ETV Bharat / state

ପ୍ରବାସୀ ଓଡିଆ ଶ୍ରମିକଙ୍କ ଆଗମନ ନେଇ ବୌଦ୍ଧରେ ଆତଙ୍କ

author img

By

Published : May 8, 2020, 11:37 PM IST

Updated : May 9, 2020, 6:45 PM IST

ପ୍ରବାସୀ ଓଡିଆଙ୍କ ଘର ବାହୁଡା ଏବେ ବୌଦ୍ଧ ଜିଲ୍ଲାବାସୀଙ୍କ ପାଇଁ ସୃଷ୍ଟି କରିଛି ଆତଙ୍କର ମାହୋଲ । ରାଜ୍ୟ ତଥା ଜିଲ୍ଲା ବାହାରୁ ଆସୁଥିବା ଲୋକଙ୍କ ସହିତ ଜିଲ୍ଲା ଦେଇ ଯାଉଥିବା ଶ୍ରମିକଙ୍କ ପାଇଁ ଏବେ ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନ ଚିନ୍ତିତ ।

migrant odia labour, boudh latest news, migrant labour in boudh, scary environment in boudh, ପ୍ରବାସୀ ଓଡିଆ ଶ୍ରମିକ, ବୌଦ୍ଧ ଲାଟେଷ୍ଟ ନ୍ୟୁଜ୍‌, ବୌଦ୍ଧରେ ପ୍ରବାସୀ ଶ୍ରମିକ, ପ୍ରବାସୀ ଶ୍ରମିକଙ୍କ ପାଇଁ ବୌଦ୍ଧରେ ଆତଙ୍କ
ପ୍ରବାସୀ ଓଡିଆ ଶ୍ରମିକଙ୍କ ଆଗମନ ନେଇ ବୌଦ୍ଧରେ ଆତଙ୍କ

ବୌଦ୍ଧ: ପ୍ରବାସୀ ଓଡିଆଙ୍କ ଘର ବାହୁଡା ଏବେ ବୌଦ୍ଧ ଜିଲ୍ଲାବାସୀଙ୍କ ପାଇଁ ସୃଷ୍ଟି କରିଛି ଆତଙ୍କର ମାହୋଲ । ରାଜ୍ୟ ତଥା ଜିଲ୍ଲା ବାହାରୁ ଆସୁଥିବା ଲୋକଙ୍କ ସହିତ ଜିଲ୍ଲା ଦେଇ ଯାଉଥିବା ଶ୍ରମିକଙ୍କ ପାଇଁ ଏବେ ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନ ଚିନ୍ତିତ । ବୌଦ୍ଧ ଜିଲ୍ଲା ଦେଇ ଯାଇଥିବା 57 ନଂ ଜାତୀୟ ରାଜପଥରେ ପ୍ରତ୍ୟେକ ଦିନ ଶତାଧିକ ଗାଡି ମୋଟର ମଧ୍ୟରୁ ଅଧିକାଂଶ ବସ ଗୁଜୁରାଟ କିମ୍ବା ଅନ୍ୟ ସ୍ଥାନରୁ ଶ୍ରମିକଙ୍କୁ ନେଇ ଆସୁଛି ।

ଏହି ଶ୍ରମିକମାନେ ବିଭିନ୍ନ ସ୍ଥାନରେ ବସ ରଖି ଶୌଚ କିମ୍ବା ଦୋକାନ ବଜାରରେ ବୁଲୁଥିବା ଯୋଗୁଁ ସାଧାରଣ ଲୋକେ ଆତଙ୍କିତ ହୋଇ ପଡିଛନ୍ତି । ରାଜ୍ୟ ସରକାର ଏଭଳି ବସ ଉପରେ ରୋକ ଲଗାଇଥିଲେ ମଧ୍ୟ ରାଜ୍ୟ ତଥା ଜିଲ୍ଲା ବାହାରୁ ଅନେକ ଶ୍ରମିକ ଟ୍ରକରେ କିମ୍ବା ଚାଲି ଚାଲି ଘରକୁ ଫେରୁଛନ୍ତି । ସେପଟେ ଜିଲ୍ଲା ପ୍ରଶାସନ ଏନେଇ ମନମୁଣ୍ଡାଠାରେ ଏକ ଚେକପୋଷ୍ଟ ସ୍ଥାପନ କରି ବାହାରୁ ଆସୁଥିବା ସମସ୍ତ ଗାଡି ଓ ଯାତ୍ରୀଙ୍କ ଯାଞ୍ଚ ସହ ଏମାନଙ୍କର ସମ୍ପୂର୍ଣ୍ଣ ତାଲିକା ପ୍ରସ୍ତୁତ କରିଛନ୍ତି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

Last Updated : May 9, 2020, 6:45 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.