ETV Bharat / state

ଅଣ୍ଡର ଓ୍ବାଟର ମକଡ୍ରିଲ ବେଳେ ଅଘଟଣ, ନଦୀରେ ବୁଡି ଯବାନଙ୍କ ମୃତ୍ୟୁ

author img

By

Published : Aug 12, 2020, 5:33 PM IST

ମହାନଦୀରେ ଅଣ୍ଡର ଓ୍ବାଟର ମକଡ୍ରିଲ ସମୟରେ ଜଣେ ଆଇଆରବି ଯବାନ ନଦୀରେ ବୁଡି ତାଙ୍କର ମୃତ୍ୟୁ ଘଟିଛି ।

jawan death
ନଦୀରେ ବୁଡି ଯବାନଙ୍କ ମୃତ

ବୌଦ୍ଧ: ମହାନଦୀରେ ବୁଡି ଯବାନଙ୍କ ମୃତ୍ୟୁ । ମହାନଦୀରେ ଅଣ୍ଡର ଓ୍ବାଟର ମକଡ୍ରିଲ ସମୟରେ ଜଣେ ଆଇଆରବି ଯବାନ ନଦୀରେ ବୁଡି ତାଙ୍କର ମୃତ୍ୟୁ ଘଟିଛି ।

ସୂଚନା ଅନୁଯାୟୀ, ବୁଧବାର ବୌଦ୍ଧ ବଲାସିଙ୍ଗା ଠାରେ ଥିବା ପଞ୍ଚମ ଆଇଆରବି ବାଟାଲିୟନ ଓଡ୍ରାଫ ଟିମର ମହାନଦୀରେ ମକଡ୍ରିଲ ଚାଲିଥିଲା । ଠିକ ଶେଷ ରାଉଣ୍ଡ ସରିବା ବେଳକୁ ଯବାନଙ୍କ ମୁହଁରେ ଲାଗିଥିବା କିଟ ଖୋଲୁ ଖୋଲୁ ତାଙ୍କ ସହ ଲାଗିଥିବା ରଶି ଯୋଗାଯୋଗ ବିଛିନ୍ନ ହୋଇଯାଇଥିଲା ।

ନଦୀରେ ବୁଡି ଯବାନଙ୍କ ମୃତ

ଫଳରେ ଯବାନ ଜଣକ ସିଲିଣ୍ଡର ଓ ଲୋଡିଂ ସହ ମହାନଦୀର ପାଣିରେ ବୁଡି ଯାଇଥିଲେ । ତୁରନ୍ତ ରେସ୍କ୍ୟୁ ଅପରେସନ କରାଯାଇଥିଲେ ମଧ୍ୟ ଯବାନଙ୍କ କୌଣସି ସନ୍ଧାନ ମିଳିନଥିଲା । ପ୍ରାୟ ତିନି ଘଣ୍ଟାରୁ ଉର୍ଦ୍ଧ୍ବ ସମୟ ମହାନଦୀ ଗର୍ଭରେ ଖୋଜାଖୋଜି ପରେ ଯବାନଙ୍କ ମୃତଦେହ ଉଦ୍ଧାର କରାଯାଇଛି । ତେବେ ଯବାନଙ୍କ ନାମ ପ୍ରଦ୍ୟୁମ୍ନ କୁମାର ପଣ୍ଡା ଓ ତାଙ୍କ ଘର କନ୍ଧମାଳ ଜିଲ୍ଲା ବୋଲି ସୂଚନା ମିଳିଛି ।

ଏପଟେ ଘଟଣା ସ୍ଥଳରେ ଆଇଆରବି କମାଣ୍ଡାଣ୍ଟ, ବୌଦ୍ଧ ଏସପି, ଜରୁରୀକାଳୀନ ଅଧିକାରୀ, କିଆକଟା ଥାନା ଅଧିକାରୀ ଓ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ପହଞ୍ଚିଛନ୍ତି । ତେବେ ଏଭଳି ଘଟଣା ବୌଦ୍ଧ ଅଞ୍ଚଳରେ ପ୍ରଥମ ଥର ପାଇଁ ଘଟିଥିବାରୁ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.