ETV Bharat / state

ପ୍ରଶାସନର ଚିନ୍ତା ବଢାଉଛି ବେଆଇନ ଗଞ୍ଜେଇ ଚାଷ

author img

By

Published : Dec 3, 2020, 6:55 PM IST

ବେଆଇନ ଗଞ୍ଜେଇ ଚାଷ ଅବକାରୀ, ଜଙ୍ଗଲ ଓ ପୋଲିସ ବିଭାଗ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛି । ଅଧିକ ପଢନ୍ତୁ...

illegal cannabis cultivation in Boudh, challenge for administration
ପ୍ରଶାସନର ଚିନ୍ତା ବଢାଉଛି ବେଆଇନ ଗଞ୍ଜେଇ ଚାଷ

ବୌଦ୍ଧ: ବେଆଇନ ଗଞ୍ଜେଇ ଚାଷ ଅବକାରୀ, ଜଙ୍ଗଲ ଓ ପୋଲିସ ବିଭାଗ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛି । ପ୍ରତ୍ୟେକ ଦିନ ଶହ ଶହ ଏକର ଏହି ସବୁଜ ଜହରର ଚାଷକୁ ନଷ୍ଟ କରାଯାଉଥିବା ବେଳେ ଆଭ୍ୟନ୍ତରୀଣ ଅଞ୍ଚଳରେ ଅଣ ଓଡିଆଙ୍କ ଦ୍ବାରା ଏହି ବେଆଇନ ଚାଷ ହେଉଥିବା ଅଭିଯୋଗ ହୋଇଛି ।
ବେଆଇନ ଗଞ୍ଜେଇ ଚାଷର ଚେର ଏପରି ଲମ୍ବିଛି ଯେ ପ୍ରତ୍ୟେକ ଦିନ ଶହ ଶହ ଏକର ନଷ୍ଟ କଲେ ମଧ୍ୟ ସରିବାର ନା ଧରୁନି । ଜିଲ୍ଲା ପୋଲିସ, ଅବକାରୀ ଓ ଜଙ୍ଗଲ ବିଭାଗ ଚଢାଉ କରି କୋଟି କୋଟି ଟଙ୍କାର ଏହି ସବୁଜ ଜହରକୁ ନଷ୍ଟ କରୁଛନ୍ତି । ଏହା ସତ୍ତ୍ବେ ଚେତାପଶୁନି ।

ପ୍ରଶାସନର ଚିନ୍ତା ବଢାଉଛି ବେଆଇନ ଗଞ୍ଜେଇ ଚାଷ

ଏହି ବେଆଇନ ଗଞ୍ଜେଇ ଚାଷ ପଛରେ କିଛି ଅଣ ଓଡ଼ିଆ କପା ବେପାରୀଙ୍କ ପ୍ରଛଦ ହାତ ଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ଚାଷୀ । କପା ଚାଷକୁ ଆଳ କରି ଶହ ଶହ ଏକର ଜଙ୍ଗଲ ଜମିରେ ଏହି ଗଞ୍ଜେଇ ଚାଷ ହେଉଥିବା ଜଣାପଡିଛି । ସ୍ଥାନୀୟ ଗରିବ ତଥା ନିରୀହ ଲୋକଙ୍କୁ ଏଥିରେ ମୋହରା ବନାଯାଉଛି । ବୁଧବାର ବୌଦ୍ଧ ଥାନା ଅନ୍ତର୍ଗତ ପାଟଳିପଡା ନିକଟସ୍ଥ ଜଙ୍ଗଲରେ ଚଢ଼ାଉ କରାଯାଇ ପ୍ରାୟ 110 ଏକର ଜଙ୍ଗଲ ଜମିରୁ ଏହି ବେଆଇନ ଗଞ୍ଜେଇ ଚାଷକୁ ନଷ୍ଟ କରାଯାଇଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.