ETV Bharat / state

ପରିବାରର ମୁଖ୍ୟ ଆରପାରିକୁ ଚାଲିଗଲା ପରେ ଅସହାୟ ୪ ପ୍ରାଣୀ - ସରକାରୀ ସହାୟତା

ଅସହାୟ ଅବସ୍ଥାରେ ଗୋଟିଏ ପରିବାରର ୪ ପ୍ରାଣୀ । ପରିବାରର ରୋଜଗାରକ୍ଷମ ବ୍ୟକ୍ତିଙ୍କ ଦୁର୍ଘଟଣା ପରେ କଷ୍ଟରେ ବଞ୍ଚୁଛନ୍ତି ପରିବାର । ଅଧିକ ପଢନ୍ତୁ...

familys of dead workers in helpless condition in  boudha
ଅସହାୟ ଅବସ୍ଥାରେ ମୃତ ଶ୍ରମିକଙ୍କ ପରିବାର, ମିଳୁନି ସରକାରୀ ସହାୟତା
author img

By

Published : Jul 22, 2021, 10:36 AM IST

ବୌଦ୍ଧ: ଅସହାୟ ଅବସ୍ଥାରେ ଗୋଟିଏ ପରିବାରର ୪ ପ୍ରାଣୀ । ପରିବାରର ଜଣେ ମାତ୍ର ରୋଜଗାରକ୍ଷମ ବ୍ୟକ୍ତିଙ୍କ ଦୁର୍ଘଟଣାରେ ଚାରି ମାସ ତଳେ ମୃତ୍ୟୁ ହୋଇଯାଇଥିଲେ ମଧ୍ୟ ଏଯାବତ ସେହି ପରିବାରକୁ ମୃତ୍ୟୁ ପ୍ରମାଣପତ୍ର ମିଳିନାହିଁ । ଫଳରେ ଅସହାୟ ଅବସ୍ଥାରେ କାଳ କାଟୁଛନ୍ତି ଗୋଟିଏ ପରିବାରର ୪ ପ୍ରାଣୀ । ଏଭଳି ଦୁଖଃଦ ଘଟଣା ଦେଖିବାକୁ ମିଳିଛି ବୌଦ୍ଧ ଜିଲ୍ଲାରେ ।

ପରିବାରର ମୁଖ୍ୟ ଆରପାରିକୁ ଚାଲିଗଲା ପରେ ଅସହାୟ ୪ ପ୍ରାଣୀ

ସୂଚନା ମୁତାବକ ବୌଦ୍ଧ ଜିଲ୍ଲା ସଦର ମହକୁମାଠାରୁ ମାତ୍ର ଛ କିଲୋମିଟର ଦୂରରେ ଅବସ୍ଥିତ ସରସରା ପଞ୍ଚାୟତ କୋଡାସାହି । ଗାଁର ଜନୈକ ଦିନ ମଜୁରିଆ ଗତ ପ୍ରାୟ ଚାରି ମାସ ତଳେ ବାମଣ୍ଡାରୁ କାମ କରି ଫେରିବା ବେଳେ ଏକ ଅଜଣା ଗାଡି ଧକ୍କାରେ ମୃତ୍ୟୁ ବରଣ କରିଥିଲେ । ପରିବାରର ଏକମାତ୍ର ରୋଜଗାର କ୍ଷମ ବ୍ୟକ୍ତିଙ୍କ ମୃତ୍ୟୁ ପରେ ପରିବାରର ପାଞ୍ଚ ପ୍ରାଣୀ ବର୍ତ୍ତମାନ ଅତ୍ୟନ୍ତ ଅସହାୟ ଭାବରେ କାଳ କାଟୁଛନ୍ତି । ବିଧବା ପତ୍ନୀ ରୋଗିଣା ହୋଇପଡିଥିବା ବେଳେ ଅର୍ଥ ଅଭାବରୁ ପିଲାଙ୍କ ପାଠ ପଢାରେ ଡୋରି ବନ୍ଧା ହେଲାଣି ।

ସେପଟେ ଶ୍ରମିକଙ୍କ ମୃତ୍ୟୁ ପରେ ପୋଲିସ କିମ୍ବା ସ୍ବାସ୍ଥ୍ୟ ବିଭାଗ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରିନଥିବାରୁ ପରିବାରକୁ ଆଜି ପର୍ଯ୍ୟନ୍ତ ମୃତ୍ୟୁ ପ୍ରମାଣପତ୍ର ମିଳିପାରି ନାହିଁ । ଫଳରେ ପରିବାରକୁ ଆଜି ପର୍ଯ୍ୟନ୍ତ କୌଣସି ସରକାରୀ ଯୋଜନାରେ ସାମିଲ କରାଯାଇ ପାରିନାହିଁ । ଜମି ଭୂମି ହୀନ ଏହି ଅସହାୟ ଶ୍ରମିକ ପରିବାର ସମ୍ପର୍କରେ ଏପରିକି ଶ୍ରମ ବିଭାଗ ନିକଟରେ ମଧ୍ୟ କୌଣସି ଖବର ନାହିଁ । ତୁରନ୍ତ ଏହି ଅସହାୟ ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବି ହୋଇଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.