଇକ ଯୋଗେ ଚାରିଜଣ ଦୁର୍ବୃତ୍ତ ବନ ଅଧିକାରୀଙ୍କ ସ୍କୋର୍ପିଓ ଗାଡିକୁ ଅଟକାଇବା ପାଇଁ ଚେଷ୍ଟା କରିଥିବା ବେଳେ ଡ୍ରାଇଭର ଉପସ୍ଥିତ ବୁଦ୍ଧା ଖଟାଇ ସେଠାରୁ ଗାଡିକୁ ଖସାଇବା ପାଇଁ ଉଦ୍ୟମ କରିଥିଲେ । ଏହି ସମୟରେ ପଛପଟୁ ପ୍ରାୟ ୫ ରାଉଣ୍ଡ ଗୁଳି ଚଳାଇଥିଲେ ଦୁର୍ବୃତ୍ତ । ଫଳରେ ଗାଡିରେ ଥିବା ୮ଜଣ କର୍ମଚାରୀଙ୍କ ମଧ୍ୟରୁ ୨ଜଣଙ୍କ ଦେହରେ ଗୁଳି ବାଜିଥିଲା । ସହକାରୀ ବନ ସଂରକ୍ଷକ ଅଳ୍ପକେ ବର୍ତ୍ତିଯାଇଥିବା ବେଳେ ତୁରନ୍ତ ଦୁଇ ଆହତଙ୍କୁ ଉଦ୍ଧାର କରି ବୌଦ୍ଧ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ।

ଖବର ପାଇ ବୌଦ୍ଧ ଡିଏଫ ଓ ଦେବପ୍ରିୟ କମ୍ପ ଡାକ୍ତରଖାନାରେ ପହଞ୍ଚି ଆହତମାନଙ୍କୁ ଭେଟିଥିବା ବେଳେ ବୌଦ୍ଧ ପୋଲିସ ଏନେଇ ତଦନ୍ତ ଆରମ୍ଭ କରିଛି । ତେବେ ଆହତଙ୍କ ମଧ୍ୟରେ ନିଳାଞ୍ଚଳ ପ୍ରଧାନ ଓ ନବ କୁମାର ସାହୁ ଥିବା ବେଳେ ନିଳାଞ୍ଚଳଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବୁର୍ଲା ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି । ଗତ କିଛି ମାସ ପୂର୍ବରୁ ମଧ୍ୟ ଟିକରପଡା ପଞ୍ଚାୟତର ସାଲଦରଙ୍ଗା ଅଞ୍ଚଳରେ ବନ ବିଭାଗର ଗଞ୍ଜେଇ କଟା ଦଳକୁ ଟାର୍ଗେଟ କରି ବ୍ଲାଷ୍ଟିଂ କରାଯାଇଥିଲା ।

ତେବେ ଏହି ଗୁଳିକାଣ୍ଡ ଘଟଣା ବନ୍ୟଜନ୍ତୁ ଶିକାରୀ ନା ଗଞ୍ଜେଇ ମାଫିଆଙ୍କ ଦ୍ବାରା କରାଯାଇଛି ନା ଅନ୍ୟ କୌଣସି କାରଣ ରହିଛି ସେନେଇ ତଦନ୍ତ ପରେ ପ୍ରକୃତ କାରଣ ସ୍ପଷ୍ଟ ହୋଇପାରିବ । ସେପଟେ ବୌଦ୍ଧ ଏସପିଙ୍କ ନିର୍ଦ୍ଦେଶରେ ପ୍ରତ୍ୟେକ ଦିନ ଜିଲ୍ଲାର ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇ କ୍ବିଣ୍ଟାଲ କ୍ବିଣ୍ଟାଲ ଗଞ୍ଜେଇ ଜବତ କରାଯାଉଛି । ଗତକାଲି ମଧ୍ୟ କଣ୍ଟାମାଳ ଥାନା ପକ୍ଷରୁ ଗୋଟିଏ ଗାଡିରୁ ଦୁଇ କ୍ବିଣ୍ଟାଲରୁ ଊର୍ଦ୍ଧ୍ବ ଗଞ୍ଜେଇ ସହିତ ଗୋଟିଏ ଆଧୁନିକ ମାଉଜର ଜବତ ସହିତ ଦୁଇ ଜଣଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଛି ।

ତେବେ ଦୁର୍ବୃତ୍ତଙ୍କ ଗୁଳିମାଡରେ ଦୁଇଜଣ ବନ କର୍ମଚାରୀ ଆହତ ହେବାପରେ ଜିଲ୍ଲାରେ ହଇଚଇ ସୃଷ୍ଟି ହୋଇଛି । କେଉଁମାନେ ଓ କେଉଁ କାରଣରୁ ଏଭଳି ଗୁଳିକାଣ୍ଡ ଘଟିଲା ସେନେଇ ବର୍ତ୍ତମାନ ନାନା ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଖବର ପାଇ ତଦନ୍ତ କରୁଛି ପୋଲିସ ।

ଏନେଇ ବୌଦ୍ଧ ସହକାରୀ ବନ ସଂରକ୍ଷକ ଆଶିଷ କହଁର କହିଛନ୍ତି," ଆମୋ ପାଟ୍ରୋଲିଂରେ ଯାଇଥିଲୁ । ଆମେ ୮ଜଣ ହୋଇ ଯାଇଥିଲୁ । ପୂର୍ବରୁ ବୌଦ୍ଧରୁ ଅନେକ ଗଞ୍ଜେଇ ଜବତ କରାଯାଇଥିଲା । ତେବେ ପାଟ୍ରୋଲିଂ ସମୟରେ ହଠାତ୍‌ ଆସି ୪ ଜଣ ଅତର୍କିତ ଗୁଳିମାଡ କରିଥିଲେ । କାରଣ ସ୍ପଷ୍ଟ ହୋଇନାହିଁ । ୨ଜଣ କର୍ମଚାରୀ ଆହତ ହୋଇଛନ୍ତି । ତଦନ୍ତ ପରେ ପ୍ରକୃତ କାରଣ ଜଣାପଡିବ । "

ଇଟିଭି ଭାରତ, ବୌଦ୍ଧ

Last Updated : Mar 30, 2023, 7:42 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.