ବୌଦ୍ଧ: କୋରୋନା ସମ୍ପର୍କରେ ଲୋକଙ୍କୁ ସଚେତନ କରାଇବେ ଶିକ୍ଷକ । ଓଡିଶାରେ ଜଣେ କୋରୋନା ରୋଗୀଙ୍କ ମୃତ୍ୟୁ ହୋଇଥିବା ବେଳେ, ଯାହାକୁ ନେଇ ଆତଙ୍କିତ ହୋଇପଡିଛନ୍ତି ଲୋକେ । ସାମାଜିକ ଦୂରତା କୋରୋନା ସଂକ୍ରମକୁ ରୋକିବା ପାଇଁ ସର୍ବୋତ୍କୃଷ୍ଟ ଔଷଧ ବୋଲି ବିବେଚନା କରାଯାଉଛି ।
ସେପଟେ ଲକଡାଉନ ଯୋଗୁଁ ପ୍ରଶାସନ ପଞ୍ଚାୟତ ସ୍ତରରେ ରନ୍ଧା ଖାଦ୍ୟ ଯୋଗାଉଥିଲେ ମଧ୍ୟ କିଛି ସ୍ଥାନରେ କେତେକ ଭୋକିଲା ରହିଯାଉଛନ୍ତି । ତେବେ ସେମାନଙ୍କ ମୁହଁରେ ଆହାର ଦେବାକୁ ସ୍ବେଚ୍ଛାସେବୀ ସମସ୍ତଙ୍କୁ ନିବେଦନ କରିଛନ୍ତି । ସେହିପରି ଜିଲ୍ଲା ପ୍ରଶାସନ କୋରୋନା କାର୍ଯ୍ୟରେ ଲୋକଙ୍କୁ ସାମାଜିକ ଦୂରତା ସମ୍ପର୍କରେ ସଚେତନ କରିବାକୁ ସ୍ଥାନୀୟ ଶିକ୍ଷକଙ୍କୁ ନିୟୋଜିତ କରିବବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ