ETV Bharat / state

ଓଏସଏସରେ ଉତ୍ତୀର୍ଣ୍ଣ, ବୌଦ୍ଧ ଜିଲ୍ଲାର ଗୌରବ ପତିତପାବନ

author img

By

Published : Jan 10, 2020, 3:14 AM IST

ଓଡ଼ିଶା ଲୋକସେବା ଆୟୋଗ(ଓପିଏସ୍‌ସି) ଦ୍ବାରା ପରିଚାଳିତ ଓଡ଼ିଶା ପ୍ରଶାସନିକ ସେବା(ଓଏଏସ୍‌)ର ଚୂଡ଼ାନ୍ତ ପରୀକ୍ଷା ଫଳ ସୋମବାର ପ୍ରକାଶ ପାଇଥିଲା । ଏଥିରେ ଉତ୍ତୀର୍ଣ୍ଣ ହୋଇ ବୌଦ୍ଧ ପାଇଁ ଗୌରବ ଆଣିଛନ୍ତି ପତିତପାବନ ମହାନନ୍ଦିଆ । ଅଧିକ ପଢନ୍ତୁ...

Patitapabana from boudh district
ଫଟୋ ସୌଜନ୍ୟ: ପ୍ରତିନିଧି ବୌଦ୍ଧ

ବୌଦ୍ଧ: ଓଡ଼ିଶା ଲୋକସେବା ଆୟୋଗ(ଓପିଏସ୍‌ସି) ଦ୍ବାରା ପରିଚାଳିତ ଓଡ଼ିଶା ପ୍ରଶାସନିକ ସେବା(ଓଏଏସ୍‌)ର ଚୂଡ଼ାନ୍ତ ପରୀକ୍ଷା ଫଳ ସୋମବାର ପ୍ରକାଶ ପାଇଥିଲା । ଏଥିରେ ଉତ୍ତୀର୍ଣ୍ଣ ହୋଇ ବୌଦ୍ଧ ପାଇଁ ଗୌରବ ଆଣିଛନ୍ତି ପତିତପାବନ ମହାନନ୍ଦିଆ । ନିଜର ଅକ୍ଳାନ୍ତ ପରିଶ୍ରମ ବଳରେର ସେ ଓଡିଶା ପ୍ରଶାସନିକ ସେବା କ୍ଷେତ୍ରରେ କୃତକାର୍ଯ୍ୟ ହୋଇ ସଫଳତାର ଶିଖରରେ ପହଞ୍ଚିଛନ୍ତି ।

ବୌଦ୍ଧ ଜିଲ୍ଲାର ଗୌରବ ପତିତପାବନ

ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ପଲସାଗୋରା ପଞ୍ଚାୟତ ଅନ୍ତର୍ଗତ ପିପିଲିପାଲି ଗ୍ରାମର ପତିତପାବନ ମହାନନ୍ଦିଆ ଚଳିତ ଓପିଏସସି ବା ଓଡିଶା ପ୍ରଶାସନିକ ସେବା କ୍ଷେତ୍ରରେ ୧୬୯ ତମ ସ୍ଥାନରେ ରହି କୃତକାର୍ଯ୍ୟ ହୋଇଛନ୍ତି । ଫଳରେ ଜିଲ୍ଲାରେ ଆନନ୍ଦର ଲହରୀ ଖେଳିଯାଇଛି । ପିତା ଶମ୍ଭୁ ମହାନନ୍ଦିଆ ଓ ମାତା ଲଳିତା ମହାନନ୍ଦିଆଙ୍କ ଚାରି ପୁଅଝିଅ ମଧ୍ୟରୁ ପତିତପାବନ ବଡପୁଅ ହୋଇଥିବା ବେଳେ ପିଲାଦିନରୁ ସେ ଅତ୍ୟନ୍ତ ମେଧାବୀ ଥିଲେ ।

ଏହା ପୂର୍ବରୁ ମଧ୍ୟ ସେ ଏହି ଓପିଏସସି ପରୀକ୍ଷା ଦେଇଥିଲେ ମଧ୍ୟ କୃତକାର୍ଯ୍ୟ ହୋଇପାରି ନଥିଲେ । କିନ୍ତୁ ସେ ଭାଙ୍ଗି ନଯାଇ ପୁନର୍ବାର ଚେଷ୍ଟା କରି ସଫଳତା ପାଇଥିଲେ । ସେ ତାଙ୍କ ସଫଳତାର ଶ୍ରେୟ ସେ ନିଜ ପରିବାରକୁ ଦେବା ସହିତ ଆଗାମୀ ଦିନରେ ବୌଦ୍ଧ ଜିଲ୍ଲା ଓ ଓଡିଶାବାସୀଙ୍କ ସେବା କରିବେ ବୋଲି ଈଟିଭି ଭାରତକୁ ଫୋନ ଯୋଗେ ଜଣାଇଛନ୍ତି । ପତିତପାବନଙ୍କ ସଫଳତା ଯୋଗୁଁ ତାଙ୍କ ନିଜ ଗ୍ରାମ୍ ପିପିଲିପାଲି ସହିତ କଣ୍ଟାମାଳ ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି ।

ବୌଦ୍ଧରୁ ସତ୍ୟନାରାୟଣ ପାଣି, ଇଟିଭି ଭାରତ

Intro:ବୌଦ୍ଧ ଜିଲ୍ଲା ପାଇଁ ଗୌରବ ଆଣିଲେ ପତିତପାବନ ।ନିଜର ଅକ୍ଳାନ୍ତ ପରିଶ୍ରମ ଫଳରେ ସେ ଓଡିଶା ପ୍ରଶାସନିକ ସେବା କ୍ଷେତ୍ରରେ ଉତୀନ୍ନ ହୋଇ ଜିଲ୍ଲା ପାଇଁ ଏହି ଗୌରବ ଆଣିଛନ୍ତି ।
ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ପଲସାଗୋରା ପଞ୍ଚାୟତ ଅନ୍ତର୍ଗତ ପିପିଲିପାଲି ଗ୍ରାମର ପତିତପାବନ ମହାନନ୍ଦିଆ ଚଳିତ ଓପିଏସସି ବା ଓଡିଶା ପ୍ରଶାସନିକ ସେବା କ୍ଷେତ୍ରରେ ୧୬୯ ତମ ସ୍ଥାନରେ ରହି କୃତକାର୍ଯ୍ୟ ହୋଇଛନ୍ତି ।ଫଳରେ ଜିଲ୍ଲାରେ ଆନନ୍ଦର ଲହରୀ ଖେଳିଯାଇଛି ।ପିତା ଶମ୍ଭୁ ମହାନନ୍ଦିଆ ଓ ମାତା ଲଳିତା ମହାନନ୍ଦିଆ ଙ୍କ ଚାରି ପୁଅଝିଅ ମଧ୍ୟରୁ ପତିତପାବନ ବଡପୁଅ ହୋଇଥିବା ବେଳେ ପିଲାଦିନରୁ ସେ ଅତ୍ୟନ୍ତ ମେଧାବୀ ଥିଲେ ।ଏହା ପୂର୍ବରୁ ମଧ୍ୟ ସେ ଏହି ଓପିଏସସି ପରୀକ୍ଷା ଦେଇଥିଲେ ମଧ୍ୟ କୃତକାର୍ଯ୍ୟ ହୋଇପାରି ନଥିଲେ ।କିନ୍ତୁ ସେ ଭାଙ୍ଗି ନଯାଇ ପୂନର୍ବାର ଚେଷ୍ଟା କରି ସଫଳତା ପାଇଥିଲେ ।ତାଙ୍କ ସଫଳତାର ଶ୍ରେୟ ସେ ନିଜ ପରିବାର କୁ ଦେବା ସହିତ ଆଗାମୀ ଦିନରେ ବୌଦ୍ଧ ଜିଲ୍ଲା ଓ ଓଡିଶାବାସୀଙ୍କ ସେବା କରିବେ ବୋଲି ଈଟିଭି ଭାରତ କୁ ଫୋନ ଯୋଗେ ଜଣାଇଛନ୍ତି ।ପତିତପାବନ ଙ୍କ ସଫଳତା ଯୋଗୁଁ ତାଙ୍କ ନିଜ ଗ୍ରାମ୍ ପିପିଲିପାଲି ସହିତ କଣ୍ଟାମାଳ ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି ।

Body:ଓଡିଶା ପ୍ରଶାସନିକ ସେବା କ୍ଷେତ୍ରରେ ପତିତପାବନ ଙ୍କ ସଫଳତା ।

Conclusion:ବାଇଟ-୧-ଦୁର୍ବାକ୍ଷ ବସ୍ତିଆ,ବୁଦ୍ଧିଜୀବୀ
ବୌଦ୍ଧ ରୁ ସତ୍ୟ ନାରାୟଣ ପାଣି, ଈଟିଭି ଭାରତ
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.