ETV Bharat / state

ପ୍ରତ୍ନତାତ୍ତ୍ବିକ ବିଭାଗ ଓ ପ୍ରଶାସନର ଦୃଷ୍ଟି ଆଢ଼ୁଆଳରେ ପଞ୍ଚୁପାଣ୍ଡବ !

author img

By

Published : Aug 10, 2023, 5:26 PM IST

ବଣ ଜଙ୍ଗଲ ଘେରା ଦୁର୍ଗମ ଅଞ୍ଚଳରେ ରହିଛି ଏକ ଅନନ୍ୟ ପର୍ଯ୍ୟଟନସ୍ଥଳୀ । ପ୍ରଶାସନର ଅଗୋଚରରେ ରହିଛି ଏହି ପ୍ରତ୍ନତାତ୍ତ୍ବିକ ସ୍ଥାନ । ଏହାର ବିକାଶ କରିବା ପାଇଁ ଦାବି କରିଛନ୍ତି ସ୍ଥାନୀୟ ଅଧିବାସୀ । ଅଧିକ ପଢନ୍ତୁ

ବଣ ଜଙ୍ଗଲ ଘେରା ଦୁର୍ଗମ ଅଞ୍ଚଳରେ ରହିଛି ଏକ ଅନନ୍ୟ ପର୍ଯ୍ୟଟନସ୍ଥଳୀ

ବୌଦ୍ଧ: ବଣ ଜଙ୍ଗଲ ଘେରା ଦୁର୍ଗମ ଅଞ୍ଚଳରେ ରହିଛି ଏଭଳି ଏକ ପ୍ରତ୍ନତାତ୍ତ୍ବିକ ସ୍ଥାନ । ଯେଉଁଠି ପଞ୍ଚୁପାଣ୍ଡବଙ୍କ ପ୍ରାଚୀନ ପଥରର ମୂର୍ତ୍ତିକୁ ଆଦିବାସୀ ଜନଜାତିର ଲୋକେ ଅତ୍ୟନ୍ତ ନିଷ୍ଠା ଓ ଶ୍ରଦ୍ଧାର ସହ ପୂଜାର୍ଚ୍ଚନା କରିଥାଆନ୍ତି । ଏହି ପର୍ଯ୍ୟଟନସ୍ଥଳୀଟି ବୌଦ୍ଧ ଜିଲ୍ଲାର ଆଦିବାସୀ ଅଧ୍ୟୁଷିତ ଆମ୍ବଝରୀ ପଞ୍ଚାୟତର ନେନ୍ଦନ ଗ୍ରାମରେ ରହିଛି । ପ୍ରତ୍ନତାତ୍ତ୍ବିକ ବିଭାଗ ଓ ପ୍ରଶାସନର ଦୃଷ୍ଟି ଆଢ଼ୁଆଳରେ ରହିଯାଇ ଥିବାରୁ ଏହି ପର୍ଯ୍ୟଟନସ୍ଥଳୀର ବିକାଶ ହୋଇ ପାରିନାହିଁ ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି । ସରକାର ଏହାର ବିକାଶ ଦିଗରେ ପଦକ୍ଷପ ଗ୍ରହଣ କଲେ ଏହାଏକ ପ୍ରସିଦ୍ଧ ସ୍ଥାନରେ ପରିଣତ ହୋଇପାରିବ ବୋଲି ଗ୍ରାମବାସୀ କହିଛନ୍ତି । ତେଣୁ ସରକାର ଏହାର ବିକାଶ ଦିଗରେ ପଦକ୍ଷେପ ନେବାକୁ ଦାବି କରିଛନ୍ତି ଗ୍ରାମବାସୀ ।

ନେନ୍ଦନ ଗ୍ରାମର ଉପକଣ୍ଠରେ ରହିଛି ଏଭଳି ଏକ ସ୍ଥାନ ଯେଉଁଠି ପଞ୍ଚୁପାଣ୍ଡବ ଭାବରେ ପୂଜା ପାଉଛନ୍ତି ପାଞ୍ଚଟି ପଥରର ମୂର୍ତ୍ତି । ଏହିସ୍ଥାନରୁ ଅନେକ ପ୍ରତ୍ନତାତ୍ତ୍ବିକ ଅବଶେଷ ମିଳିବାର ସମ୍ଭାବନା ରହିଥିବା ଗ୍ରାମବାସୀ ଅନୁମାନ କରିଛନ୍ତି । ହେଲେ ଏହି ସ୍ଥାନ ସମ୍ପର୍କରେ ଜିଲ୍ଲା ପ୍ରଶାସନ କିମ୍ବା ପର୍ଯ୍ୟଟନ ବିଭାଗ ନିକଟରେ ସେଭଳି କୌଣସି ସବିଶେଷ ତଥ୍ୟ ନଥିବାରୁ ଉକ୍ତ ପ୍ରାଚୀନ ପୀଠର ବିକାଶ ହୋଇ ପାରି ନାହିଁ । ନେନ୍ଦନ ଗ୍ରାମବାସୀଙ୍କ ବହୁ ଦିନ ଦାବି ପରେ ପ୍ରଶାସନ ପକ୍ଷରୁ ସେଠାରେ କେବଳ ଏକ ଛୋଟ ଘର ଓ ଏକ ଅସ୍ଥାୟୀ ରାସ୍ତା ନିର୍ମାଣ ହୋଇପାରିଛି । ପଞ୍ଚୁପାଣ୍ଡବ ଭାବରେ ସ୍ଥାନୀୟ କନ୍ଧ ସମ୍ପ୍ରଦାୟ ଦ୍ବାରା ଉକ୍ତ ପ୍ରତିମାଗୁଡ଼ିକ ପୂଜା ପାଉଥିବା ବେଳେ ବୁଦ୍ଧିଜୀବୀଙ୍କ ମତରେ ଏସବୁ ପ୍ରତିମା ବୌଦ୍ଧ ଧର୍ମ ସହିତ ଜଡିତ କିମ୍ବା ପ୍ରାଚୀନ କାଳରେ ଯୁଦ୍ଧରେ ନିହତ ବୀର ସୈନିକଙ୍କ ସ୍ମୃତି । ଏହାର ସଠିକ୍ ପରୀକ୍ଷା କରିବା ପରେ ଏ ସମ୍ପର୍କରେ ସବିଶେଷ ଜ୍ଞାନ ମିଳିପାରିବ ।

ଅଧିକ ପଢନ୍ତୁ: Gyanvapi Case: ପ୍ରତିପକ୍ଷଙ୍କୁ ‘ସୁପ୍ରିମ’ ଝଟକା, ଜାରି ରହିବ ASIର ସାଇଣ୍ଟିଫିକ୍ ସର୍ଭେ

ତେବେ ଏଠାରେ ଥିବା ପାଞ୍ଚଟି ମୂର୍ତ୍ତି ମଧ୍ୟରୁ ଗୋଟିଏ ସାଲୁଙ୍କୀ ନଦୀ କୂଳରେ ଥିବା ଖଲିଆପାଲି ଶୈବପୀଠ ସମ୍ମୁଖରେ ସ୍ଥାପନ କରାଯାଇଥିବା ବେଳେ ଅନ୍ୟ ସମସ୍ତ ମୂର୍ତ୍ତି ସ୍ଥାନୀୟ କନ୍ଧ ସମ୍ପ୍ରଦାୟ ଦ୍ଵାରା ପୂଜାର୍ଚ୍ଚନା କରାଯାଉଛି । ବର୍ଷର ବିଭିନ୍ନ ପବିତ୍ର ତିଥିରେ ଏଠାରେ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥାଏ । ବୌଦ୍ଧଠାରୁ ପ୍ରାୟ ୨୭ କିଲୋମିଟର ଦୂରରେ ଅବସ୍ଥିତ ନେନ୍ଦନ ଗ୍ରାମରେ ଥିବା ଏହି ସୌନ୍ଦର୍ଯ୍ୟପୂର୍ଣ୍ଣ ସ୍ଥାନର ବିକାଶ ପାଇଁ ଜିଲ୍ଲା ପ୍ରଶାସନ କିମ୍ବା ପର୍ଯ୍ୟଟନ ବିଭାଗ କୌଣସି ପଦକ୍ଷେପ ଗ୍ରହଣ କରିନଥିବା ଅଭିଯୋଗ ହୋଇଛି । ଫଳରେ ପୀଠଟି ଅତ୍ୟନ୍ତ ଅବହେଳିତ ଅବସ୍ଥାରେ ରହିଥିବା ବେଳେ ଏହାର ପ୍ରକୃତ ଐତିହାସିକ ତଥ୍ୟ ଲୁପ୍ତ ହେବାରେ ବସିଛି । ଏନେଇ ବୁଦ୍ଧିଜୀବୀ ସ୍ବତନ୍ତ୍ର ଦୃଷ୍ଟି ଦେବାକୁ ଜିଲ୍ଲା ପ୍ରଶାସନ ନିକଟରେ ଦାବି କରିଥିବା ବେଳେ ସ୍ଥାନୀୟ ସରପଞ୍ଚ ମଧ୍ୟ ଏହି ସ୍ଥାନର ବିକାଶ ପାଇଁ ଉଦ୍ୟମ ଉପରେ ଗୁରୁତ୍ବ ପ୍ରଦାନ କରାଯାଉଥିବା ସୂଚନା ଦେଇଛନ୍ତି ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.