ETV Bharat / state

ଜେସିବି ଡ୍ରାଇଭରର ବେପରୁଆ ଗାଡି ଚାଳନା ଯୋଗୁଁ ଚାଲିଗଲା ଯୁବକଙ୍କ ଜୀବନ - ବୌଦ୍ଧ ଜିଲ୍ଲା ବାମଣ୍ଡା ପଞ୍ଚାୟତ ଅନ୍ତର୍ଗତ କୁଲିମୁଣ୍ଡା

ବୌଦ୍ଧ ଜିଲ୍ଲା ବାମଣ୍ଡା ପଞ୍ଚାୟତ ଅନ୍ତର୍ଗତ କୁଲିମୁଣ୍ଡାଠାରେ ଘଟିଛି ଦୁଃଖଦ ଘଟଣା । ଠିକାସଂସ୍ଥା ଡ୍ରାଇଭରର ବେପରୁଆ ଗାଡି ଚାଳନା ଯୋଗୁଁ ଚାଲିଗଲା ଯୁବକଙ୍କ ଜୀବନ । ସେପଟେ ମଙ୍ଗଳବାର ଲୁଣିବାହାଲ ପଞ୍ଚାୟତ ବଡବନ୍ଧ ଗ୍ରାମରେ ଦିଅର ଭାଉଜଙ୍କ ପ୍ରେମ ସମ୍ପର୍କର କରୁଣ ପରିଣତି ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ...

ଜେସିବି ଡ୍ରାଇଭରର ବେପରୁଆ ଗାଡି ଚାଳନା ଯୋଗୁଁ ଚାଲିଗଲା ଯୁବକଙ୍କ ଜୀବନ

author img

By

Published : Apr 21, 2021, 8:06 AM IST

ବୌଦ୍ଧ: ଠିକାସଂସ୍ଥା ଡ୍ରାଇଭରର ବେପରୁଆ ଗାଡି ଚାଳନା ଯୋଗୁଁ ଚାଲିଗଲା ଯୁବକଙ୍କ ଜୀବନ । ବୌଦ୍ଧ ଜିଲ୍ଲା ସଦର ମହକୁମାଠାରୁ ପ୍ରାୟ ୧୦ କିଲୋମିଟର ଦୂର ବାମଣ୍ଡା ପଞ୍ଚାୟତ ଅନ୍ତର୍ଗତ କୁଲିମୁଣ୍ଡାଠାରେ ଘଟିଛି ଏହି ଦୁଃଖଦ ଘଟଣା ।

ଜେସିବି ଡ୍ରାଇଭରର ବେପରୁଆ ଗାଡି ଚାଳନା ଯୋଗୁଁ ଚାଲିଗଲା ଯୁବକଙ୍କ ଜୀବନ

ସୂଚନାମୁତାବକ, ଏଆରଏସଏସ ନାମକ ଏକ ଠିକାସଂସ୍ଥା ରାସ୍ତା ନିର୍ମାଣ କାର୍ଯ୍ୟ କରୁଥିବା ବେଳେ ମଙ୍ଗଳବାର ସକାଳୁ ଜେସିବି ଡ୍ରାଇଭରର ବେପରୁଆ ଗାଡି ଚାଳନା ଯୋଗୁଁ ହଠାତ କୁଲିମୁଣ୍ଡା ଯାତ୍ରୀ ବିଶ୍ରାମାଗାର ନିକଟରେ ଛିଡା ହୋଇଥିବା ପିଣ୍ଟୁ ମାଝୀ ନାମକ ଯୁବକକୁ ଧକ୍କା ହୋଇଥିଲା । ଗୁରୁତର ପିଣ୍ଟୁକୁ ପ୍ରଥମେ ବୌଦ୍ଧ ଓ ପରେ ବୁର୍ଲା ସ୍ଥାନାନ୍ତର ସମୟରେ ସୋନପୁର ନିକଟରେ ମୃତ୍ୟୁ ହୋଇଥିବା ଜଣାପଡିଛି । ଜେସିବି ଡ୍ରାଇଭରର ଭୁଲ ଯୋଗୁଁ ପିଣ୍ଟୁର ମୃତ୍ୟୁ ହୋଇଥିବା ତାର ପିତା ଅଭିଯୋଗ କରିବା ସହ ଉପଯୁକ୍ତ କ୍ଷତି ପୂରଣ ଦାବି କରିଛନ୍ତି ।

ସେପଟେ ମଙ୍ଗଳବାର ଲୁଣିବାହାଲ ପଞ୍ଚାୟତ ବଡବନ୍ଧ ଗ୍ରାମରେ ଦିଅର ଭାଉଜଙ୍କ ପ୍ରେମ ସମ୍ପର୍କର କରୁଣ ପରିଣତି ଦେଖିବାକୁ ମିଳିଛି । ଉଭୟେ ବିଷପିଇ ଦେଇଥିବା ବେଳେ ସେମାନଙ୍କୁ ପରିବାର ଲୋକେ ନିକଟସ୍ଥ ଜଙ୍ଗଲରୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ବୌଦ୍ଧ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରିଛନ୍ତି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.