ETV Bharat / state

ଦୁର୍ଗମ ଅଞ୍ଚଳ ଲୋକଙ୍କ ଦୁଃଖ ଶୁଣିଲେ ଜିଲ୍ଲାପାଳ

author img

By

Published : Aug 23, 2022, 12:51 PM IST

ଦୁର୍ଗମ ଅଞ୍ଚଳର ଅଧିବାସୀଙ୍କ ଦୁଃଖ ଶୁଣିବା ପାଇଁ ପହଞ୍ଚିଲେ ନୂତନ ଜିଲ୍ଲାପାଳ ଓ ଏସପି । ସରକାରୀ ଯୋଜନାର ସଫଳ ରୂପାୟନ ପାଇଁ ଜିଲ୍ଲାପାଳଙ୍କୁ ଗୁହାରି କଲେ ଗରିବ ହିତାଧିକାରୀ । ଅଧିକ ପଢନ୍ତୁ

poor beneficiaries complained to the district collector
ଜିଲ୍ଲାପାଳଙ୍କୁ ଗୁହାରି ପାଇଁ ପହଞ୍ଚିଲେ ଦୁର୍ଗମ ଅଞ୍ଚଳର ଅଧିବାସୀ

ବୌଦ୍ଧ: ଦୁର୍ଗମ ଅଞ୍ଚଳର ଅଧିବାସୀଙ୍କ ଦୁଃଖ ଶୁଣିବାକୁ ପହଞ୍ଚିଲେ ଜିଲ୍ଲାର ନୂତନ ଜିଲ୍ଲାପାଳ ଓ ଏସପି । ବୌଦ୍ଧ ଜିଲ୍ଲାର ନୂତନ ଜିଲ୍ଲାପାଳ ଓ ଏସପି ସୋମବାର ପ୍ରଥମ ଜନଶୁଣାଣୀରେ ଯୋଗଦେଇଛନ୍ତି । ବୌଦ୍ଧ ଜିଲ୍ଲାର ଉପାନ୍ତ ତଥା କନ୍ଧମାଳ ଓ ନୟାଗଡ଼ ଜିଲ୍ଲା ସୀମାନ୍ତ ଆଢେଣୀଗଡ ପଞ୍ଚାୟତରେ ସୋମବାର ବୌଦ୍ଧ ଜିଲ୍ଲାପାଳ, ଏସପି ଓ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ପହଞ୍ଚିଥିଲେ ।

ନୂତନ ଜିଲ୍ଲାପାଳଙ୍କୁ ଗୁହାରି କରିବାକୁ ବଣଜଙ୍ଗଲ ଘେରା ଦୁର୍ଗମ ଅଞ୍ଚଳ କଣ୍ଡରା, କାଚପାଜୁ, ଲେଙ୍ଗଡପାଜୁ, ଫାଲପାଜୁ, ସୁଲଗାଁ ଭଳି ଅନେକ ଗ୍ରାମର ଗରିବ ଅଧିବାସୀ ଜଙ୍ଗଲ ପାହାଡ ଓହ୍ଲାଇ ଆଢେଣୀଗଡଠାରେ ପହଞ୍ଚିଥିଲେ । ଏସବୁ ଦୁର୍ଗମ ଅଞ୍ଚଳକୁ ଯାତାୟାତ ପାଇଁ ରାସ୍ତା ନଥିବାରୁ ଆମ୍ବୁଲାନ୍ସ ସେବା ନାହିଁ । ଏହଛଡା ଆବାସ ଯୋଜନା, ମୋବାଇଲ ନେଟୱାର୍କ, ସାମାଜିକ ସୁରକ୍ଷା, ପାନୀୟଜଳ ଭଳି ମୌଳିକ ସୁବିଧାରୁ ଏସବୁ ଅଞ୍ଚଳବାସୀ ବଞ୍ଚିତ ରହିଛନ୍ତି ।

ତେଣୁ ଏଦିଗରେ ବୌଦ୍ଧର ନୂତନ ଜିଲ୍ଲାପାଳ ଦୃଷ୍ଟି ଦେଇ ପଦକ୍ଷେପ ଗ୍ରହଣ ପାଇଁ ଅଞ୍ଚଳବାସୀ ଗୁହାରି କରିଛନ୍ତି । ସେପଟେ ଜିଲ୍ଲାର ବିକାଶ ଓ ବିଭିନ୍ନ ସମ୍ଭାବନା ସମ୍ପର୍କରେ ବୌଦ୍ଧର ସାମ୍ବାଦିକଙ୍କ ସହିତ ବିସ୍ତୃତ ଆଲୋଚନା କରିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.