ETV Bharat / state

ପୁସ୍ତକ ମେଳା ମଞ୍ଚରେ ବୌଦ୍ଧର କଳା ସଂସ୍କୃତି ପ୍ରଦର୍ଶନ

author img

By

Published : Dec 5, 2022, 5:06 PM IST

ଶୀତୁଆ ସନ୍ଧ୍ୟାରେ ପୁସ୍ତକ ମେଳା ଓ ହସ୍ତତନ୍ତ ମେଳାର ମଜା ଉଠାଉଛନ୍ତି ବୌଦ୍ଧବାସୀ । ପୁସ୍ତକ ମେଳାରେ ପାରମ୍ପରିକ ଖାଦ୍ୟ ସହ ସମଗ୍ରୀ କିଣିବାକୁ ପ୍ରତି ଷ୍ଟଲରେ ଲୋକଙ୍କ ଭିଡ଼ ଜମୁଛି । ଅଧିକ ପଢ଼ନ୍ତୁ

pustak mela in boudh
ପୁସ୍ତକ ମେଳା ମଞ୍ଚରେ ବୌଦ୍ଧର କଳା ସଂସ୍କୃତି ପ୍ରଦର୍ଶନ

ବୌଦ୍ଧ: ପ୍ରାକୃତି ସୌନ୍ଦର୍ଯ୍ୟଭରା ବୌଦ୍ଧ ଜିଲ୍ଲା । ଶୀତ ଋତୁର ଆଗମନରେ ଜିଲ୍ଲାର ପର୍ଯ୍ୟଟନସ୍ଥଳୀ ଗୁଡ଼ିକରେ ଭିଡ଼ ଜମିବାକୁ ଲାଗିଲାଣି । ଚୂଡାଖାଇ ଯାତ୍ରା ଠାରୁ ନେଇ ଡଙ୍ଗର ଯାତ୍ରା ଜିଲ୍ଲାର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ବେଳେ ପୁସ୍ତକ ମେଳା ମଞ୍ଚରେ କଳା ସଂସ୍କୃତିର ମହାମିଳନ ଦେଖିବାକୁ ମିଳିଛି ।

ବିଶେଷ ଭାବରେ ପାରମ୍ପରିକ ବାଦ୍ୟର ତାଳେତାଳେ ଲୋକନୃତ୍ୟ ଶୀତୁଆ ସନ୍ଧ୍ୟାରେ ଦର୍ଶକଙ୍କୁ ବେଶ ଆକର୍ଷିତ କରୁଛି । ବିଭିନ୍ନ ଷ୍ଟଲରେ ହାତ ତିଆରି ସାମଗ୍ରୀ ଓ ପାରମ୍ପରିକ ଖାଦ୍ୟ ସମସ୍ତଙ୍କ ପ୍ରଥମ ପସନ୍ଦ ପାଲଟିଛି । ସେହିପରି ପ୍ରତ୍ୟେକ ଶେଷ ସପ୍ତାହରେ ସାପ୍ତାହିକ ବୁଣାକାର ହାଟରେ ହସ୍ତତନ୍ତର ବେଶ ଚାହିଦା ରହୁଛି । ଯାହା ଫଳରେ ଜିଲ୍ଲାର ଲୋକ ସଂସ୍କୃତି, ଲୋକକଳା ଓ ପର୍ଯ୍ୟଟନ କ୍ଷେତ୍ରର ବିକାଶର ଆଶା ଉଦଗୀରଣ ହୋଇଛି । ଏହାର ବିକାଶ ପାଇଁ ବିଭିନ୍ନ ସ୍ତରରେ ଉଦ୍ୟମ ଆରମ୍ଭ କରାଯାଇଥିବା ସୂଚନା ମିଳିଛି ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.