ବୌଦ୍ଧ: କ୍ରୀଡା କ୍ଷେତ୍ରରେ ଅନେକ ସଫଳତାର ଶିରୋନାମା ସାଜିଛି ବୌଦ୍ଧ ଜିଲ୍ଲା । ସରକାର ମଧ୍ୟ କ୍ରୀଡା ଓ କ୍ରୀଡାବିତ୍ଙ୍କ ଉନ୍ନତି ପାଇଁ ନାନା ଯୋଜନା ତଥା ପ୍ରୋତ୍ସାହନ ଯୋଗାଇ ଦେଉଛନ୍ତି । କିନ୍ତୁ ଏହାସତ୍ତ୍ବେ ବୌଦ୍ଧରେ କ୍ରୀଡ଼ାବିତ୍ଙ୍କୁ ଆବଶ୍ୟକ ଭିତ୍ତିଭୂମି ମିଳିପାରୁନଥିବା ଅଭିଯୋଗ ହୋଇଛି ।
ବୌଦ୍ଧ ଜିଲ୍ଲାରେ ଫୁଟବଲ, ବ୍ୟାଡମିଣ୍ଟନ,କ୍ରିକେଟ, ସନ୍ତରଣ, ତୀରନ୍ଦାଜୀ ଓ ଆଥଲେଟ କ୍ଷେତ୍ରରେ ଅନେକ କୃତି ଖେଳାଳୀ ରାଜ୍ୟ ତଥା ଜାତୀୟ ସ୍ତରରେ ସୁନାମ ଅର୍ଜନ କରିଛନ୍ତି । ତେବେ ଜିଲ୍ଲାର ହରଭଙ୍ଗା, କଣ୍ଟାମାଳ ଓ ବୌଦ୍ଧ ବ୍ଲକର ବିଭିନ୍ନ ପଞ୍ଚାୟତରେ ଖେଳପଡିଆ ତଥା ଉନ୍ନତ ମାନର ଷ୍ଟାଡିୟମ ନାହିଁ । ଫଳରେ ଅନେକ ଖେଳାଳୀ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି ।
ଦୀର୍ଘ ୨୦ ବର୍ଷ ହେଲା ବୌଦ୍ଧ ସଦର ମହକୁମାରେ ଜିଲ୍ଲା ଷ୍ଟାଡିୟମ ନିର୍ମାଣ କାର୍ଯ୍ୟ ଚାଲିଛି । ମାତ୍ର ତାହା କେବେ ସମ୍ପୂର୍ଣ୍ଣ ହେବ ସେନେଇ କୌଣସି ସନ୍ତୋଷଜନକ ଉତ୍ତର ମଳିପାରୁନାହିଁ । ସେପଟେ ଷ୍ଟାଡିୟମର ଖେଳ ପଡ଼ିଆ ଆଜି ପର୍ଯ୍ୟନ୍ତ ହସ୍ତାନ୍ତର ହୋଇନାହିଁ । ତେବେ ଜିଲ୍ଲା ପ୍ରଶାସନ ଏନେଇ ଦୃଷ୍ଟି ଦେବାକୁ ଦାବି ହୋଇଛି ।