ETV Bharat / state

ଚାଷୀଙ୍କ ଚିନ୍ତା ବଢାଉଛି ଟୋକନ ଲାପ୍ସ

author img

By

Published : Feb 22, 2020, 11:31 AM IST

ବୌଦ୍ଧ ଜିଲ୍ଲାର 42 ଗୋଟି ସମବାୟ ସମିତି ମଧ୍ୟରୁ ଅଧିକାଂଶ ଧାନମଣ୍ଡିରେ ଧାନକ୍ରୟକୁ ନେଇ ଲାଗି ରହିଛି ଅଚଳାବସ୍ଥା । ଟୋକନ ଲାପ୍ସ ଯୋଗୁଁ ଏପରି ହେଉଥିବାବେଳେ ମଣ୍ଡି କାର୍ଯ୍ୟାଳୟ ସମ୍ମୁଖରେ ଧାନ ଗଦାକରି ଅଭିନବ ଭାବରେ ପ୍ରତିବାଦ ଜଣାଇଛନ୍ତି ଚାଷୀ । ଅଧିକ ପଢନ୍ତୁ..

aa
ଚାଷୀଙ୍କ ଚିନ୍ତା ବଢାଉଛି ଟୋକନ ଲାପ୍ସ

ବୌଦ୍ଧ: ସୁଧୁରି ପାରୁନି ଧାନକ୍ରୟ ସମସ୍ୟା । ଦିନଦିନ ଧରି ଧାନବିକ୍ରି ହୋଇପାରୁ ନଥିବାବେଳେ ଟୋକନ ଲାପ୍ସ ଏବେ ଚାଷୀଙ୍କ ମୁଣ୍ଡବ୍ୟଥା ହୋଇଛି । ବୌଦ୍ଧ ଜିଲ୍ଲାର 42 ଗୋଟି ସମବାୟ ସମିତି ମଧ୍ୟରୁ ଅଧିକାଂଶ ଧାନମଣ୍ଡିରେ ଧାନକ୍ରୟକୁ ନେଇ ଲାଗି ରହିଛି ଅଚଳାବସ୍ଥା ।

ଚାଷୀଙ୍କ ଚିନ୍ତା ବଢାଉଛି ଟୋକନ ଲାପ୍ସ

ଏବେ ପୁଣି ଚାଷୀଙ୍କ ଟୋକନ ଲାପ୍ସ ହୋଇଯାଇଥିବାରୁ ତାଙ୍କ ଚିନ୍ତା ବହୁ ଗୁଣରେ ବଢିଯାଇଛି । ବୌଦ୍ଧ ଜିଲ୍ଲାର କରଞ୍ଜକଟା ସେବା ସମବାୟ ସମିତିର ମଣ୍ଡିରୁ ଧାନ ଉଠି ପାରୁ ନଥିବାବେଳେ ଟୋକନ ଲାପ୍ସ ଯୋଗୁଁ ଧାନବିକ୍ରି କରିନପାରି ଚାଷୀ ମଣ୍ଡିରେ ଧାନ ବସ୍ତା ପକାଇ ପ୍ରତିବାଦ କରିଛନ୍ତି ।

ମଣ୍ଡିରେ 26 ଜଣ ଚାଷୀଙ୍କ ଟୋକନ ଲାପ୍ସ ହୋଇଥିବାବେଳେ ସଂପାଦକ 11ଜଣ ଚାଷୀଙ୍କ ଟୋକନ ଲାପ୍ସ ହୋଇଥିବା କହିଛନ୍ତି । ଛବିଶ ଜଣ ଚାଷୀ ଗୁରୁବାର ମଣ୍ଡି କାର୍ଯ୍ୟାଳୟ ସମ୍ମୁଖରେ ଧାନ ଗଦାକରି ଅଭିନବ ଭାବରେ ପ୍ରତିବାଦ ଜଣାଇଛନ୍ତି । ତେବେ ଏ ସମ୍ପର୍କରେ ଉଚ୍ଚ ଅଧିକାରୀଙ୍କୁ ଜଣାଇ ଦିଆଯାଇଛି । ସେଠାରୁ ଯାହା ନିର୍ଦ୍ଦେଶ ମିଳିବ, ସେ ନେଇ ପଦକ୍ଷେପ ନିଆଯିବ ବୋଲି ସଂପାଦକ କହିଛନ୍ତି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.