ETV Bharat / state

National Handloom Day: ପରିଚୟ ହରାଉଛି ବୌଦ୍ଧ ହସ୍ତକଳା - ବୌଦ୍ଧର ପାରମ୍ପରିକ ବାନ୍ଧକଳା

ହଜିଯାଉଛି ବୌଦ୍ଧ ଜିଲ୍ଲାର ପାରମ୍ପରିକ ବାନ୍ଧକଳା । କାରିଗରଙ୍କୁ ସରକାରୀ ସହାୟତା ଯୋଗାଇଦେବାକୁ ଦାବି । ଅଧିକ ପଢ଼ନ୍ତୁ

national handloom day celebrate in boudh
National Handloom Day: ପରିଚୟ ହରାଉଛି ପାରମ୍ପରିକ ହସ୍ତକଳା
author img

By

Published : Aug 7, 2022, 9:14 PM IST

ବୌଦ୍ଧ: ଓଡ଼ିଶା ପରମ୍ପରାର ଏକ ମୁଖ୍ୟ ଅଙ୍ଗ ହେଉଛି ବାନ୍ଧ କଳା । ବିଶ୍ବରେ ଏହାର ଏକ ସ୍ବତନ୍ତ୍ର ପରିଚୟ ରହିଛି । କିନ୍ତୁ ଆଧୁନିକ ଯୁଗରେ ହଜିଯାଉଛି ପାରମ୍ପରିକ କଳା । ଏକଦା ବୌଦ୍ଧ ଅଞ୍ଚଳର ବାନ୍ଧକଳା ସାରାଦେଶରେ ପ୍ରସିଦ୍ଧି ଲାଭ କରିଥିବାବେଳେ ଆଜି ସେ ତାର ପରିଚୟ ହରାଇବାକୁ ବସିଛି ।

ପରିଚୟ ହରାଉଛି ବୌଦ୍ଧ ହସ୍ତକଳା

ଆଜି ହେଉଛି ଜାତୀୟ ହସ୍ତତନ୍ତ ଦିବସ । ରାଜ୍ୟର ହସ୍ତତନ୍ତ କଳା ବିଶ୍ବ ଦରବାରରେ ପହଞ୍ଚିଛି । ବୌଦ୍ଧ ଜିଲ୍ଲାର ଚମ୍ପାପୁର, ବାଘପାଲି, ବୁଟୁପାଲି, ନାରାୟଣନଗର, ବାଉଁଶୁଣୀ, ଗୋଛାପଡା, ସାହାଜପାଲ, ଗୁଡଭେଲିପଦର, ମନମୁଣ୍ଡା ଭଳି ଅନେକ ସ୍ଥାନରେ ଭୁଲିଆ ସମ୍ପ୍ରଦାୟର ଶହଶହ ପରିବାର ବାନ୍ଧକଳାକୁ ପାରମ୍ପରିକ ବୃତ୍ତି ଭାବରେ ଗ୍ରହଣ କରିଆସୁଛନ୍ତି । କିନ୍ତୁ ସରକାରୀ ପ୍ରୋତ୍ସାହନ ଅଭାବରୁ ଅନେକ କାରିଗର ମୁହଁ ଫେରାଉଥିବା ଦେଖିବାକୁ ମିଳିଛି ।

କେବଳ ଔପଚାରିକତା ଦୃଷ୍ଟିରୁ ଆଜି ବୌଦ୍ଧ ଜିଲ୍ଲା ପ୍ରଶାସନ ମନମୁଣ୍ଡାଠାରେ ଜାତୀୟ ହସ୍ତତନ୍ତ ଦିବସକୁ ପାଳନ କରିଛନ୍ତି । କିନ୍ତୁ କାରିଗରଙ୍କ ମଧ୍ୟରେ ଉତ୍ସାହ ପରିଲକ୍ଷିତ ହୋଇନଥିଲା । କାରିଗରମାନେ ରହିଛନ୍ତି "ଉପଯୁକ୍ତ ବଜାର ମୂଲ୍ୟ ମିଳୁନଥିବାବେଳେ ସରକାରଙ୍କ ପକ୍ଷରୁ କୌଣସି ସହାୟତା ମଧ୍ୟ ଯୋଗାଇ ଦିଆଯାଉନାହିଁ ।" ତେଣୁ ପାରମ୍ପରିକ କଳାକୁ ଆଗେଇ ନେବାପାଇଁ ସରକାର ବିହିତ ପଦକ୍ଷେପ ନେବାକୁ ବୁଦ୍ଧିଜୀବୀ ମହଲରେ ଦାବି ହୋଇଛି ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.