ETV Bharat / state

ଦୁର୍ଗମ ଅଞ୍ଚଳରେ ରହୁଥିବା ମହିଳାଙ୍କ ଆର୍ଥିକ ଅଭିବୃଦ୍ଧିରେ ସହାୟକ OFSDP - ଆର୍ଥିକ ଅଭିବୃଦ୍ଧିରେ ସହାୟକ OFSDP

ବୌଦ୍ଧ ଜିଲ୍ଲାର ଜଙ୍ଗଲ ଅଞ୍ଚଳରେ ରହୁଥିବା ମହିଳାଙ୍କ ଆର୍ଥିକ ଅଭିବୃଦ୍ଧିରେ ଓଡିଶା ବନାଞ୍ଚଳ ଉନ୍ନୟନ ପ୍ରକଳ୍ପ ସହାୟକ ହୋଇଛି । ଅଧିକ ପଢନ୍ତୁ...

ଜଙ୍ଗଲ ଅଞ୍ଚଳର ମହିଳାଙ୍କ ଆର୍ଥିକ ଅଭିବୃଦ୍ଧିରେ ସହାୟକ OFSDP

author img

By

Published : Feb 27, 2021, 10:36 AM IST

ବୌଦ୍ଧ: ଜିଲ୍ଲାର ବନଖଣ୍ଡ ଅଧିନରେ ଥିବା ବିଭିନ୍ନ ଦୁର୍ଗମ ଜଙ୍ଗଲରେ ବାସ କରୁଥିବା ମହିଳାଙ୍କୁ ଜୀବନ ଜୀବିକାର ରାହା ଦେଖାଇଛି ଓଡିଶା ବନାଞ୍ଚଳ ଉନ୍ନୟନ ପ୍ରକଳ୍ପ । ଏହି ଅଞ୍ଚଳର ମହିଳାଙ୍କୁ ଆର୍ଥିକ ଓ ସାମାଜିକ ସ୍ବାବଲମ୍ବୀ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ଦେଖିବାକୁ ମିଳିଛି ।

ଜଙ୍ଗଲ ଅଞ୍ଚଳର ମହିଳାଙ୍କ ଆର୍ଥିକ ଅଭିବୃଦ୍ଧିରେ ସହାୟକ OFSDP

ଜଙ୍ଗଲ ଅଞ୍ଚଳରେ ରହୁଥିବା ମହିଳାଙ୍କ ଜୀବନ ଧାରଣର ଗତିପଥ ବଦଳାଇ ଦେଇଛି ବନାଞ୍ଚଳ ଉନ୍ନୟନ ପ୍ରକଳ୍ପ । ଏହି ଗ୍ରାମଗୁଡିକରେ ବସବାସ କରୁଥିବା ଲୋକେ ପୂର୍ବରୁ ପ୍ରାୟତଃ ସାଧାରଣ ଜୀବନ ଧାରଣଠାରୁ ଉଭୟ ଆର୍ଥିକ ଓ ସାମାଜିକ କ୍ଷେତ୍ରରେ ଟିକିଏ ପଛୁଆ ରହି ଯାଉଥିଲେ । ତେବେ ଗତ ତିନି ବର୍ଷ ପୂର୍ବରୁ ଜିଲ୍ଲାର ବିଭିନ୍ନ ଉପାନ୍ତ ଅଞ୍ଚଳରେ ଓଡିଶା ବନାଞ୍ଚଳ ଉନ୍ନୟନ ପ୍ରକଳ୍ପ କାର୍ଯ୍ୟକାରୀ ହେବା ସହିତ ଜିଲ୍ଲାରେ ସମୁଦାୟ 182 ଗୋଟି ସ୍ବୟଂ ସହାୟକ ଗୋଷ୍ଠୀ ଗଠନ କରି ସେମାନଙ୍କୁ ସ୍ବାବଲମ୍ବୀ କରିବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିପାରିଛି ।

ବିଶେଷ ଭାବରେ ଛେଳି, କୁକୁଡ଼ା, ମାଛ ଓ ଛତୁ ଚାଷ ସହିତ ଫିନାଇଲ, ବଡି,ପାମ୍ପଡ, ଆଚାର ଓ ବିଭିନ୍ନ ଜଙ୍ଗଲ ଜାତ ଦ୍ରବ୍ୟରୁ ପ୍ରସ୍ତୁତ ବିଭିନ୍ନ ସାମଗ୍ରୀ ପ୍ରସ୍ତୁତ କରି ମହିଳାମାନେ ସ୍ବାବଲମ୍ବୀ ହୋଇପାରିଛନ୍ତି । ଏପରିକି ଜଙ୍ଗଲର ବିଭିନ୍ନ ପତ୍ରରୁ ପ୍ରସ୍ତୁତ ଖଲିଦନା ଓ ବାଉଁଶରୁ ପ୍ରସ୍ତୁତ ବିଭିନ୍ନ ଘର ସାଜସଜ୍ଜା ସାମଗ୍ରୀକୁ ଖୋଦ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ମଧ୍ୟ ବେଶ ପ୍ରଶଂସା କରିଛନ୍ତି ।

ତେବେ ମହିଳାମାନଙ୍କ ଦ୍ବାରା ପ୍ରସ୍ତୁତ ଏହି ସମସ୍ତ ସାମଗ୍ରୀ ବିକ୍ରି କରିବା ପାଇଁ କେବଳ ମେଳା, ମହୋତ୍ସବ କିମ୍ବା ପ୍ରଦର୍ଶନୀରେ ସୁଯୋଗ ମିଳିଥାଏ । ଏହାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ଓ ଜଙ୍ଗଲ ବିଭାଗ ବୌଦ୍ଧଠାରେ ଏଭଳି ଜଙ୍ଗଲ ଜାତ ତଥା ମହିଳାଙ୍କ ଉତ୍ପାଦିତ ସାମଗ୍ରୀର ବିକ୍ରି ପାଇଁ ସ୍ବତନ୍ତ୍ର ଭାବରେ ଏକ ଏସଏଚଜି ହାଟ ଖୋଲା ଯିବା ପାଇଁ ନିଷ୍ପତ୍ତି ନେଇଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.