ETV Bharat / state

କୋରୋନା ଲକଡାଉନ କଟକଣାକୁ ଲୋକଙ୍କ ବେଖାତିର୍

author img

By

Published : Mar 27, 2020, 11:55 AM IST

ବୌଦ୍ଧର ମାଛବଜାର, ପରିବା ବଜାର ଓ ଗ୍ରୋସରୀ ଦୋକାନରେ ଲୋକମାନେ ସାମାଜିକ ଦୂରତା କଟକଣାକୁ ଅଣଦେଖା କରୁଥିବା ଦେଖିବାକୁ ମିଳୁଛି ।

people dont follow corona restriction
କୋରୋନା କଟକଣାକୁ ଲୋକଙ୍କ ବେଖାତିର୍

ବୌଦ୍ଧ: କୋରୋନା ସଂକ୍ରମଣ ଭୟାବହତାକୁ ଦୃଷ୍ଟିରେ ରଖି ବୌଦ୍ଧ ଜିଲ୍ଲା ପ୍ରଶାସନର ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ । ଶୁକ୍ରବାର ଠାରୁ ସକାଳ ୬ ଟାରୁ ଅପରାହ୍ନ ୧୨ଟା ପର୍ଯ୍ୟନ୍ତ ଅତ୍ୟାବଶ୍ୟକୀୟ ସାମଗ୍ରୀ କିଣାବିକା ପାଇଁ ଅନୁମତି ଦିଆଯାଇଛି । ସେପଟେ ମାଛବଜାର, ପରିବା ବଜାର ଓ ଗ୍ରୋସରୀ ଦୋକାନରେ ଲୋକମାନେ ସାମାଜିକ ଦୂରତା କଟକଣାକୁ ଅଣଦେଖା କରୁଥିବା ଦେଖିବାକୁ ମିଳୁଛି ।

କୋରୋନା କଟକଣାକୁ ଲୋକଙ୍କ ବେଖାତିର୍

ଶୁକ୍ରବାର ଠାରୁ ବୌଦ୍ଧ ଜିଲ୍ଲା ପ୍ରଶାସନ ଗ୍ରାହକଙ୍କ ପାଇଁ ସାମାଜିକ ଦୂରତା କଟକଣା ଲାଗୁ କରିଛି । ସକାଳ ୬ ଟାରୁ ଅପରାହ୍ନ ୧୨ ଟା ପର୍ଯ୍ୟନ୍ତ ଅତ୍ୟାବଶ୍ୟକୀୟ ସାମଗ୍ରୀ ଦୋକାନ ଖୋଲା ରହିବାକୁ ନିଷ୍ପତ୍ତି ନିଆଯାଇଥିବା ବେଳେ ଅନ୍ୟ ସମୟରେ ଦୋକାନ ବଜାର ବନ୍ଦ ରହିବ ବୋଲି ନିଷ୍ପତ୍ତି ନିଆଯାଇଛି । କେବଳ ଔଷଧ ଦୋକାନ କିଛି ଅତି ଜରୁରୀ ସ୍ଥାନ ଖୋଲା ରହିବ ବୋଲି ନିର୍ଦ୍ଦେଶ ଦିଆଯାଇଛି ।

ସେପଟେ ଶୁକ୍ରବାର ଲକଡାଉନର ତୃତୀୟ ଦିନ ହୋଇଥିବା ବେଳେ ବୌଦ୍ଧର ମାଛବଜାର, ପରିବା ବଜାର ଓ ଗ୍ରୋସରୀ ଦୋକାନରେ ଅସମ୍ଭବ ଭିଡ଼ ପରିଲକ୍ଷିତ ହୋଇଥିଲା । କିଛି ଦୋକାନରେ ଗ୍ରାହକଙ୍କ ପାଇଁ ସାମାଜିକ ଦୂରତା ଚିହ୍ନ ଦିଆଯାଇଥିବା ବେଳେ ଅଧିକାଂଶ ଦୋକାନରେ ସରକାରୀ କଟକଣାକୁ ଉଲଙ୍ଘନ କରାଯାଇଥିବା ଦେଖାଯାଇଥିଲା । ଏ ଦିଗରେ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.