ETV Bharat / state

ହଠାତ ନାଳରେ ମାଡି ଆସିଲା ବନ୍ୟା ପାଣି: ଘରକୁ ଫେରିପାରିଲେନି ଛାତ୍ରଛାତ୍ରୀ - ହଠାତ ନାଳରେ ମାଡି ଆସିଲା ବନ୍ୟା ପାଣି

ମାଡି ଆସିଲା ବନ୍ୟା ଜଳ । ଆଉ ଘରକୁ ଫେରି ପାରିଲେନି ସ୍କୁଲ ଛାତ୍ରଛାତ୍ରୀ । ଶେଷରେ ରାସ୍ତା କଡରେ ଥିବା ଏକ ଗ୍ୟାରେଜରେ ରାତ୍ରୀ ଯାପନ କରି ଶୁକ୍ରବାର ଘରକୁ ଫେରିଛନ୍ତି 14 ଜଣ ଛାତ୍ରଛାତ୍ରୀ । ଅଧିକ ପଢନ୍ତୁ

ହଠାତ ନାଳରେ ମାଡି ଆସିଲା ବନ୍ୟା ପାଣି: ଘରକୁ ଫେରିପାରିଲେନି ଛାତ୍ରଛାତ୍ରୀ

author img

By

Published : Jul 15, 2022, 9:13 PM IST

ବୌଦ୍ଧ : ହଠାତ୍ ମାଡି ଆସିଲା ବନ୍ୟା ଜଳ । ଆଉ ଘରକୁ ଫେରି ପାରିଲେନି ସ୍କୁଲ ଛାତ୍ରଛାତ୍ରୀ । ଶେଷରେ ରାସ୍ତା କଡରେ ଥିବା ଏକ ଗ୍ୟାରେଜରେ ରାତ୍ରୀଯାପନ କରି ଶୁକ୍ରବାର ଘରକୁ ଫେରିଛନ୍ତି 14 ଜଣ ଛାତ୍ରଛାତ୍ରୀ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ବାଣୀ ଭୁଷଣପୁର ପଞ୍ଚାୟତ ଦିଗିସିରା ଗାଁରେ ।

ହଠାତ ନାଳରେ ମାଡି ଆସିଲା ବନ୍ୟା ପାଣି: ଘରକୁ ଫେରିପାରିଲେନି ଛାତ୍ରଛାତ୍ରୀ

ସୂଚନା ମୁତାବକ, ଦିଗିସିରାର 14 ଜଣ ଛାତ୍ରଛାତ୍ରୀ ସବୁଦିନ ଭଳି ଗାଁ ନିକଟସ୍ଥ ଲକ୍ଷ୍ମୀ ନାଳ ପାରିହୋଇ ଚାରିଛକକୁ ପାଠ ପଢିବାକୁ ଆସିଥିଲେ । ତେବେ ଫେରିବା ବେଳକୁ ନାଳରେ ବନ୍ୟା ଜଳସ୍ତର ବୃଦ୍ଧି ପାଇଥିଲା । ତଥାପି ପାରି ହେବା ପାଇଁ ଚେଷ୍ଟା କରୁଥିବା ବେଳେ ଦୁଇ ଜଣ ବିଦ୍ୟାର୍ଥୀଙ୍କ ସାଇକେଲ ବନ୍ୟା ପାଣିରେ ଭାସିଯାଇଥିଲା । ତେବେ ଛାତ୍ରଛାତ୍ରୀମାନେ ଅଳ୍ପକେ ମୃତ୍ୟୁ ମୁଖରୁ ବଞ୍ଚି ଯାଇଥିଲେ । ତେବେ ସଂଧ୍ୟା ହୋଇଯାଇ ଥିବାରୁ 14 ଜଣ ଛାତ୍ରଛାତ୍ରୀ ବାଧ୍ୟ ହୋଇ ରାସ୍ତା କଡ ଗ୍ୟାରେଜରେ ଭୋକ ଉପାସରେ ରାତି କାଟିଥିଲେ । ଶୁକ୍ରବାର ସକାଳେ ଲକ୍ଷ୍ମୀ ନାଳରେ ବନ୍ୟା ଜଳସ୍ତର ହ୍ରାସ ପାଇବା ପରେ ପରିବାର ଲୋକେ ଛାତ୍ରଛାତ୍ରୀମାନଙ୍କୁ ଘରକୁ ଫେରେଇ ନେଇଥିଲେ ।

ଚୀନର ଦୁଃଖ ହୋୟାଂ ହୋ ନଦୀ ଭଳି ଦିଗିସିରା ଗାଁର ଦୁଃଖ ହୋଇଛି ଲକ୍ଷ୍ମୀ ନାଳ । ଏହି ସମସ୍ଯା ଦିନକର କି ବର୍ଷକର ନୁହେଁ । ପ୍ରତିବର୍ଷ ବର୍ଷା ତିନିମାସ ଗ୍ରାମବାସୀଙ୍କ ପାଇଁ ଦୁଃଖ ଆଣି ଦେଇଥାଏ ଲକ୍ଷ୍ମୀ ନାଳ ।

ଇଟିଭି ଭାରତ,ବୌଦ୍ଧ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.