ETV Bharat / state

ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଅନ୍ଧାର ରାଜୁତି, ବିଦ୍ୟୁତ ଚୋରାଇଲେ କର୍ମଚାରୀ - ବୌଦ୍ଧ ସ୍ବାସ୍ଥ୍ୟ କେନ୍ଦ୍ରରେ ସଂଯୋଗ ହୋଇଛି ଚୋରା ବିଦ୍ୟୁତ

କମ୍ପାଉଣ୍ଡରଙ୍କ ଭରସାରେ ଚାଲିଛି ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର । ସେହିପରି ତାର ଟଣା ହୋଇ ମିଟର ଲାଗିଛି କିନ୍ତୁ ଚୋରାରେ ସଂଯୋଗ ହୋଇଛି ବିଦ୍ୟୁତ । ଏ ଭଳି ଘଟଣା ଦେଖିବାକୁ ମିଳିଛି ବୌଦ୍ଧ ଜିଲ୍ଲାର ଆମ୍ବଝରୀ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ । ଅଧିକ ପଢନ୍ତୁ...

ସ୍ବାସ୍ଥ୍ୟ ବିଭାଗର ଅବହେଳା, ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ ସଂଯୋଗ ହୋଇଛି ଚୋରା ବିଦ୍ୟୁତ

author img

By

Published : Nov 6, 2020, 4:56 PM IST

ବୌଦ୍ଧ: ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରର ଭରସା ପାଲଟିଛନ୍ତି କମ୍ପାଉଣ୍ଡର । ସ୍ବାସ୍ଥ୍ୟ କେନ୍ଦ୍ରରେ ମିଟର ତଥା ତାର ଲାଗିଥିଲେ ମଧ୍ୟ ବିଦ୍ୟୁତ ସଂଯୋଗ ହୋଇ ନଥିବାରୁ ଚୋରାରେ ଲାଗିଛି କରେଣ୍ଟ । ଏ ଭଳି ଅବ୍ୟବସ୍ଥାରେ ଚାଲୁଥିବାରୁ କୌଣସି ସମୟରେ ମଧ୍ୟ ଘଟିପାରେ ଅଘଟଣ । ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ର ଏଭଳି ବିକଳ ଚିତ୍ର ବୌଦ୍ଧ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗର ପାରିବାପଣିଆକୁ ପଦାରେ ପକାଇ ଦେଇଛି ।

ସ୍ବାସ୍ଥ୍ୟ ବିଭାଗର ଅବହେଳା, ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ ସଂଯୋଗ ହୋଇଛି ଚୋରା ବିଦ୍ୟୁତ

ବୌଦ୍ଧ ଜିଲ୍ଲାର ଉପାନ୍ତ ପଞ୍ଚାୟତ ଆମ୍ବଝରୀ ସଦର ମହକୁମାରେ ଅଞ୍ଚଳବାସୀଙ୍କୁ ସ୍ବାସ୍ଥ୍ୟ ସେବା ଯୋଗାଇ ଦେବାକୁ ସ୍ଥାପନ ହୋଇଛି ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର । ଡାକ୍ତର ଅଭାବ ଯୋଗୁଁ ଏଠାରେ କମ୍ପାଉଣ୍ଡର ହିଁ ସବୁକିଛି । ତେବେ ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଲା ଏଠାରେ ସ୍ବାସ୍ଥ୍ୟ କେନ୍ଦ୍ର ସ୍ଥାପନ ଦିନଠାରୁ ପୋଲ ପୋତାଯାଇ ବିଦ୍ୟୁତ ତାର ଟଣା ଯାଇ ମିଟର ମଧ୍ୟ ଲାଗିଛି । କିନ୍ତୁ ବିଦ୍ୟୁତ ସଂଯୋଗ ନାହିଁ । ଫଳରେ ସଂଧ୍ୟା ହୋଇଗଲେ ଏଠାରେ ଅନ୍ଧକାର ରାଜୁତି କରେ ।ଫଳରେ ବାଧ୍ୟ ହୋଇ କାର୍ଯ୍ୟରତ କର୍ମଚାରୀ ଚୋରାରେ ବିଦ୍ୟୁତ ତାର ସଂଯୋଗ କରିଛନ୍ତି । ଏଠାରେ ଡାକ୍ତର ଅଭାବ ସହ ବିଦ୍ୟୁତ ଓ ପାନୀୟଜଳ ର ଏଭଳି ଅଭାବ ରୋଗୀ ଙ୍କୁ ଅସୁବିଧାରେ ପକାଉଥିବା ବେଳେ ଘଟଣା କୁ କର୍ମଚାରୀ ସ୍ବୀକାର କରିଛନ୍ତି ।

ସେପଟେ ଏ ସମ୍ପର୍କରେ ଇଟିଭି ଭାରତ ବୌଦ୍ଧ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ଜଣାଇବା ପରେ ସେ ଆଶ୍ଚର୍ଯ୍ୟ ପ୍ରକଟ କରିବା ସହ ଦୁଃଖ ପ୍ରକାଶ କରିଛନ୍ତି । ଏନେଇ ତୁରନ୍ତ ପଦକ୍ଷେପ ଗ୍ରହଣ କରିବେ କହିଛନ୍ତି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.