ETV Bharat / state

ବୌଦ୍ଧରେ ପ୍ରଥମଥର ପାଇଁ ଆୟୋଜିତ ହେଲା ବ୍ୟାଡମିଣ୍ଟନ ଚାମ୍ପିୟନସିପ - ରାଜ୍ୟ ବ୍ୟାଡମିଣ୍ଟନ ଚାମ୍ପିୟନସିପ

ବୌଦ୍ଧ ଜିଲ୍ଲାରେ 19ବର୍ଷରୁ କମ୍ ରାଜ୍ୟ ସ୍ତରୀୟ ବ୍ୟାଡମିଣ୍ଟନ ଚାମ୍ପିୟନସିପ । 3 ଦିନରେ ଏହି ଟୁର୍ଣ୍ଣାମେଣ୍ଟ ଜାର ରହିଥିଲା । ଅଧିକ ପଢନ୍ତୁ

ବୌଦ୍ଧରେ ପ୍ରଥମଥର ପାଇଁ ଆୟୋଜିତ ହେଲା ବ୍ୟାଡମିଣ୍ଟନ ଚାମ୍ପିୟନସିପ

author img

By

Published : Nov 13, 2022, 12:41 PM IST

ବୌଦ୍ଧ: ଜିଲ୍ଲାରେ ପ୍ରଥମ ଥର ପାଇଁ ଆୟୋଜିତ ହୋଇଛି 19ବର୍ଷରୁ କମ୍ ରାଜ୍ୟ ସ୍ତରୀୟ ବ୍ୟାଡମିଣ୍ଟନ ଚାମ୍ପିୟନସିପ । ଏଥିରେ ରାଜ୍ୟର ବିଭିନ୍ନ ସ୍ଥାନରୁ ପ୍ରାୟ 120 ଜଣ ଖେଳାଳି ଅଂଶ ଗ୍ରହଣ କରିଛନ୍ତି । ଜିଲ୍ଲା ଇନଡୋର ଷ୍ଟାଡିୟମ ଠାରେ ତିନି ଦିନ ଧରି ଏହି ଟୁର୍ଣ୍ଣାମେଣ୍ଟ ଆୟୋଜିତ ହୋଇଛି । ରାଜ୍ୟ ବ୍ୟାଡମିଣ୍ଟନ ଆସୋସିଏସନ ଓ ବୌଦ୍ଧ ଜିଲ୍ଲା ବ୍ୟାଡମିଣ୍ଟନ ଆସୋସିଏସନ ସହଯୋଗରେ ଏହି ଚାମ୍ପିୟନସିପ ଆୟୋଜନ କରାଯାଇଛି ।

ବୌଦ୍ଧରେ ପ୍ରଥମଥର ପାଇଁ ଆୟୋଜିତ ହେଲା ବ୍ୟାଡମିଣ୍ଟନ ଚାମ୍ପିୟନସିପ

ଏଥିରେ ରାଜ୍ୟ ବିଭିନ୍ନ ଅଞ୍ଚଳରୁ ପ୍ରାୟ 120 ଜଣ ବଛା ବଛା ଖେଳାଳି ଭାଗ ନେଇଥିଲେ । ଏହାଛଡା ଜାତୀୟ ସ୍ତରରେ ଭାଗ ନେଇଥିବା ଅନେକ ବ୍ୟାଡମିଣ୍ଟନ ଖେଳାଳି ମଧ୍ୟ ଏଥିରେ ଭାଗ ନେଇଥିଲେ । ଖେଳାଳିଙ୍କୁ ଉତ୍ସାହିତ କରିବାକ ବୌଦ୍ଧ ଜିଲ୍ଲାପାଳ କୋର୍ଟରେ ଖେଳାଳିଙ୍କ ସହିତ ବ୍ୟାଡମିଣ୍ଟନ ଖେଳିଥିବା ଦେଖିବାକୁ ମିଳିଥିଲା । ରାଜ୍ୟ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ଖେଳ ଓ ଖେଳାଳିଙ୍କ ବିକାଶ ନିମନ୍ତେ ସରକାର ସବୁବେଳେ ପ୍ରଚେଷ୍ଟା ଜାରି ରଖିଥିବା ସୂଚନା ଦେଇଥିଲେ । ଆଗାମି ଯୁବପୀଢି କିପରି ଉନ୍ନତ କ୍ରୀଡାବିତ ବାହାରି ପାରିବ ସେ ଦିଗରେ ପ୍ରାୟସ ଜାରି ରହିଥିବା କହିଛନ୍ତି ରାଜ୍ୟ ପଞ୍ଚାୟତିରାଜ ମନ୍ତ୍ରୀ ।

ଏହା ବି ପଢନ୍ତୁ...ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କ ବଲାଙ୍ଗୀର ଗସ୍ତ

ବ୍ୟାଡମିଣ୍ଟନ ଚାମ୍ପିୟନସିପକୁ କ୍ରୀଡାବିତଙ୍କ ମଧ୍ୟରେ ଉତ୍ସାହ ଦେଖିକାବୁ ମିଳିଥିଲା । ଏହି ଚାମ୍ପିୟନସିପ ଅଂଶଗ୍ରହଣ କରିବା ସେମାନଙ୍କ ପାଇଁ ସୁଯୋଗ ଆଣିଦେବ ବୋଲି ଆଶା କରିଛନ୍ତି କ୍ରୀଡାବିତ । ଆଜି ଏହି ବ୍ୟାଡମିଣ୍ଟନ ଚାମ୍ପିୟନସିପର ଅନ୍ତିମ ଦିନ ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.