ETV Bharat / state

ବୌଦ୍ଧରେ ସିଂହାସନକୁ ବିଜେ କଲେ ଚତୁର୍ଦ୍ଧାମୂର୍ତ୍ତି, ଭାବ ବିହ୍ବଳ ଭକ୍ତ - ବୌଦ୍ଧ ରଥଯାତ୍ରା

ବୌଦ୍ଧରେ ବିଭିନ୍ନ ସ୍ଥାନରେ ଅନୁଷ୍ଠିତ ରଥଯାତ୍ରାରେ ସୁନାବେଶରେ ଦର୍ଶନ ଦେଲେ ଚତୁର୍ଦ୍ଧାମୂର୍ତ୍ତୀ । ଅଧରପଣା ନୀତି ସମ୍ପନ୍ନ ହେବାପରେ ନିଳାଦ୍ରୀ ବିଜେ କରିଛନ୍ତି ମହାବାହୁ । ଅଧିକ ପଢ଼ନ୍ତୁ

ବୌଦ୍ଧରେ ନିଳାଦ୍ରୀ ବିଜେ କଲେ ଜଗନ୍ନାଥ, ଭାବ ବିହ୍ବଳ ଭକ୍ତ

author img

By

Published : Jul 11, 2022, 8:39 AM IST

ବୌଦ୍ଧ: ରବିବାର ରଥ ଉପରେ ସୁନାବେଶରେ ଦର୍ଶନ ଦେଲେ ଚତୁର୍ଦ୍ଧାମୂର୍ତ୍ତି । ବିଳମ୍ବିତ ସମୟରେ ଠାକୁରଙ୍କ ଅଧରପଣା ନୀତି ସମ୍ପନ୍ନ ହେବାପରେ ନିଳାଦ୍ରୀ ବିଜେ କରିଛନ୍ତି ମହାବାହୁ । ଠାକୁରଙ୍କ ଦୁର୍ଲ୍ଲଭ ବେଶ ଦର୍ଶନ ପାଇଁ ପହଞ୍ଚିଥିଲେ ସୂଚନା ଓ ଲୋକ ସମ୍ପର୍କ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ।

ବୌଦ୍ଧରେ ନିଳାଦ୍ରୀ ବିଜେ କଲେ ଜଗନ୍ନାଥ, ଭାବ ବିହ୍ବଳ ଭକ୍ତ

ବୌଦ୍ଧ ଜିଲ୍ଲାରେ ବିଭିନ୍ନ ଜଗନ୍ନାଥ ମନ୍ଦିରରେ ରବିବାର ନିଳାଦ୍ରୀ ବିଜେ ଅନୁଷ୍ଠିତ ହୋଇଛି । ରବିବାର ସନ୍ଧ୍ୟାରେ ଶ୍ରୀଜିଉଙ୍କ ରାଜରାଜେଶ୍ବର ବେଶ ଦର୍ଶନ କରି ଭାବ ବିହ୍ବଳ ହୋଇଥିଲେ ଭକ୍ତ । ଜିଲ୍ଲାର ବୁଟୁପାଲି, ପାତାଳୀ ଶ୍ରୀକ୍ଷେତ୍ର, ନାଏକପଡା, କଳାଗ୍ରାମ ନାରାୟଣ ନଗର, ସାହାଜପାଲ ଭଳି କେତେକ ସ୍ଥାନରେ ମଧ୍ୟ ରବିବାର ବାହୁଡା ଯାତ୍ରା ଅନୁଷ୍ଠିତ ହୋଇଛି । ବୌଦ୍ଧର ପ୍ରସିଦ୍ଧ ଘୋଷଯାତ୍ରାର ଶେଷ ପର୍ଯ୍ୟାୟରେ ବିଭିନ୍ନ ସ୍ଥାନରେ ପ୍ରବଳ ଭକ୍ତଙ୍କ ସମାଗମ ହୋଇଥିଲା ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.