ETV Bharat / state

ବୌଦ୍ଧରେ କୃଷିନୀତି ଓ ଶ୍ରମ ଆଇନକୁ ବିରୋଧ, ବିକ୍ଷୋଭ ନେଇ ରଣନୀତି ପ୍ରସ୍ତୁତ

ନୂତନ କୃଷିନୀତି ଓ ଶ୍ରମ ଆଇନ ବିରୋଧରେ ଆସନ୍ତା 26 ତାରିଖରେ ଦେଶବ୍ୟାପୀ ବିକ୍ଷୋଭ ପ୍ରଦର୍ଶନ କରାଯିବ । ଏହିପରିପ୍ରେକ୍ଷୀରେ ବୌଦ୍ଧ ଜିଲ୍ଲାରେ ମଧ୍ୟ ବିକ୍ଷୋଭକୁ ନେଇ ଏକ ରଣନୀତି ପ୍ରସ୍ତୁତ କାରଯାଇଛି । ଅଧିକ ପଢନ୍ତୁ...

ବୌଦ୍ଧରେ କୃଷିନୀତି ଓ ଶ୍ରମଆଇନକୁ ବିରୋଧ, ବିକ୍ଷୋଭ ନେଇ ରଣନୀତି ପ୍ରସ୍ତୁତ

author img

By

Published : Nov 20, 2020, 6:31 PM IST

ବୌଦ୍ଧ: ନୂତନ କୃଷିନୀତି ଓ ଶ୍ରମ ଆଇନକୁ ବିରୋଧ କରି ଆସନ୍ତା 26 ତାରିଖରେ ଦେଶବ୍ୟାପୀ ଧର୍ମଘଟ ହେବାକୁ ଯାଉଛି । ବିକ୍ଷୋଭକୁ କିପରି ସଫଳ କରାଯିବ ଏନେଇ ବୌଦ୍ଧ ଜିଲ୍ଲାରେ ମଧ୍ୟ ଏକ ରଣନୀତି ପ୍ରସ୍ତୁତ କରାଯାଇଛି । ଏହି ଆଇନ ଯୋଗୁଁ ଅତ୍ୟାବଶ୍ୟକୀୟ ସାମଗ୍ରୀର ଦରବୃଦ୍ଧି ହେଉଥିବା ଅଭିଯୋଗ କରି ବିଭିନ୍ନ ସଙ୍ଗଠନ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ ହେଉଛି ।

ବୌଦ୍ଧରେ କୃଷିନୀତି ଓ ଶ୍ରମଆଇନକୁ ବିରୋଧ, ବିକ୍ଷୋଭ ନେଇ ରଣନୀତି ପ୍ରସ୍ତୁତ
କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରଣୟନ ହୋଇଥିବା ନୂତନ କୃଷିନୀତି ଓ ଶ୍ରମ ଆଇନକୁ ବିଭିନ୍ନ ଶ୍ରମିକ ସଙ୍ଗଠନ ପକ୍ଷରୁ ତୀବ୍ର ବିରୋଧ କରାଯାଇଛି । ଏହି ଆଇନ ବିରୋଧରେ ଆସନ୍ତା 26 ତାରିଖରେ ସାରା ଦେଶରେ ବିଭିନ୍ନ ଶ୍ରମିକ ସଙ୍ଗଠନ ବିକ୍ଷୋଭ ପ୍ରଦର୍ଶନ ସହ ଧର୍ମଘଟ କରିବେ । ବୌଦ୍ଧ ଜିଲ୍ଲାରେ ମଧ୍ୟ ଏହି ଆଇନକୁ ବିରୋଧ କରାଯିବ ।

ଏନେଇ ଆଜି(ଶୁକ୍ରବାର) ମାଉସୀମା ମନ୍ଦିର ପ୍ରାଙ୍ଗଣରେ ଏକ ସ୍ବତନ୍ତ୍ର ରଣନୀତି ପ୍ରସ୍ତୁତ କରାଯାଇଛି । ନୂତନ କୃଷି ଆଇନ ଯୋଗୁଁ ଅତ୍ୟାବଶ୍ୟକୀୟ ସାମଗ୍ରୀର ଅହେତୁକ ଦର ବୃଦ୍ଧି ଘଟୁଥିବା ବିଭିନ୍ନ ସଙ୍ଗଠନ ଅଭିଯୋଗ କରିଛି । ତେବେ ବୌଦ୍ଧ ଜିଲ୍ଲାର ଆଇଏନଟିୟୁସି, ଏଚଏମଏସ ଓ ଏଆଇଟିୟୁସି ଭଳି ଶ୍ରମିକ ସଙ୍ଗଠନର କର୍ମକର୍ତ୍ତାମାନେ ଯୋଗଦେଇ ବିଭିନ୍ନ ବିଷୟ ଉପରେ ଆଲୋଚନା କରିଛନ୍ତି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.