ETV Bharat / state

କାମ ଦେବା ନାଁରେ ବାହାର ରାଜ୍ୟରେ ବିକି ଦେଇଥିଲା ଦଲାଲ, ୨୪ ଶ୍ରମିକ ଉଦ୍ଧାର

author img

By

Published : May 13, 2023, 10:18 AM IST

କାମ ଦେବା ପାଇଁ କହି ବାହାର ରାଜ୍ୟରେ ବିକି ଦେଇଥିଲା ଦଲାଲ । ପ୍ରଶାସନର ସହଯୋଗରେ ଉଦ୍ଧାର ହେଲେ ୨୪ ଶ୍ରମିକ । ଅଧିକ ପଢନ୍ତୁ

migrant labour rescued from mumbai
migrant labour rescued from mumbai
୨୪ ଶ୍ରମିକ ଉଦ୍ଧାର

ବୌଦ୍ଧ: କାମ ଦେବାକୁ କହି ଦାଦନ ଶ୍ରମିକଙ୍କୁ ନେଇ ବିକ୍ରି କରିଦେଇଥିଲା ଦଲାଲ । ଅଭିଯୋଗ ପରେ ପୋଲିସ ଏବଂ ପ୍ରଶାସନର ଉଦ୍ୟମରେ ଶ୍ରମ ଅଧିକାରୀ ମହାରାଷ୍ଟ୍ରର ତାମ୍ବେ ଅଞ୍ଚଳରେ ବନ୍ଧକ ଥିବା 24 ଜଣ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରିଛନ୍ତି ।

କାମଧନ୍ଦା ଅଭାବରୁ ଜିଲ୍ଲାର ହଜାର ହଜାର ଶ୍ରମଜୀବୀମାନେ ବାହାର ରାଜ୍ୟରେ ଅତ୍ୟନ୍ତ ଦୟନୀୟ ଅବସ୍ଥାରେ ଦାଦନ ଖଟୁଛନ୍ତି । ତେବେ ଅନେକ ସ୍ଥାନରେ ଏଭଳି ଅସହାୟ ଦାଦନ ଶ୍ରମିକଙ୍କୁ ବିକ୍ରି କରାଯାଉଥିବା ଦୀର୍ଘ ବର୍ଷ ହେଲା ଅଭିଯୋଗ ହୋଇ ଆସୁଛି । ଏଭଳି ଏକ ଘଟଣା ବର୍ତ୍ତମାନ ଜିଲ୍ଲାରେ ଚର୍ଚ୍ଚାର ବିଷୟ ହୋଇଛି । ଦଲାଲ ଦ୍ବାରା ଅର୍ଥ ପ୍ରଲୋଭନ ଦେଖାଇ ଦୁଇ ଦୁଇ ଥର ଦାଦନ ଶ୍ରମିକଙ୍କୁ ବିକ୍ରି କରାଯାଇଥିବା ନେଇ ଅଭିଯୋଗ ହୋଇଥିବା ବେଳେ ଜିଲ୍ଲା ପ୍ରଶାସନ ପକ୍ଷରୁ ସେମାନଙ୍କୁ ଏକ ନାଟକୀୟ ଢଙ୍ଗରେ ଉଦ୍ଧାର କରାଯାଇଛି । ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନର ସହଯୋଗରେ ସୁଦୂର ମହାରାଷ୍ଟ୍ରର ତାମ୍ବେ ଅଞ୍ଚଳରେ ବିକ୍ରି ହୋଇଥିବା 24 ଦାଦନ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି । ଉଦ୍ଧାର ପାଇ ଫେରିବା ଆତ୍ମୀୟଙ୍କୁ ଦେଖିବା ଭାବବିହ୍ବଳ ହୋଇ ପଡ଼ିଥିଲେ ଦାଦନ ଶ୍ରମିକ । ଏଭଳି କିଛି ଦୃଶ୍ୟ ବୌଦ୍ଧ ଜିଲ୍ଲାର ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଦେଖିବାକୁ ମିଳିଥିଲା ।

ସୂଚନା ଅନୁଯାୟୀ, ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକର ମନମୁଣ୍ଡା ଓ କଣ୍ଟାମାଳ ଅଞ୍ଚଳର ତିନୋଟି ଗ୍ରାମର ଶ୍ରମିକ ପରିବାର ଇଟାଭାଟିରେ କାମ କରିବାକୁ ଜଣେ ଦଲାଲଙ୍କ ଜରିଆରେ ମାସିକ ଚାଳିଶ ହଜାର ଟଙ୍କା ଅର୍ଥ ରୋଜଗାର ଆଶାରେ ମହାରାଷ୍ଟ୍ର ଯାଇଥିଲେ । ଉକ୍ତ ଶ୍ରମିକ ପରିବାରମାନଙ୍କୁ ଦଲାଲ ଦୁଇ ଦୁଇଟି ସ୍ଥାନରେ ବିକ୍ରି କରିଥିବା ନେଇ ଅଭିଯୋଗ ହେବା ସହିତ ସେମାନଙ୍କୁ ଶାରୀରିକ ନିର୍ଯାତନା ଦିଆଯିବା ସହ ଖାଇବାକୁ ଠିକରେ ଦିଆଯାଉ ନଥିବା ପରିବାରଙ୍କ ପକ୍ଷରୁ ବୌଦ୍ଧ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହୋଇଥିଲା । ପରିବାରର ଅଭିଯୋଗକୁ ଭିତ୍ତିକରି ଜିଲ୍ଲାପାଳ ସତ୍ୟ ରଞ୍ଜନ ସାହୁ ତୁରନ୍ତ ଏନେଇ ପଦକ୍ଷେପ ଗ୍ରହଣ କରିଥିଲେ । ଏହାପରେ ବୌଦ୍ଧ ପୋଲିସ ଏସପିଙ୍କ ନିର୍ଦ୍ଦେଶ କ୍ରମେ ବରିଷ୍ଠ ପୋଲିସ ଅଧିକାରୀ ଓ ଶ୍ରମ ଅଧିକାରୀଙ୍କ ସହିତ ଅନ୍ୟ ଜଣେ କର୍ମଚାରୀ ମହାରାଷ୍ଟ୍ରର ପୁଣେ ନିକଟବର୍ତ୍ତୀ ତାମ୍ବେରେ ପହଞ୍ଚି ଥିଲେ । ସେଠାରେ ମହାରାଷ୍ଟ୍ର ପୋଲିସର ଏକ ପ୍ଲାଟୁନ ପୋଲିସର ଉପସ୍ଥିତିର ଶ୍ରମିକମାନଙ୍କୁ ଉଦ୍ଧାର କରାଯାଇଥିଲା । ମୋଟ ୨୪ ଜଣ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି ।

ଦାଦନ ଶ୍ରମଜୀବୀମାନେ ଉଦ୍ଧାର ହେବା ପରେ ବୌଦ୍ଧ ଏସପି ରାଜ ପ୍ରସାଦ ଏନେଇ ବିସ୍ତୃତ ସୂଚନା ପ୍ରଦାନ କରିଥିଲେ । ପରେ ବୌଦ୍ଧ ଜିଲ୍ଲାପାଳ ସତ୍ୟ ରଞ୍ଜନ ସାହୁ ଉଦ୍ଧାର ଶ୍ରମିକଙ୍କୁ ଦୁଇ ହଜାର ଟଙ୍କାର ସହାୟତା ରାଶି ସହିତ କିଛି ହାଇଜିନିକ ସାମଗ୍ରୀ ତୁରନ୍ତ ପ୍ରଦାନ କରିଥିଲେ । ଏଭଳି ଘଟଣା ଜିଲ୍ଲାରେ ଏବେ ଚହଳ ପକାଇ ଥିବା ବେଳେ ଜିଲ୍ଲାର ଶ୍ରମଜୀବୀମାନଙ୍କ ଏକ ନିର୍ଭୁଲ ତଥ୍ୟ ପ୍ରସ୍ତୁତ ପାଇଁ ବିଭିନ୍ନ ମହଲରେ ଦାବି ହୋଇଛି ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.