ETV Bharat / state

2 ଦଫା ଦାବିରେ ପିଇଓଙ୍କ କାର୍ଯ୍ୟ ବନ୍ଦ ଆନ୍ଦୋଳନ, ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ଧାରଣା

ଶୁକ୍ରବାରଠାରୁ ବୌଦ୍ଧ ଜିଲ୍ଲାର ସମସ୍ତ ପଞ୍ଚାୟତ ନିର୍ବାହୀ ଅଧିକାରୀ କାର୍ଯ୍ୟ ବନ୍ଦ ସହିତ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ସେମାନଙ୍କ 2 ଦଫା ଦାବି ପୂରଣ ନହେଲେ ଆନ୍ଦୋଳନ ଜାରି ରହିବ ବୋଲି ଚେତାବନୀ ଦେଇଛନ୍ତି। ଅଧିକ ପଢନ୍ତୁ

author img

By

Published : Aug 19, 2023, 2:00 PM IST

ପିଇଓଙ୍କ କାର୍ଯ୍ୟ ବନ୍ଦ ଆନ୍ଦୋଳନ
ପିଇଓଙ୍କ କାର୍ଯ୍ୟ ବନ୍ଦ ଆନ୍ଦୋଳନ
ପିଇଓଙ୍କ କାର୍ଯ୍ୟ ବନ୍ଦ ଆନ୍ଦୋଳନ

ବୌଦ୍ଧ: 2 ଦଫା ଦାବିରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଜିଲ୍ଲାର ସମସ୍ତ ପଞ୍ଚାୟତ ନିର୍ବାହୀ ଅଧିକାରୀ । ପ୍ରାୟ 10 ଦିନ ଧରି କଳାବ୍ୟାଚ୍ ପରିଧାନ କରି ପିଇଓମାନେ ପ୍ରତିବାଦ କରିଥିଲେ । ଏହା ପରେ ଶୁକ୍ରବାରଠାରୁ ପଞ୍ଚାୟତ ନିର୍ବାହୀ ଅଧିକାରୀମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସି ରହିଛନ୍ତି । ଏହା ସହିତ ସେମାନଙ୍କ ଦାବି ପୂରଣ ନହେବା ପର୍ଯ୍ୟନ୍ତ ଏଭଳି କାର୍ଯ୍ୟ ବନ୍ଦ ଆନ୍ଦୋଳନ ଜାରି ରହିବ ବୋଲି ଜିଲ୍ଲା ପିଇଓ ସଂଘ ପକ୍ଷରୁ କୁହାଯାଇଛି ।

ଶୁକ୍ରବାର ଠାରୁ ଜିଲ୍ଲାର ସମସ୍ତ ପଞ୍ଚାୟତ ନିର୍ବାହୀ ଅଧିକାରୀ କାର୍ଯ୍ୟ ବନ୍ଦ ସହିତ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ରାଜ୍ୟ ପିଇଓ ସଂଘର ଆହ୍ବାନ କ୍ରମେ ଶୁକ୍ରବାର ବୌଦ୍ଧ ଜିଲ୍ଲାର ସମୁଦାୟ ୬୯ ପଞ୍ଚାୟତର ପିଇଓମାନେ ସାମୂହିକ ଛୁଟିରେ ରହି ଆନ୍ଦୋଳନ କରୁଛନ୍ତି । ଦୁଇ ଦଫା ଦାବିରେ ପିଇଓମାନେ ବୌଦ୍ଧ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସି ରହିଛନ୍ତି । ବିଶେଷ ଭାବରେ ଦୀର୍ଘ 10 ବର୍ଷ ଧରି ପିଇଓ ଭାବରେ କାର୍ଯ୍ୟ କରିଥିବା କର୍ମଚାରୀଙ୍କୁ ସ୍ଥାୟୀ କରିବା ପାଇଁ ଦାବି ରହିଛି । ଏହା ସହିତ ଯଥାଶୀଘ୍ର ସେମାନଙ୍କ ସମସ୍ୟାର ସମାଧାନ କରିବା ପାଇଁ ସଂଘ ପକ୍ଷରୁ ଦାବି କରାଯାଇଛି ।

ଏହା ବି ପଢନ୍ତୁ...ସାମୂହିକ ଛୁଟିରେ ପିଇଓ, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା

ଏହା ବ୍ୟତୀତ ଯୁକ୍ତ 2ରୁ ଯୁକ୍ତ 3କୁ ପିଇଓ ପଦବୀ ପାଇଁ ମନୋନୀତ କରାଯିବା ସହିତ ଓପିଆରଏସ କ୍ୟାଡେଡ୍ ରୁଲରେ ଅନ୍ତର୍ଗତ ପାଇଁ ଦାବି କରିଛନ୍ତି ପଞ୍ଚାୟତ ନିର୍ବାହୀ ଅଧିକାରୀ । ଆଜି ଶନିବାର ଦ୍ବିତୀୟ ଦିନରେ ମଧ୍ୟ ବୌଦ୍ଧ ଜିଲ୍ଲାର ସମସ୍ତ ପିଇଓମାନେ ଧାରଣାରେ ବସି ରହିଥିବା ଦେଖିବାକୁ ମିଳିଛି । ତେବେ ପିଇଓ ସଂଘର ଦାବି ଅନୁଯାୟୀ ସେମାନଙ୍କ ଦରମା ହାର ଲେବେଲ ୫ରୁ ଲେବେଲ ୯କୁ ବୃଦ୍ଧି ପାଇଁ ଦାବି କରାଯାଇଛି ।

ଏନେଇ ବୌଦ୍ଧ ଜିଲ୍ଲା ପିଇଓ ସଂଘ ସଭାପତି ଜୟଦେବ ପ୍ରଧାନ କହିଛନ୍ତି, "ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ସମସ୍ତ ଯୋଜନାକୁ ପଞ୍ଚାୟତ ସ୍ତରରେ ସଫଳ କରିବାରେ ପିଇଓମାନଙ୍କ ଭୂମିକା ଗୁରୁତ୍ଵପୂର୍ଣ୍ଣ ରହି ଆସିଛି । ତେବେ ବାରମ୍ବାର ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କ ବିଭିନ୍ନ ଦାବିକୁ ନେଇ ସରକାର ଅଣଦେଖା କରି ଆସୁଛନ୍ତି । ତେଣୁ ଯେତେ ଦିନ ପର୍ଯ୍ୟନ୍ତ ଦାବି ପୂରଣ ନହୋଇଛି, ସେତେଦିନ ପର୍ଯ୍ୟନ୍ତ ଏଭଳି କାର୍ଯ୍ୟ ବନ୍ଦ ଆନ୍ଦୋଳନ କରାଯିବ ।" ଏଭଳି ଧାରଣାରେ ବସି ରହିବେ ବୋଲି ଚେତାବନୀ ଦେଇଛି ଜିଲ୍ଲା ପିଇଓ ସଂଘ ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.