ETV Bharat / state

ମହାନଦୀରେ ବଢୁଛି ବେଆଇନ ବ୍ଲାଷ୍ଟିଂ, ବିପଦରେ ଜଳଚର - ମହାନଦୀରେ ବେଆଇନ ବ୍ଲାଷ୍ଟିଂ

ମାଛମରା ନାଁରେ ମହାନଦୀରେ ହେଉଛି ବେଆଇନ ବ୍ଲାଷ୍ଟିଂ । ଫଳରେ ବିପଦ ମୁହଁକୁ ଠେଲି ହୋଇ ଯାଉଛନ୍ତି ଜଳଚର ପ୍ରାଣୀ । କିଛି ଦିନ ମଧ୍ୟରେ ଏହି ବ୍ଲାଷ୍ଟିଂ ଯୋଗୁଁ ଦୁଇ ଦୁଇଟି କୁମ୍ଭୀରଙ୍କ ମୃତ୍ୟୁ ସହିତ ଜଣେ ଯୁବକ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି । ଅଧିକ ପଢ଼ନ୍ତୁ

illegal blasting in mahandi for fishing
ମହାନଦୀରେ ବେଆଇନ ବ୍ଲାଷ୍ଟିଂ
author img

By

Published : Mar 30, 2022, 1:54 PM IST

ବୌଦ୍ଧ: ମାଛମରା ନାଁରେ ମହାନଦୀରେ ହେଉଛି ବେଆଇନ ବ୍ଲାଷ୍ଟିଂ । ଫଳରେ ବିପଦ ମୁହଁକୁ ଠେଲି ହୋଇ ଯାଉଛନ୍ତି ଜଳଚର ପ୍ରାଣୀ । କିଛି ଦିନ ମଧ୍ୟରେ ଏହି ବ୍ଲାଷ୍ଟିଂ ଯୋଗୁଁ ଦୁଇ ଦୁଇଟି କୁମ୍ଭୀରଙ୍କ ମୃତ୍ୟୁ ସହିତ ଜଣେ ଯୁବକ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି ।

ମହାନଦୀରେ ବେଆଇନ ବ୍ଲାଷ୍ଟିଂ

ବୌଦ୍ଧ ଜିଲ୍ଲାରେ ପ୍ରବାହିତ ମହାନଦୀରେ ମାଛମରା ନାଁରେ ବେଆଇନ ଭାବେ ବ୍ଲାଷ୍ଟିଂ କରାଯାଉଛି । ପୂର୍ବରୁ ପାରମ୍ପରିକ ପଦ୍ଧତିରେ ଡଙ୍ଗା ଦ୍ବାରା ଜାଲରେ ମାଛଧରା ଯାଉଥିଲା । କିନ୍ତୁ ପରିବର୍ତ୍ତିତ ସମୟରେ ମହାନଦୀରେ ଜଳପ୍ରବାହ କମିବା ସହିତ ମାଛମରା ପାଇଁ ବେଆଇନ ଜିଲେଟିନ, ଡିନାମାଇଟରେ ବିସ୍ଫୋରଣ ତଥା ବିଭିନ୍ନ ରସାୟନ ସାମଗ୍ରୀର ବ୍ୟବହାର ହେଉଥିବା ନେଇ ବାରମ୍ବାର ଅଭିଯୋଗ ହେଉଛି । ଏହି ବେଆଇନ ବ୍ଲାଷ୍ଟିଂ ଦ୍ବାରା ଗତ ମାସକ ମଧ୍ୟରେ ଜିଲ୍ଲାରେ ଦୁଇ ଦୁଇଟି କୁମ୍ଭୀରଙ୍କ ମୃତ୍ୟୁ ହୋଇଥିବା ବେଳେ ମଙ୍ଗଳବାର ମଧ୍ୟାହ୍ନରେ ଜଣେ ଯୁବକ ବେଆଇନ ବ୍ଲାଷ୍ଟିଂରେ ଗୁରୁତର ଆହତ ହୋଇଛନ୍ତି ।

ବୌଦ୍ଧ ସହରର ମର୍ଜାକୁଦ ସେତୁ ନିକଟରେ ଡିନାମାଇଟରେ ବ୍ଲାଷ୍ଟିଂ ଦ୍ବାରା ମାଛମରା ସମୟରେ ଯୁବକଙ୍କ ହାତ ପାପୁଲି ଛିଣ୍ଡିଯିବା ଫଳରେ ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ବୌଦ୍ଧ ଡାକ୍ତରଖାନା ଓ ପରେ ବୁର୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଏଭଳି ଘଟଣା ବାରମ୍ବାର ଘଟୁଥିବା ବେଳେ ପୋଲିସ ଓ ଜଙ୍ଗଲ ବିଭାଗ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉନାହିଁ । ଯାହା ବର୍ତ୍ତମାନ ଚିନ୍ତାର କାରଣ ହୋଇଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.