ବୌଦ୍ଧ: ଜିଲ୍ଲାରେ ବାତ୍ୟା ଜଓ୍ବାଦ ପ୍ରଭାବରେ ଗତ ତିନି ଦିନ ହେଲା ଝିପ ଝିପ ବର୍ଷା ଲାଗି ରହିଥିଲା । ଅଦିନିଆ ବର୍ଷା ଯୋଗୁଁ ଉଭୟ ଧାନଚାଷ ଓ ପନିପରିବା ଚାଷ ନଷ୍ଟ ହୋଇଛି । ସୋମବାର ବର୍ଷା କମିଯାଇ ପାଗରେ ପରିବର୍ତ୍ତନ ହୋଇଥିବାବେଳେ ହରଭଙ୍ଗା, ବୌଦ୍ଧ ଓ କଣ୍ଟାମାଳ ବ୍ଲକର ବିଭିନ୍ନ ସ୍ଥାନରେ ଅମଳ କ୍ଷମ ଧାନ ବର୍ଷା ପାଣିରେ ବତୁରି ଯାଇଛି ।
ଅନେକ ସ୍ଥାନରେ ଜମିରେ ଧାନ ପଚିଯିବା ସହ ଗଜା ହେବାର ଆଶଙ୍କା ସୃଷ୍ଟି ହୋଇଛି । ସେହିପରି ଏହି ଅଦିନିଆ ବର୍ଷା ଯୋଗୁଁ ପନିପରିବା ଚାଷ ମଧ୍ୟ ନଷ୍ଟ ହୋଇଥିବା ସୂଚନା ମିଳିଛି । ଜିଲ୍ଲାର ତିଲେଶ୍ବର, ପୁରୁଣାକଟକ, ଟୁଟୁସିଙ୍ଗା, ପଲାସ, ଶଗଡା, ବରଗୋଛା, ପଲସାଗୋରା, ଘଣ୍ଟାପଡା ଭଳି ସ୍ଥାନରେ ପନିପରିବା ଚାଷ ବର୍ଷା ଯୋଗୁଁ ବ୍ୟାପକ କ୍ଷତି ହୋଇଥିବା ଜଣାପଡିଛି । ତୁରନ୍ତ ଏ-ଦିଗରେ କୃଷି ବିଭାଗ କ୍ଷୟକ୍ଷତିର ଆକଳନ କରି ଚାଷୀଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବି ହୋଇଛି ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ