ETV Bharat / state

ବୌଦ୍ଧରେ ଉଭାନ ବର୍ଷା: ଛୁଟିରେ କୃଷି ଅଧିକାରୀ, ଚିନ୍ତାରେ ଚାଷୀ

author img

By ETV Bharat Odisha Team

Published : Sep 2, 2023, 2:14 PM IST

ବର୍ଷାର ଅଭାବରେ ଚାଷ ଜମିର ମାଟି ଫାଟି ଆଁ କରିଛି । ବୌଦ୍ଧ ଜିଲ୍ଲାରେ ବର୍ଷା ଉଭାନ ଯୋଗୁଁ ଚିନ୍ତାରେ ଚାଷୀକୂଳ । ଅଧିକ ପଢନ୍ତୁ

ବୌଦ୍ଧରେ ବର୍ଷା ଉଭାନ
ବୌଦ୍ଧରେ ବର୍ଷା ଉଭାନ
ବୌଦ୍ଧରେ ବର୍ଷା ଉଭାନ

ବୌଦ୍ଧ: ଶ୍ରାବଣ ସରି ଭାଦ୍ରବ ମାସ ଆରମ୍ଭ ହେଲାଣି । ହେଲେ ଆକାଶରୁ ବର୍ଷା ଉଭାନ । ବର୍ଷାର ଅଭାବରେ ଚାଷ ଜମିର ମାଟି ଫାଟି ଆଁ କରିବା ସହିତ ଗଜାମରୁଡି ଆଶଙ୍କା ସୃଷ୍ଟି ହୋଇଛି । ବର୍ଷା ଋତୁରେ ବର୍ଷା ନ ହେବାରୁ ମୁଣ୍ତରେ ହାତ ଦେଇଛନ୍ତି ଚାଷୀ । ତେବେ ବୌଦ୍ଧ ଜିଲ୍ଲାର ବିଭିନ୍ନ ସ୍ଥାନରେ ବର୍ଷା ଉଭାନ ହୋଇଯାଇଥିବା ବେଳେ ଚାଷ କାର୍ଯ୍ୟ କିଭଳିହେବ ସେନେଇ ଚିନ୍ତାରେ ଚାଷୀକୂଳ । ସେପଟେ ଏଭଳି ସମୟରେ ଜିଲ୍ଲାର ତିନୋଟି ପ୍ରମୁଖ କୃଷି ବିଭାଗର ଅଧିକାରୀ ମାନେ ସାମୁହିକ ଛୁଟିରେ ଯାଇଛନ୍ତି ।

ତେବେ ଭାଦ୍ରବ ମାସ ଆରମ୍ଭ ହେଲା । କିନ୍ତୁ ଆକାଶରେ ବର୍ଷାର ଦେଖାନାହିଁ । ଫଳରେ ଏହାର ସିଧାସଳଖ ପ୍ରଭାବ କୃଷି କ୍ଷେତ୍ରରେ ପଡ଼ିଛି । କୃଷି ପ୍ରଧାନ ଜିଲ୍ଲା ଭାବରେ ପରିଚିତ ବୌଦ୍ଧ ଜିଲ୍ଲାର ବିଭିନ୍ନ ସ୍ଥାନରେ ଚାଷ କାର୍ଯ୍ୟ ଆଗେଇ ଚାଲିଛି । ଜମିରେ ତଳି ରୁଆ କାର୍ଯ୍ୟ ସରିସାରିଛି । ଆଉ ଏଭଳି ସମୟରେ ବର୍ଷାର ଅଭାବ ଯୋଗୁଁ ଚାଷ କାର୍ଯ୍ୟ ଉପରେ ଏହାର ପ୍ରଭାବ ପଡିଛି । ଠିକ ମାସକ ପୂର୍ବରୁ ମହାନଦୀ କୂଳରେ ଥିବା ହରଭଙ୍ଗା ବ୍ଲକର ବିଭିନ୍ନ ଅଞ୍ଚଳରେ ବନ୍ୟାଜଳ ଯୋଗୁଁ ହଜାର ହଜାର ଏକର ଚାଷଜମି ଜଳମଗ୍ନ ତଥା କିଛି ଚାଷଜମିରେ ବାଲିଚର ମାଡିଯାଇଥିଲା ।ବର୍ତ୍ତମାନ ଭାଦ୍ରବ ମାସ ଆରମ୍ଭ ହୋଇଥିବା ବେଳେ ବୌଦ୍ଧ ଜିଲ୍ଲାରେ ବର୍ଷା ସମ୍ପୂର୍ଣ୍ଣ ଉଭାନ ହୋଇଯାଇଛି ।

ଏହା ମଧ୍ୟ ପଢନ୍ତୁ- ନବରଙ୍ଗପୁରରେ ବର୍ଷା ଉଭାନ, ୮୫% ଜମି ଫାଟି ଆଁ

ଫଳରେ ମହାନଦୀ କୂଳରେ ଅବସ୍ଥିତ ହରଭଙ୍ଗା ବ୍ଲକର ବିଭିନ୍ନ ସ୍ଥାନରେ କେନାଲ ପାଣି ମାଡି ନ ପାରି ଅନେକ ସ୍ଥାନରେ ଜମି ଫାଟି ଆଁ କଲାଣି । ଅନେକ ଚାଷଜମିରେ ପାଣି ଅଭାବରୁ ଧାନ ତଳି ପଡ଼ିବାକୁ ବସିଛି । ଫଳରେ ବର୍ତ୍ତମାନ ଚାଷୀକୁଳ ଚିନ୍ତା ରେ ପଡିଯାଇଛନ୍ତି । ସେପଟେ ଏଭଳି ସମୟରେ ଜିଲ୍ଲାର କୃଷି, ଉଦ୍ୟାନ ଓ ଜଳଛାୟା ବିଭାଗର ସମସ୍ତ ଅଧିକାରୀ ସାମୁହିକ ଛୁଟିରେ ଯାଇଛନ୍ତି । କ୍ୟାଡ଼ର ପୁନର୍ବିନ୍ୟାସ ସଠିକ ଭାବରେ ହୋଇନଥିବା ଅଭିଯୋଗ କରି ଜିଲ୍ଲାର ସମସ୍ତ କୃଷି ବିଭାଗ ର କୋଡ଼ିଏ ଜଣ ଅଧିକାରୀ ସାମୁହିକ ଛୁଟିରେ ଯାଇଛନ୍ତି । ଯାହାକୁ ନେଇ ବର୍ତ୍ତମାନ ଜିଲ୍ଲାର ଚାଷୀମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତୁରନ୍ତ ଏନେଇ ଜିଲ୍ଲା ପ୍ରଶାସନ ସ୍ବତନ୍ତ୍ର ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ଦାବି ହୋଇଛି ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.