ETV Bharat / state

ଉଦଘାଟିତ ହେଲା କ୍ଷୁଦ୍ରମେଳା, ଆକର୍ଷଣର କେନ୍ଦ୍ରବିନ୍ଦୁ ସାଜିଲା ଜଙ୍ଗଲଜାତ ପଦାର୍ଥ

କୋରୋନା କଟକଣା ମଧ୍ୟରେ ବୌଦ୍ଧରେ ଚଳିତ ବର୍ଷର ପ୍ରଥମ କ୍ଷୁଦ୍ର ମେଳା ଅନୁଷ୍ଠିତ ହୋଇଯାଇଛି । ତେବେ ଏହି ମେଳାରେ ମୁଖ୍ୟ ଆକର୍ଷଣ ଥିଲା ଜଙ୍ଗଲଜାତ ପଦାର୍ଥ ଓ ଗୃହ ପ୍ରସ୍ତୁତ ମସଲା । ଅଧିକ ପଢନ୍ତୁ...

ଉଦଘାଟିତ ହେଲା କ୍ଷୁଦ୍ରମେଳା, ଆକର୍ଷଣର କେନ୍ଦ୍ରବିନ୍ଦୁ ସାଜିଲା ଜଙ୍ଗଲଜାତ ପଦାର୍ଥ
ଉଦଘାଟିତ ହେଲା କ୍ଷୁଦ୍ରମେଳା, ଆକର୍ଷଣର କେନ୍ଦ୍ରବିନ୍ଦୁ ସାଜିଲା ଜଙ୍ଗଲଜାତ ପଦାର୍ଥ
author img

By

Published : Feb 2, 2021, 8:32 AM IST

ବୌଦ୍ଧ: କୋରୋନା କଟକଣା ମଧ୍ୟରେ ଚଳିତ ବର୍ଷର ପ୍ରଥମ କ୍ଷୁଦ୍ର ମେଳା ଅନୁଷ୍ଠିତ ହୋଇଯାଇଛି । କୋରୋନା ମହାମାରୀ ଯୋଗୁଁ ବିଗତ ବର୍ଷ ସବୁ ମେଳା ମହୋତ୍ସବକୁ ବାତିଲ କରି ଦିଆଯାଇଥିବା ବେଳେ ଚଳିତ ବର୍ଷ ପ୍ରଥମ ଥର ପାଇଁ ବୌଦ୍ଧ ଜିଲ୍ଲା ସଂଗ୍ରହାଳୟ ପରିସରରେ ଜିଲ୍ଲା ପ୍ରଶାସନ ଓ ଓରମାସର ମିଳିତ ଭାବେ ଏକ କ୍ଷୁଦ୍ର ମେଳାର ଆୟୋଜନ କରାଯାଇଛି । ସୋମବାର ସନ୍ଧ୍ୟାରେ ଜିଲ୍ଲାପାଳ ଏହି କ୍ଷୁଦ୍ର ମେଳାର ଉଦଘାଟନ କରିଥିଲେ ।

ଉଦଘାଟିତ ହେଲା କ୍ଷୁଦ୍ରମେଳା, ଆକର୍ଷଣର କେନ୍ଦ୍ରବିନ୍ଦୁ ସାଜିଲା ଜଙ୍ଗଲଜାତ ପଦାର୍ଥ

ତେବେ ଏହି ମେଳାରେ ମୁଖ୍ୟ ଆକର୍ଷଣ ଥିଲା ଜଙ୍ଗଲଜାତ ପଦାର୍ଥ ଓ ଗୃହ ପ୍ରସ୍ତୁତ ମସଲା । ସେପଟେ ଲୋକଙ୍କୁ ସଚେତନତା ଉଦ୍ଦେଶ୍ୟରେ ଏକ ଛାୟା କଣ୍ଢେଇ ନାଚର ଆୟୋଜନ କରାଯାଇଥିଲା । ବିଶେଷକରି ଛାତ୍ରଛାତ୍ରୀଙ୍କ ମଧ୍ୟରେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଖୋଦ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ମଞ୍ଚ ଉପରକୁ ଉଠିଯାଇ ସଖି କଣ୍ଢେଇକୁ ନଚେଇ ଥିଲେ ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.