ETV Bharat / state

ଫାଇନାନ୍ସ କମ୍ପାନୀର ଦୌରାତ୍ମ୍ୟରେ ଅତିଷ୍ଠ ମହିଳା ଗୋଷ୍ଠୀ

author img

By

Published : Jun 27, 2021, 7:48 AM IST

ଲକଡାଉନ ସମୟରେ ମାଇକ୍ରୋ ଫାଇନାନ୍ସ କମ୍ପାନୀର ଦୌରାତ୍ମ୍ୟରେ ଅତିଷ୍ଠ ମହିଳା ଗୋଷ୍ଠୀ । ଆଜି ଏନେଇ ଏହା ବିରୋଧରେ ମହିଳା ଗୋଷ୍ଠୀ ପ୍ରତିନିଧି ଓ ସ୍ବେଚ୍ଛାସେବୀ ମିଶି ଚରମ ନିଷ୍ପତ୍ତି ନେଇଛନ୍ତି । ଅଧିକ ପଢନ୍ତୁ...

ଫାଇନାନ୍ସ କମ୍ପାନୀର ଦୌରାତ୍ମ୍ୟରେ ଅତିଷ୍ଠ ମହିଳା ଗୋଷ୍ଠୀ
ଫାଇନାନ୍ସ କମ୍ପାନୀର ଦୌରାତ୍ମ୍ୟରେ ଅତିଷ୍ଠ ମହିଳା ଗୋଷ୍ଠୀ

ବୌଦ୍ଧ: କୋରୋନା ମହାମାରୀ ଯୋଗୁଁ ସମସ୍ତେ ପ୍ରଭାବିତ । ସବୁଆଡେ ଲକଡାଉନ ଯୋଗୁଁ ଚିନ୍ତାରେ ଲକ୍ଷ ଲକ୍ଷ ପରିବାର । ତେବେ ଏଭଳି ସମୟରେ ମାଇକ୍ରୋ ଫାଇନାନ୍ସ କମ୍ପାନୀର ଜୁଲମରେ ଅର୍ଥ ଆଦାୟକୁ ନେଇ ଅତିଷ୍ଠ ମହିଳା ଗୋଷ୍ଠୀ । ଶନିବାର ବୌଦ୍ଧ ଜିଲ୍ଲା ସାମ୍ପୋଚ ଗ୍ରାମରେ ଏଭଳି କମ୍ପାନୀ ଦ୍ବାରା ପ୍ରଭାବିତ ଶତାଧିକ ମହିଳା ଗୋଷ୍ଠୀର ପ୍ରତିନିଧି ଓ ସ୍ବେଚ୍ଛାସେବୀ ମିଳିତ ହୋଇ ଏଭଳି କାର୍ଯ୍ୟକୁ ତୀବ୍ର ବିରୋଧ ସହିତ ସମାଲୋଚନା କରିଥିଲେ ।

ବୌଦ୍ଧ ଜିଲ୍ଲାର ବିଭିନ୍ନ ସ୍ଥାନରେ ଏଭଳି 20ରୁ ଉର୍ଦ୍ଧ୍ବ ମାଇକ୍ରୋଫାଇନାନ୍ସ କମ୍ପାନୀ ଦପ୍ତର ଖୋଲି ଲୋକଙ୍କୁ ଲୁଟିବାରେ ଲାଗିଥିଲେ ମଧ୍ୟ ମହିଳା ମାନେ ଭୟରେ କାହାକୁ କିଛି ଅଭିଯୋଗ କରିପାରୁ ନାହାନ୍ତି । ସେପଟେ କମ୍ପାନୀର କର୍ମଚାରୀ ଏଭଳି କଟୁ କଥା କହୁଛନ୍ତି ଯେ ତାହା ବର୍ତ୍ତମାନ ଅସହ୍ୟ ହୋଇପଡିଲାଣି । ତେବେ ବୈଠକରେ ଏଭଳି ଅର୍ଥ ଶୋଷଣ ବିରୋଧରେ ଆନ୍ଦୋଳନ ପାଇଁ ସଜବାଜ ହେବା ସହ ଆବଶ୍ୟକ ପଡିଲେ ସମ୍ପୃକ୍ତ କର୍ମଚାରୀଙ୍କୁ ବାନ୍ଧି ରଖାଯିବ ବୋଲି ଚେତାବନୀ ଦିଆଯାଇଥିଲା ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.