ବୌଦ୍ଧ: ଥମିବାର ନାଁ ନେଉନି କୋରୋନା ସଂକ୍ରମଣ । ଦିନକୁ ଦିନ ସଂକ୍ରମଣର ନୂଆ ନୂଆ ଚିତ୍ର ସାମ୍ନାକୁ ଆସିବାରେ ଲାଗିଛି । ଏହାରି ମଧ୍ୟରେ ଶୁକ୍ରବାର ବୌଦ୍ଧ ଜିଲ୍ଲାରୁ ୬୭ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୬୪୮ରେ ପହଞ୍ଚିଲାଣି ।
![କଣ୍ଟାମାଳ ସିଡିପିଓଙ୍କ କୋରୋନା ଅନୁଭୂତି](https://etvbharatimages.akamaized.net/etvbharat/prod-images/od-boud-04-satya-cdpo-avb-od10020_24092020205403_2409f_03268_368.jpg)
ପ୍ରତ୍ୟେକ ଦିନ ନୂଆ ଆକ୍ରାନ୍ତ ଚିହ୍ନଟ ହେଉଥିଲା ବେଳେ ଅନେକ ଆକ୍ରାନ୍ତ ସୁସ୍ଥ ମଧ୍ୟ ହେଉଛନ୍ତି । ବୌଦ୍ଧ ଜିଲ୍ଲାର ବିଭିନ୍ନ ସରକାରୀ ସ୍ତରରେ କାର୍ଯ୍ୟରତ କୋଭିଡ ଯୋଦ୍ଧାମାନେ କୋରୋନା ସଂକ୍ରମିତ ହୋଇ ଚିକିତ୍ସିତ ହୋଇ ସୁସ୍ଥ ହେଲେଣି । ତନ୍ମଧ୍ୟରୁ ଅନ୍ୟତମ ହେଲେ କଣ୍ଟାମାଳ ସିଡିପିଓ ।
![କଣ୍ଟାମାଳ ସିଡିପିଓଙ୍କ କୋରୋନା ଅନୁଭୂତି](https://etvbharatimages.akamaized.net/etvbharat/prod-images/od-boud-04-satya-cdpo-avb-od10020_24092020205357_2409f_03268_823.jpg)
![କଣ୍ଟାମାଳ ସିଡିପିଓଙ୍କ କୋରୋନା ଅନୁଭୂତି](https://etvbharatimages.akamaized.net/etvbharat/prod-images/od-boud-04-satya-cdpo-avb-od10020_24092020205403_2409f_03268_298.jpg)
ଏହି ମହିଳା କୋରୋନା ଯୋଦ୍ଧା ଗତ ମାସରେ କୋରୋନା ଆକ୍ରାନ୍ତ ହୋଇ ବୌଦ୍ଧ ଓ ଭୂବନେଶ୍ୱର ସମ ହସ୍ପିଟାଲରେ ଚିକିତ୍ସିତ ହୋଇ ସୁସ୍ଥ ହୋଇ ଫେରି ସାରିଲେଣି । ଏହି ସମୟରେ ମଧ୍ୟ ସେ ନିଜର ବିଭାଗର ଦାୟିତ୍ୱ ତଥା ଘରେ ଘରେ ଅରୁଣିମା କାର୍ଯ୍ୟକ୍ରମର ରୂପାୟନ କରିବାକୁ କିଭଳି ଚେଷ୍ଟା କରିଥିଲେ ସେ ସମସ୍ତ ଅନୁଭୂତିକୁ ଇଟିଭି ଭାରତ ଆଗରେ ବର୍ଣ୍ଣନା କରିଛନ୍ତି ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ