ETV Bharat / state

ମାଲକାନଗିରିରେ ଡରାଇଲାଣି ଡିପଥେରିଆ, ଆଖି ବୁଜିଲେ ଛାତ୍ର - diphtheria disease spread

author img

By ETV Bharat Odisha Team

Published : 2 hours ago

DIPHTHERIA DISEASE SPREAD: ମାଲକାନଗିରିରେ ଚିନ୍ତା ବଢାଉଛି ଡିପଥେରିଆ । ତଙ୍ଗଗୁଡ଼ା ସେବାଶ୍ରମରେ ବ୍ୟାପିଲା ଡିପ୍‌ଥେରିଆ । ଜଣେ ଛାତ୍ରର ମୃତ ପରେ ଅନ୍ୟ ୬ଜଣଙ୍କ ରକ୍ତ ନମୁନା ସଂଗ୍ରହ । ଅଧିକ ପଢନ୍ତୁ

DIPHTHERIA DISEASE IN MALKANGIRI
DIPHTHERIA DISEASE IN MALKANGIRI (ETV Bharat Odisha)

ମାଲକାନଗିରି: ଡେପଥେରିଆ ଆକ୍ରାନ୍ତରେ ଗତ ୧୦ଦିନ ମଧ୍ୟରେ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛି । ରାୟଗଡ଼ା,କୋରାପୁଟ, କଳାହାଣ୍ଡି ପରେ ମାଲକାନଗିରି ଜିଲ୍ଲାକୁ ମାଡ଼ିଲା ମାରାତ୍ମକ ଡିପ୍‌ଥେରିଆ ଜୀବାଣୁ । କେମିତି ମାଲକାନଗିରି ଜିଲ୍ଲାକୁ ଆସିଲା ସ୍ପଷ୍ଟ ହୋଇପାରି ନଥିବାରୁ ଲୋକଙ୍କ ମଧ୍ୟରେ ଆତଙ୍କ ବଢ଼ିଛି ।

ତଙ୍ଗଗୁଡ଼ା ସେବାଶ୍ରମରେ ଡିପ୍‌ଥେରିଆ ଆତଙ୍କ:

ଚିତ୍ରାଙ୍ଗ ପାଲ୍ଲୀ ପଞ୍ଚାୟତ ଅନ୍ତର୍ଗତ ତଙ୍ଗଗୁଡ଼ା ଆବାସିକ ବିଦ୍ୟାଳୟର ଶିବ ମାଡ଼କାମୀ ନାମକ ଜଣେ ଚତୁର୍ଥ ଶ୍ରେଣୀ ଛାତ୍ର ଗତ ୧୩ ତାରିଖରେ ଜ୍ବରରେ ଆକ୍ରାନ୍ତ ହୋଇଥିଲେ । ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ତାଙ୍କୁ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସା ସତ୍ତ୍ବେ ସ୍ଵାସ୍ଥ୍ୟାବସ୍ଥାରେ ପରିବର୍ତ୍ତନ ନହେବାରୁ ତାଙ୍କୁ କୋରାପୁଟ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ରକ୍ତ ନମୁନା ପରୀକ୍ଷା କରିବାରୁ ଡିପ୍‌ଥେରିଆ ସଂକ୍ରମିତ ବୋଲି ଜଣାପଡ଼ିଥିଲା । ତେବେ ଚିକିତ୍ସାଧୀନ ଅବସ୍ଥାରେ ଗତ ୧୮ ତାରିଖରେ ତାଙ୍କର ମୃତ୍ୟୁ ହୋଇଥିଲା । ବର୍ତ୍ତମାନ ସେହି ବିଦ୍ୟାଳୟର ଆଉ ଜଣେ ଚତୁର୍ଥ ଶ୍ରେଣୀ ଛାତ୍ର ପଡ଼ିଆମି ମଧ୍ୟ ଅସୁସ୍ଥ ହୋଇଥିଲେ । ତାଙ୍କୁ ମାଲକାନଗିରିରେ ଚିକିତ୍ସା କରାଯିବା ପରେ ଡାଟ୍ ଇଞ୍ଜେକ୍ସନ ନଥିବାରୁ କୋରାପୁଟ ସ୍ଥାନାନ୍ତର କରାଯାଇଛି ।

ଏହା ମଧ୍ୟ ପଢନ୍ତୁ ...ଗୋତିଗୁଡ଼ାରେ ଅଜଣା ରୋଗ ଆତଙ୍କତ, ଗଡ଼ିଲାଣି ୩ ଶିଶୁଙ୍କ ମୁଣ୍ଡ - DIPHTHERIA DISEASE in koraput

ଏହା ମଧ୍ୟ ପଢନ୍ତୁ....ରାଜ୍ୟରେ ମାଡ଼ିଲାଣି ଡିପଥେରିଆ-ଜଣ୍ଡିସ-ଜେଇ ରୋଗ, ସମୀକ୍ଷା କଲେ ସ୍ୱାସ୍ଥ୍ୟମନ୍ତ୍ରୀ - Health Minister Meeting

ଏହା ମଧ୍ୟ ପଢନ୍ତୁ ...ଡିପଥେରିଆ ପାଇଁ ଥରହର ଜଳବନ୍ଦୀ ଇଲାକା, ଜଣେ ଶିଶୁ ମୃତ - DIPHTHERIA DISEASE IN kalahandi

ତଙ୍ଗଗୁଡ଼ା ସେବାଶ୍ରମରେ ସ୍ଥିତି ଅନୁଧ୍ୟାନ କଲେ ବିଶେଷଜ୍ଞ ଟିମ୍:

ଅନ୍ୟପଟେ ଏଭଳି ଘଟଣା ପରେ ଡବ୍ଲୁଏଚ୍ଓ ମେଡିକାଲ ଟିମ୍ ତଙ୍ଗଗୁଡ଼ା ଆବାସିକ ବିଦ୍ୟାଳୟରେ ପହଞ୍ଚି ସମସ୍ତ ଛାତ୍ରଛାତ୍ରୀଙ୍କ ସ୍ଵାସ୍ଥ୍ୟ ପରୀକ୍ଷା କରାଇବା ସହ ୬ଜଣଙ୍କ ରକ୍ତ ନମୁନା ସଂଗ୍ରହ କରିଥିଲେ । ଆଜି ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ପରିବାର କଲ୍ୟାଣ ନିର୍ଦ୍ଦେଶାଳୟର ବିଶେଷଜ୍ଞ ରାଜ୍ୟସ୍ତରୀୟ ଟିମ୍ ଡଃ ତାପସ କୁମାର ପାତ୍ର ଏବଂ ଡଃ ଅନୀଲ ପଟ୍ଟନାୟକ ତଙ୍ଗଗୁଡ଼ା ସେବାଶ୍ରମରେ ପହଞ୍ଚି ରୋଗର କାରଣ ଖୋଜିଛନ୍ତି । ଏହି ଘଟଣା ପରେ ଅଭିଭାବକ ମହଲରେ ଭୟର ବାତାବରଣ ଖେଳିଯାଇଛି । ତେବେ ମୁକାବିଲା ପାଇଁ ଡିପ୍‌ଥେରିଆ ପ୍ରତିଷେଧକ ଟିକା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆସିଥିବା ମଧ୍ୟ କହିଛନ୍ତି ବିଶେଷଜ୍ଞ ଟିମ୍ ।

ଇଟିଭି ଭାରତ,ମାଲକାନଗିରି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.