ETV Bharat / state

ବୌଦ୍ଧରେ ଉଦଘାଟିତ ହେଲା ଚତୁର୍ଥ ଗଡଜାତ ଲୋକ ମହୋତ୍ସବ

ନିରାଡମ୍ବର ଭାବରେ ଉଦଘାଟନ ହେଲା ବୌଦ୍ଧ ଜିଲ୍ଲାର ପ୍ରସିଦ୍ଧ ଚତୁର୍ଥ ଗଡଜାତ ଲୋକ ମହୋତ୍ସବ । ଅଧିକ ପଢନ୍ତୁ...

ଉଦଘାଟିତ ହେଲା ଚତୁର୍ଥ ଗଡଜାତ ଲୋକ ମହୋତ୍ସବ
ଉଦଘାଟିତ ହେଲା ଚତୁର୍ଥ ଗଡଜାତ ଲୋକ ମହୋତ୍ସବ
author img

By

Published : Dec 16, 2020, 8:52 AM IST

ବୌଦ୍ଧ:କୋରୋନା ପାଇଁ ଚଳିତ ବର୍ଷ ସମସ୍ତ ପାର୍ବଣ ଫିକା ଫିକା ପାଳିତ ହୋଇଛି । ବୌଦ୍ଧ ଜିଲ୍ଲାର ପ୍ରସିଦ୍ଧ ଚତୁର୍ଥ ଗଡଜାତ ଲୋକ ମହୋତ୍ସବ ନିରାଡମ୍ବର ଭାବରେ ଉଦଘାଟିତ ହୋଇଛି ।

ବିରନରସିଂପୁର ସ୍ଥିତ ନର୍ସରୀ ପରିସରରେ କୋରୋନା କଟକଣା ମଧ୍ୟରେ ଏହି ଲୋକ ମହୋତ୍ସବ ଉଦଘାଟିତ ହୋଇଛି । ଚଳିତ ବର୍ଷ କଟକଣା ପାଇଁ ମହୋତ୍ସବର ସମସ୍ତ କାର୍ଯ୍ୟକ୍ରମକୁ ବାତିଲ କରାଯାଇଛି । କେବଳ ଲୋକ ପରମ୍ପରାକୁ ବଞ୍ଚାଇ ରଖିବାକୁ ଏହି ଉତ୍ସବ ପାଳନ କରାଯାଇଛି ।

ଉଦଘାଟିତ ହେଲା ଚତୁର୍ଥ ଗଡଜାତ ଲୋକ ମହୋତ୍ସବ

ଏହି ଉତ୍ସବ ଉପଲକ୍ଷେ ବିଭିନ୍ନ ସଚେତନାମୂଳକ କାର୍ଯ୍ୟ ହାତକୁ ନିଆଯାଇଛି । ପ୍ରଥମ ଦିନରେ ମାସ୍କ ବଣ୍ଟନ ସହିତ ଆଜି ଏକ ରକ୍ତଦାନ ଶିବିରର ଆୟୋଜନ ହେବାକୁ ଯାଉଛି । ଚତୁର୍ଥ ଦିନ ଓଏଲମରେ ଥିବା ସିଆରପିମାନଙ୍କୁ ତାଲିମ ଦେବା ସହ ଗାଁରେ କମଳ ବଣ୍ଟନ କରିବା ଓ ଗାଁରେ ଥିବା ଅଗ୍ରଣୀ କୃଷକମାନଙ୍କୁ ତାମିଲ ଦେବାର କାର୍ଯ୍ୟକ୍ରମ ରହିଥିବା ଆୟୋଜନ କମିଟି ପକ୍ଷରୁ ସୂଚନା ମିଳିଛି । ଅଞ୍ଚଳର ଲୋକକଳା ସହିତ ଲୋକନୃତ୍ୟ ଓ ଲୋକବାଦ୍ୟକୁ ଉଦଜୀବିତ କରି ରଖିବାରେ ଏହି ମହୋତ୍ସବର ଯଥେଷ୍ଟ ଅବଦାନ ରହିଥିବାରୁ କଳାକାର ଏନେଇ ଅନେକ ଆଶା ବାନ୍ଧି ରଖିଛନ୍ତି ।

ବୌଦ୍ଧରୁ ସତ୍ୟନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.