ETV Bharat / state

ଦୁଇଟି ଔଷଧ ଦୋକାନରେ ଚଢାଉ, ବ୍ୟାପକ ନକଲି ଔଷଧ ଜବତ - ଔଷଧ ଦୋକାନରେ ଚଢାଉ

ବୌଦ୍ଧ ଜିଲ୍ଲାରେ ନକଲି ଔଷଧ କାରବାରର ଗୁମର ଖୋଲୁଛି ଭେଷଜ ନିରୀକ୍ଷଣ ବିଭାଗ । ଜିଲ୍ଲାର 2ଟି ସ୍ଥାନରୁ ବ୍ୟାପକ ନକଲି ଔଷଧ ଜବତ କରି ଏନେଇ ମୋକଦ୍ଦମା ଋଜୁ ହୋଇଥିବା ସୂଚନା । ଅଧିକ ପଢନ୍ତୁ...

2ଟି ଔଷଧ ଦୋକାନରେ ଚଢାଉ, ବ୍ୟାପକ ନକଲି ଔଷଧ ଜବତ

author img

By

Published : Jun 14, 2021, 10:16 PM IST

ବୌଦ୍ଧ: ଜିଲ୍ଲାର ବିଭିନ୍ନ ସ୍ଥାନରେ ଡ୍ରଗ୍ସ ଇନ୍ସପେକ୍ଟରଙ୍କ ଚଢାଉ । ଘଟଣାରେ 2ଟି ଔଷଧ ଦୋକାନରୁ ବ୍ୟାପକ ପରିମାଣର ନକଲି ଔଷଧ ଜବତ ହୋଇଥିବା ସୂଚନା । ରାଜ୍ୟର ବିଭିନ୍ନ ସ୍ଥାନରେ ଏଭଳି ଚଢ଼ାଉ ଜାରି ରହିଥିବା ବେଳେ ବୌଦ୍ଧ ଜିଲ୍ଲାରେ ମଧ୍ୟ ଏହାର ଚେର ଲମ୍ବିଥିବା ଜଣାପଡିଛି । ବୌଦ୍ଧ ଜିଲ୍ଲାର 3ଟି ବ୍ଲକରେ ଦେଢ ଶହରୁ ଉର୍ଦ୍ଧ୍ବ ଔଷଧ ଦୋକାନ ରହିଥିବା ବେଳେ କିଛି ଦୋକାନ ରେ ନକଲି ଔଷଧ କାରବାର ହେଉଥିବା ନେଇ ଚର୍ଚ୍ଚା ହୋଇଆସୁଥିଲା ।

2ଟି ଔଷଧ ଦୋକାନରେ ଚଢାଉ, ବ୍ୟାପକ ନକଲି ଔଷଧ ଜବତ

ତେବେ ସରକାରଙ୍କ ଦ୍ବାରା ପ୍ରତିବନ୍ଧିତ ମୋଦି ଫାର୍ମାର ଏକ ନିର୍ଦ୍ଦିଷ୍ଟ ବିଭାଗର ଔଷଧ କୁନେଇ ସାରା ରାଜ୍ୟରେ ଚଢ଼ାଉ ଜାରି ରହିଥିଲା । ହେଲେ ସୋମବାର ବୌଦ୍ଧ ଜିଲ୍ଲାର ବିଭିନ୍ନ ସ୍ଥାନରେ ମଧ୍ୟ ଏହି ଚଢ଼ାଉ କରାଯାଇଛି । ବାଉଁଶୁଣୀ ମେଡ଼ିକାଲ ସମ୍ମୁଖରେ ଥିବା ମାଆ କ୍ଷେତ୍ର ପାଳିନୀ ଔଷଧ ଦୋକାନରେ ଗତ ଶନିବାର ଓ ସୋମବାର ପଲସାଗୋରା ପଞ୍ଚାୟତ ବଘିଆବାହାଲ ଠାରେ ମେହେର ଔଷଧ ଦୋକାନରେ ଜିଲ୍ଲା ଡ୍ରଗ୍ସ ଇନ୍ସପେକ୍ଟରଙ୍କ ନେତୃତ୍ବରେ ଏକ ସ୍କ୍ବାର୍ଡ ଚଢ଼ାଉ କରିଥିଲେ ।

ସେଠାରୁ ବ୍ୟାପକ ମାତ୍ରାରେ ନକଲି ଔଷଧ ଜବତ କରାଯିବା ସହ ମକଦ୍ଦମା ଋଜୁ କରାଯାଇଥିବା ବୌଦ୍ଧ ଭେଷଜ ନିରୀକ୍ଷକ ମୁକେଶ ଧରୁଆ ସୂଚନା ଦେଇଛନ୍ତି । ତେବେ ଏହି ନକଲି ଔଷଧ ମାମଲା କ୍ରାଇମବ୍ରାଞ୍ଚ ତଦନ୍ତ କରିବ ବୋଲି ସୂଚନା ମିଳିବା ପରେ ନକଲି ଔଷଧ ବ୍ୟବସାୟୀଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି । ସେପଟେ ଆସନ୍ତା 16 ରୁ 18 ତାରିଖ ପର୍ଯ୍ୟନ୍ତ ଦ୍ବିତୀୟ ପର୍ଯ୍ୟାୟ 18 ବର୍ଷରୁ ଉର୍ଦ୍ଧ୍ବଙ୍କ ପାଇଁ ଟୀକାକରଣ କରାଯିବ ବୋଲି ସୂଚନା ମିଳିଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.