ବୌଦ୍ଧ: ବୃଦ୍ଧ ସ୍ବେଚ୍ଛାସେବୀ ଗାନ୍ଧୀଙ୍କ ବାର୍ତ୍ତା ପ୍ରଚାର ସହ ପ୍ରଚାର କରୁଛନ୍ତି କୋରୋନା ସଚେତନତା ବାର୍ତ୍ତା । ପରିଣତ ବୟସରେ ସ୍ବେଚ୍ଛାସେବୀ ଗଙ୍ଗାଧର ଦନ୍ତାଙ୍କ ଏଭଳି ଅଭିନବ ପ୍ରୟାସକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି ।
ବୟସ ସତୁରୀରୁ ଉର୍ଦ୍ଧ୍ବ ହୋଇଗଲାଣି । ମାତ୍ର ବୃଦ୍ଧ ଜଣକ ଗାନ୍ଧୀଙ୍କ ସ୍ବଛତା ବାର୍ତ୍ତା ସହିତ କୋରୋନା ମହାମାରୀରୁ ବର୍ତ୍ତିବା ପାଇଁ ସଚେତନତା ବାର୍ତ୍ତା ପ୍ରଚାର କରୁଛନ୍ତି । ବିଭିନ୍ନ ଛକ ଓ ଜନଗହଳି ପୂର୍ଣ୍ଣ ସ୍ଥାନରେ ପହଞ୍ଚି ଲୋକଙ୍କୁ ସାମାଜିକ ଦୂରତା, ମାସ୍କ ପରିଧାନ ଓ ସଫା ରହିବାକୁ ହାତ ଯୋଡି ଅନୁରୋଧ କରୁଛନ୍ତି । ନିଆରା ଅନ୍ଦାଜରେ ଗୀତ ଗାଇ ଅଭିନୟ କରିବା ସହ ଲୋକଙ୍କ ମନରେ ସଚେତନତା ସୃଷ୍ଟି କରିବାକୁ ଚେଷ୍ଟା ଚଳାଇଛନ୍ତି ।
ଏପରିକି ହାତରେ ଝାଡୁଧରି ନିଜେ ବିଭିନ୍ନ ସ୍ଥାନକୁ ସଫା ମଧ୍ୟ କରୁଛନ୍ତି । ଇଟିଭି ଭାରତକୁ ପ୍ରତିକ୍ରିୟାରେ ଗଙ୍ଗାଧର ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀଙ୍କ ଉଦାହରଣ ଦେବାସହ, ଯୁବବର୍ଗଙ୍କୁ କୋରୋନା ବିରୋଧୀ ଲଢେ଼ଇରେ ସାମିଲ ହେବାକୁ ଆହ୍ବାନ କରିଛନ୍ତି ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ