ETV Bharat / state

ଆକାଶରୁ ଖସୁଛି ଅଗ୍ନି ବର୍ଷା, ଜନଜୀବନ ଅସ୍ତବ୍ୟସ୍ତ - ଆକାଶରୁ ଖସୁଛି ଅଗ୍ନି ବର୍ଷା

ଆକାଶରୁ ଅଗ୍ନି ବର୍ଷା ଜାରି । ଜନଜୀବନ ସମ୍ପୂର୍ଣ୍ଣ ଅସ୍ତବ୍ୟସ୍ତ ହୋଇପଡିଛି । ଏଭଳି ସମୟରେ ବନାଗ୍ନି ଓ ପାନୀୟଜଳର ଉତ୍କଟ ସମସ୍ୟା ସମସ୍ତଙ୍କୁ ଚିନ୍ତାରେ ପକାଇଛି । ଅଧିକ ପଢ଼ନ୍ତୁ

ଆକାଶରୁ ଖସୁଛି ଅଗ୍ନି ବର୍ଷା, ଜନଜୀବନ ଅସ୍ତବ୍ୟସ୍ତ

author img

By

Published : Apr 26, 2022, 9:59 PM IST

ବୌଦ୍ଧ: ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହରେ ସିଝୁଛି ସାରା ଜିଲ୍ଲା । ଆକାଶରୁ ଅଗ୍ନି ବର୍ଷା ଜାରି ରହିଥିବା ବେଳେ ଜନଜୀବନ ସମ୍ପୂର୍ଣ୍ଣ ଅସ୍ତବ୍ୟସ୍ତ ହୋଇପଡିଛି । ଜିଲ୍ଲାରେ ତାପମାତ୍ରା ପ୍ରାୟ ୪୫ ଡିଗ୍ରୀ ପାଖାପାଖି ରହୁଥିବା ବେଳେ ଦିନ ୧୦ଟା ବେଳକୁ ରାସ୍ତାଘାଟ ଓ ଦୋକାନ ବଜାର ଖାଲି ହୋଇଯାଉଛି ।

ଆକାଶରୁ ଖସୁଛି ଅଗ୍ନି ବର୍ଷା, ଜନଜୀବନ ଅସ୍ତବ୍ୟସ୍ତ

କେବଳ ଅତି ଜରୁରୀ କାମ ଥିଲେ ଲୋକେ ଘରୁ ବାହାରୁଛନ୍ତି । ଲସି, ଲେମ୍ବୁ ସରବତ, ଆଖୁରସ ଭଳି ଥଣ୍ଡା ପାନୀୟ ଦୋକାନରେ ଲୋକଙ୍କୁ ଦେଖିବାକୁ ମିଳୁଛି । ଜିଲ୍ଲାର ଆମ୍ବଗାଁ ଠାରୁ ନେଇ ତଳଗାଁ ପର୍ଯ୍ୟନ୍ତ ମଣିଷ ବ୍ୟତୀତ ପଶୁପକ୍ଷୀମାନେ ମଧ୍ୟ ଗଭୀର ପ୍ରଭାବିତ ହେଉଛନ୍ତି ।

ସେପଟେ ଏଭଳି ସମୟରେ ଗୋଟିଏ ପଟରେ ବନାଗ୍ନି ଓ ଅନ୍ୟପଟେ ପାନୀୟଜଳର ଉତ୍କଟ ସମସ୍ୟା ସମସ୍ତଙ୍କୁ ଚିନ୍ତାରେ ପକାଇଛି । ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଆଜିଠୁ ପାଞ୍ଚ ଦିନ ପର୍ଯ୍ୟନ୍ତ ଅଙ୍ଗନବାଡି ଓ ବିଦ୍ୟାଳୟକୁ ଛାତ୍ରଛାତ୍ରୀଙ୍କୁ ଆସିବାକୁ ରାଜ୍ୟ ସରକାର ବାରଣ କରିଛନ୍ତି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.