ETV Bharat / state

ବୌଦ୍ଧରେ ଗଞ୍ଜେଇ ଟେନ୍‌ସନ, ଜିଲ୍ଲା ପ୍ରଶାସନ ପାଇଁ ଖୋଲା ଚ୍ୟାଲେଞ୍ଜ - ବୌଦ୍ଧରେ ଗଞ୍ଜେଇ ଚାଷ

ଗଞ୍ଜେଇ ଚାଷର ସାମ୍ରାଜ୍ୟ ପାଲଟିଛି ବୌଦ୍ଧ ଜିଲ୍ଲା । ଯେତେ ନଷ୍ଟ କଲେ ମଧ୍ୟ ହଜାର ହଜାର ହେକ୍ଟର ଅଞ୍ଚଳରେ ଆହୁରି ଗଞ୍ଜେଇ ଚାଷ ହେଉଛି । ଏସମ୍ପର୍କରେ ଅଧିକ ପଢନ୍ତୁ...

ବୌଦ୍ଧରେ ଗଞ୍ଜେଇ ଟେନ୍‌ସନ
ବୌଦ୍ଧରେ ଗଞ୍ଜେଇ ଟେନ୍‌ସନ
author img

By

Published : Nov 28, 2019, 3:35 AM IST

ବୌଦ୍ଧ: ଗଞ୍ଜେଇ ଚାଷର ସାମ୍ରାଜ୍ୟ ପାଲଟିଛି ବୌଦ୍ଧ ଜିଲ୍ଲା । ଯେତେ ନଷ୍ଟ କଲେ ମଧ୍ୟ ହଜାର ହଜାର ହେକ୍ଟର ଅଞ୍ଚଳରେ ଆହୁରି ଗଞ୍ଜେଇ ଚାଷ ହେଉଛି । ଏକ ରିପୋର୍ଟ ମୁତାବକ ନଷ୍ଟ କରାଯାଉଥିବା ଗଞ୍ଜେଇ ସମୁଦାୟ ଚାଷର ମାତ୍ର ପ୍ରାୟ ପାଞ୍ଚ ପ୍ରତିଶତ ।

ବୌଦ୍ଧ ଜିଲ୍ଲାର ବଘିଆପଡା, ଟିକରପଡା, ଆମ୍ବଝରୀ, ଗୁନ୍ଦୁଳିଆ, ଶଗଡା, ଲମ୍ବସରୀ, ନାରାୟଣ ପ୍ରସାଦ ଭଳି ପଞ୍ଚାୟତର ଉପାନ୍ତ ଅଞ୍ଚଳରେ ହଜାର ହଜାର ହେକ୍ଟର ଜଙ୍ଗଲ ଜମିରେ ଗଞ୍ଜେଇ ଚାଷ ହେଉଛି । ଆହୁରି ମଧ୍ୟ ଏହି ବେଆଇନ ଚାଷ ଖୋଦ ଜଙ୍ଗଲ ବିଭାଗ, ଅବକାରୀ ବିଭାଗ, ପୋଲିସ ବିଭାଗ ଓ ରାଜସ୍ବ ବିଭାଗର କିଛି ଅସାଧୁ ସରକାରୀ କର୍ମଚାରୀଙ୍କ ଜ୍ଞାତସାରରେ ଚାଲୁଥିବା ଜଣାପଡିଛି । ପ୍ରାୟ ଦିନ ବିଭିନ୍ନ ଜଙ୍ଗଲରେ ଚଢ଼ାଉ କରାଯାଇ ଶହ ଶହ ଏକର ଜମିରେ ହୋଇଥିବା ଏହି ଗଞ୍ଜେଇ ଚାଷକୁ ନଷ୍ଟ କରାଯାଉଛି । ହେଲେ ଏହି ଚଢ଼ାଉ ଠାରୁ ଆହୁରି ଶହେ ଗୁଣାରୁ ଅଧିକ ଅଞ୍ଚଳରେ ବେଆଇନ କାରବାର ଚାଲିଥିବା ଜଣାପଡିଛି ।

ବୌଦ୍ଧରେ ଗଞ୍ଜେଇ ଟେନ୍‌ସନ, ଜିଲ୍ଲା ପ୍ରଶାସନ ପାଇଁ ଖୋଲା ଚ୍ୟାଲେଞ୍ଜ

ବୁଧବାର କଣ୍ଟାମାଳ ଥାନା ଅନ୍ତର୍ଗତ ବଲମତୁପା ଗ୍ରାମ ନିକଟସ୍ଥ ପେନାଯୋର ଜଙ୍ଗଲର ପତରା ଜଙ୍ଗଲରେ ଚଢ଼ାଉ କରାଯାଇ ପ୍ରାୟ ଶହେ ଏକର ଜମିରେ ହୋଇଥିବା ଗଞ୍ଜେଇ ଚାଷକୁ ନଷ୍ଟ କରାଯାଇଛି । ଗତ ଦୁଇ ଦିନ ତଳେ ଏନେଇ ପାଞ୍ଚ ଜଣଙ୍କୁ ବାଉଁଶୁଣୀ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି ।

ମଙ୍ଗଳବାର ଦିନ ଗୁନ୍ଦୁଳିଆ ପଞ୍ଚାୟତର କିଛି ମହିଳା ଓ ପୁରୁଷ ସାଧାରଣ ଲୋକଙ୍କୁ ଏହି ଗଞ୍ଜେଇ ସମ୍ପର୍କରେ ଅଯଥା ହଇରାଣ କରାଯାଉଥିବା ନେଇ ଏସପିଙ୍କ ନିକଟରେ ଅଭିଯୋଗ କରିଥିଲେ । ବର୍ତ୍ତମାନ ସମୟରେ ବୌଦ୍ଧ ଜିଲ୍ଲାର କଣ୍ଟାମାଳ, ମନମୁଣ୍ଡା, ବାଉଁଶୁଣୀ ଓ ବୌଦ୍ଧ ଥାନା ପୋଲିସ ପାଇଁ ଏହି ଗଞ୍ଜେଇ ଚାଷ ଏକ ବଡ ଚ୍ୟାଲେଞ୍ଜ ସୃଷ୍ଟି କରିଛି । ଏପଟେ ଆଗକୁ ଏହି ଗଞ୍ଜେଇ ଦମନ ଅଭିଯାନ ଆହୁରି ଜୋରଦାର କରାଯିବ ବୋଲି ଏସଡିପିଓ ସୂଚନା ଦେଇଛନ୍ତି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

Intro:ବୌଦ୍ଧ ଜିଲ୍ଲା ପାଲଟିଛି ଗଞ୍ଜେଇ ଚାଷ ର ସାମ୍ରାଜ୍ୟ ।ଯେତେ ନଷ୍ଟ କଲେ ମଧ୍ୟ ଏହା ହଜାର ହଜାର ହେକ୍ଟର ଅଞ୍ଚଳରେ ଆହୁରି ଚାଷ ହେଉଛି ।ଏକ ସୂଚନା ମୁତାବକ ନଷ୍ଟ କରାଯାଉଥିବା ଗଞ୍ଜେଇ ସମୁଦାୟ ଚାଷର ମାତ୍ର ପ୍ରାୟ ପାଞ୍ଚ ପ୍ରତିଶତ ।
ବୌଦ୍ଧ ଜିଲ୍ଲାର ବଘିଆପଡା, ଟିକରପଡା, ଆମ୍ବଝରୀ, ଗୁନ୍ଦୁଳିଆ, ଶଗଡା, ଲମ୍ବସରୀ, ନାରାୟଣ ପ୍ରସାଦ ଭଳି ପଞ୍ଚାୟତ ର ଉପାନ୍ତ ଅଞ୍ଚଳରେ ହଜାର ହଜାର ହେକ୍ଟର ଜଙ୍ଗଲ ଜମିରେ ଗଞ୍ଜେଇ ଚାଷ ହେଉଛି ।ଆହୁରି ମଧ୍ୟ ଏହି ବେଆଇନ ଚାଷ ଖୋଦ ଜଙ୍ଗଲ ବିଭାଗ, ଅବକାରୀ ବିଭାଗ, ପୋଲିସ ବିଭାଗ ଓ ରାଜସ୍ବ ବିଭାଗର କିଛି ଅସାଧୁ ସରକାରୀ କର୍ମଚାରୀ ଙ୍କ ଙ୍ଗ୍ୟାତସାରରେ ଚାଲୁଥିବା ଜଣାପଡିଛି ।ପ୍ରାୟ ଦିନ ବିଭିନ୍ନ ଜଙ୍ଗଲରେ ଚଢ଼ାଉ କରାଯାଇ ଶହ ଶହ ଏକର ଜମିରେ ହୋଇଥିବା ଏହି ଗଞ୍ଜେଇ ଚାଷକୁ ନଷ୍ଟ କରାଯାଉଛି ।କିନ୍ତୁ ଏହି ଚଢ଼ାଉ ଠାରୁ ଆହୁରି ଶହେ ଗୁଣାରୁ ଅଧିକ ଅଞ୍ଚଳରେ ଏହି ବେଆଇନ କାରବାର ଚାଲିଥିବା ଜଣାପଡିଛି ।ବୁଧବାର କଣ୍ଟାମାଳ ଥାନା ଅନ୍ତର୍ଗତ ବଲମତୁପା ଗ୍ରାମ ନିକଟସ୍ଥ ପେନାଯୋର ଜଙ୍ଗଲର ପତରା ଜଙ୍ଗଲରେ ଚଢ଼ାଉ କରାଯାଇ ପ୍ରାୟ ଶହେ ଏକର ଜମିରେ ହୋଇଥିବା ଗଞ୍ଜେଇ ଚାଷ କୁ ନଷ୍ଟ କରାଯାଇଛି ।ଗତ ଦୁଇ ଦିନ ତଳେ ଏନେଇ ପାଞ୍ଚ ଜଣଙ୍କୁ ବାଉଁଶୁଣୀ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି ।କିନ୍ତୁ ମଙ୍ଗଳବାର ଦିନ ଗୁନ୍ଦୁଳିଆ ପଞ୍ଚାୟତ ର କିଛି ମହିଳା ଓ ପୁରୁଷ ସାଧାରଣ ଲୋକଙ୍କୁ ଏହି ଗଞ୍ଜେଇ ସମ୍ପର୍କରେ ଅଯଥା ହଇରାଣ କରାଯାଉଥିବା ନେଇ ଏସପିଙ୍କ ନିକଟରେ ଅଭିଯୋଗ କରିଥିଲେ ।ବର୍ତ୍ତମାନ ସମୟରେ ବୌଦ୍ଧ ଜିଲ୍ଲାର କଣ୍ଟାମାଳ, ମନମୁଣ୍ଡା,ବାଉଁଶୁଣୀ ଓ ବୌଦ୍ଧ ଥାନା ର ପୋଲିସ ପାଇଁଏହି ଗଞ୍ଜେଇ ଚାଷ ଏକ ବଡ ଚ୍ୟାଲେଞ୍ଜ ସୃଷ୍ଟି କରିଛି ।ଏପଟେ ଆଗକୁ ଏହି ଗଞ୍ଜେଇ ଦମନ ଅଭିଯାନ ଆହୁରି ଯୋରଦାର କରାଯିବ ବୋଲି ଏସଡିପିଓ ସୂଚନା ଦେଇଛନ୍ତି ।

Body:ଅବକାରୀ, ପୋଲିସ,ଜଙ୍ଗଲ ଓ ରାଜସ୍ବ ବିଭାଗ ପାଇଁ ବଡ ଚ୍ୟାଲେଞ୍ଜ ଗଞ୍ଜେଇ ଚାଷ ।

Conclusion:ବାଇଟ-୧-ବିଜୟ କୁମାର ପ୍ରଧାନ ,ଚାଷୀ
ବାଇଟ-୨-ସାଲେଷ୍ଟିନ ଟିଗା, ଏସଡିପିଓ
ବୌଦ୍ଧ ରୁ ସତ୍ୟ ନାରାୟଣ ପାଣି, ଈଟିଭି ଭାରତ
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.