ETV Bharat / state

Football For All: ବୌଦ୍ଧରେ ହାଇସ୍କୁଲ ସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ

author img

By

Published : Oct 17, 2022, 10:43 PM IST

ବୌଦ୍ଧ ଜିଲ୍ଲାରେ ୪ ଦିନ ଧରି ଚାଲିଥିବା ଆନ୍ତଜିଲ୍ଲା ହାଇସ୍କୁଲ ସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ । କଚେରୀ ପଡିଆରେ ଚାଲିଥିଲା ଏହି ଆନ୍ତଜିଲ୍ଲା ଫୁଟବଲ ଟୁର୍ଣ୍ଣାମେଣ୍ଟ(inter school football tournament in Boudh) । ଅଧିକ ପଢ଼ନ୍ତୁ

district level inter school football tournament concluded in Boudh in Football For All program
Football For All: ବୌଦ୍ଧରେ ହାଇସ୍କୁଲ ସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ

ବୌଦ୍ଧ: ଜିଲ୍ଲାରେ ୪ ଦିନ ଧରି ଚାଲିଥିବା ଆନ୍ତଜିଲ୍ଲା ହାଇସ୍କୁଲ ସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଛି । ପ୍ରଥମ ଥର ପାଇଁ ହାଇସ୍କୁଲ ସ୍ତରରେ ଏଭଳି ଏକ ଟୁର୍ଣ୍ଣାମେଣ୍ଟ ଆୟୋଜନ ହୋଇଥିବାରୁ ଜିଲ୍ଲା ପ୍ରଶାସନକୁ ଧନ୍ୟବାଦ ଦେଇଛନ୍ତି କ୍ରୀଡ଼ାବିତ । ଜିଲ୍ଲା ସଦର ମହକୁମା କଚେରୀ ପଡିଆରେ ଚାଲିଥିଲା ଏହି ଆନ୍ତଜିଲ୍ଲା ଫୁଟବଲ ଟୁର୍ଣ୍ଣାମେଣ୍ଟ ।

ଆୟୋଜିତ ଟୁର୍ଣ୍ଣାମେଣ୍ଟ୍‌ରେ ବୌଦ୍ଧ ଜିଲ୍ଲାର ତିନୋଟି ବ୍ଲକର ବାଳକ ବିଭାଗରେ ୬ଟି ଟିମ୍‌ ଭାଗ ନେଇଥିଲେ । ସେହିଭଳି ବାଳିକା ବିଭାଗରେ ମୋଟ ୩ଟି ଟିମ୍‌ ଭାଗ ନେଇଥିଲେ । ରାଜ୍ୟ ସରକାରଙ୍କ ଫୁଟବଲ୍‌ ଫର୍‌ ଅଲ୍‌ କାର୍ଯ୍ୟକ୍ରମରେ ଏହି ଟୁର୍ଣ୍ଣାମେଣ୍ଟ ଆୟୋଜନ ସଫଳ ହୋଇ ପାରିଛି । ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ଧନ୍ୟବାଦ ଦେଇଛନ୍ତି କ୍ରୀଡ଼ାବିତ୍‌ । ଟୁର୍ଣ୍ଣାମେଣ୍ଟକୁ ନେଇ ଜିଲ୍ଲାର ବିଭିନ୍ନ ଉପାନ୍ତ ଅଞ୍ଚଳରୁ ଆସିଥିବା ଖେଳାଳି ବେଶ ଉତ୍ସାହିତ ଥିବା ଦେଖା ଯାଇଥିଲା ।

ଫୁଟବଲ ସହିତ ୪ ଦିନ ଧରି ପିଲାଙ୍କୁ ହକି ଓ ଅନ୍ୟ କ୍ରୀଡ଼ା ପାଇଁ ମଧ୍ୟ ସ୍ବତନ୍ତ୍ର ତାଲିମ ପ୍ରଦାନ କରାଯାଇଥିଲା । ପ୍ରତ୍ୟେକ ଦିନ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ଛାତ୍ରଛାତ୍ରୀ ନିଜ ଲୁକ୍କାୟିତ ପ୍ରତିଭାର ପରିପ୍ରକାଶ କରିପାରିଛନ୍ତି । ଏହାକୁ ନେଇ ଛାତ୍ରଛାତ୍ରୀ ଖୁସି ଜାହିର କରିଛନ୍ତି । ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଲା ଜିଲ୍ଲାର ହାଇସ୍କୁଲ ଛାତ୍ରୀଙ୍କ ପାଇଁ ଏଭଳି ଫୁଟବଲ ଟୁର୍ଣ୍ଣାମେଣ୍ଟ ପ୍ରଥମଥର ପାଇଁ ଆୟୋଜନ ହୋଇଥିଲା । ଏହାକୁ ନେଇ ଖୁସି ଜାହିର କରିବା ସହ ଏଭଳି ଟୁର୍ଣ୍ଣାମେଣ୍ଟ ପ୍ରତ୍ୟେକ ବର୍ଷ ଆୟୋଜନ ପାଇଁ ନିବେଦନ କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.