ETV Bharat / entertainment

ପରିବେଶ ସୁରକ୍ଷାର ବାର୍ତ୍ତା ନେଇ ଆସୁଛି ଓଡ଼ିଆ ଫିଲ୍ମ 'ଅକ୍ସିଜେନ' - New Film Oxygen

author img

By ETV Bharat Odisha Team

Published : 2 hours ago

Odia Film Oxygen: ପରିବେଶ ସୁରକ୍ଷାର ବାର୍ତ୍ତା ନେଇ ପରଦାକୁ ଆସୁଛି ନୂଆ ଓଡ଼ିଆ ଫିଲ୍ମ । 'ଅକ୍ସିଜେନ' ଏକ ସୁନ୍ଦର ପ୍ରେମ କାହାଣୀ ଉପରେ ମଧ୍ୟ ପର୍ଯ୍ୟବେସିତ । ଜାଣନ୍ତୁ କେବେ ହେବ ରିଲିଜ ।

New Film Oxygen
New Film Oxygen (Film Flash)

ଭୁବନେଶ୍ବର: ପରିବେଶ ସୁରକ୍ଷାର ବାର୍ତ୍ତା ନେଇ ମୁକ୍ତିଲାଭ କରିବାକୁ ଯାଉଛି ଓଡ଼ିଆ ଚଳଚ୍ଚିତ୍ର 'ଅକ୍ସିଜେନ' । ଏହା ନଭେମ୍ବରରେ ମୁକ୍ତିଲାଭ କରିବ ବୋଲି ସୂଚନା ଦେଇଛି ପ୍ରଯୋଜନା ସଂସ୍ଥା । 'ବୃକ୍ଷ ହିଁ ଜୀବନ, ଗଛ ବଞ୍ଚିଲେ ମଣିଷ ସମାଜ ବଞ୍ଚିବ ଏହି ନିଆରା ବାର୍ତ୍ତା ସହ ଭିନ୍ନ ଏକ କାହାଣୀକୁ ନେଇ ପ୍ରସ୍ତୁତ ହୋଇଛି 'ଅକ୍ସିଜେନ'। ଏଥିରେ ଏକ ସୁନ୍ଦର ପ୍ରେମ କାହାଣୀ ମଧ୍ୟ ଦେଖିବାକୁ ମିଳିବ।

Odia Film Oxygen (ETV Bharat Odisha)

ଫିଲ୍ମର ଷ୍ଟାରକାଷ୍ଟ:

ଅପ୍ରୀ ପ୍ରଡକ୍ସନ ବୟାନରରେ ଚଳଚ୍ଚିତ୍ର ପ୍ରସ୍ତୁତ ହୋଇଥିବା ବେଳେ ମୁକ୍ତିଲାଭ ପୂର୍ବରୁ ଭୁବନେଶ୍ୱରର ବୁଲନଭାଇ ସେବା ସଦନରେ ଏହାର ଟ୍ରେଲର, ପୋଷ୍ଟର ଓ ମ୍ୟୁଜିକ ରିଲିଜ ହୋଇଯାଇଛି। ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି ସମ୍ବିତ, ତମନ୍ନା ଏବଂ ବବି ମିଶ୍ର। ପରିବେଶ ସୁରକ୍ଷାର କାହାଣୀ ସହ ପ୍ରତିଟି ଚରିତ୍ର ବେଶ ଜୀବନ୍ତ ହୋଇଛି । କଳାକାରମାନଙ୍କର ଦମଦାର ଅଭିନୟ ସାଙ୍ଗକୁ ଫିଲ୍ମର ଗୀତ ସବୁ ଖୁବ ମଧୁର ହୋଇଛି । ସବୁ ଗୀତ ଓଡି଼ଆ ଲୋକଙ୍କ ହୃଦୟକୁ ଛୁଇଁବ ବୋଲି ପ୍ରଯୋଜକ ପ୍ରସାଦ ପଣ୍ଡା ଆଶା ରଖିଛନ୍ତି । କାହାଣୀ ଏବଂ ସଂଳାପ ରଶ୍ମି ରଞ୍ଜନ ପଣ୍ଡା ଲେଖିଥିବାବେଳେ ସଙ୍ଗୀତ ନିର୍ଦ୍ଦେଶନା ଦେଛନ୍ତି ଅଭିଜିତ ମଜୁମଦାର। ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ପିନୁ ନାୟକ। ଗୀତିକାର ନିର୍ମଳ ନାୟକ ଗୀତକୁ ଶବ୍ଦରେ ସଜେଇ ଥିବାବେଳେ ହ୍ୟୁମାନ ସାଗର, ଅଭିଜିତ ମଜୁମଦାର, ସତ୍ୟଜିତ ପ୍ରଧାନ, ତାରିକ ଅଜିଜ, ନେହା ନିହାରିକା କଣ୍ଠଦାନ କରିଛନ୍ତି । ବାବୁ ପ୍ରଧାନ, ଡିସ୍କୋ ରେଡି, କୃଷ୍ଣ, ଶ୍ରାବଣୀ, ତାନିଆ, ଉମାକାନ୍ତ, ନିହାରିକା ଘୋଷ ପ୍ରମୁଖ ଅନ୍ୟ ଭୂମିକାର ରହିଛନ୍ତି ।

Odia Film Oxygen (ETV Bharat Odisha)

ଫିଲ୍ମର ଥିମ୍:
ବର୍ତ୍ତମାନ ମଣିଷ ନିଜ ନିଜର ସୁବିଧାକୁ ଚରିତାର୍ଥ କରିବାକୁ ଯାଇ ଅଧିକରୁ ଅଧିକ ଗଛ କାଟୁଛି । ଫଳରେ ବାୟୁ ମଣ୍ଡଳ ପ୍ରଦୂଷିତ ହେଉଥିବାବେଳେ ଅଙ୍ଗାରକାମ୍ଳ ବଢୁଛି ଓ ଅମ୍ଳଜାନ କମୁଛି । ଠିକ ଭାବେ ବର୍ଷା ହେଉ ନାହିଁ ଏବଂ ବର୍ଷା ଅଭାବରୁ କୃଷି ନଷ୍ଟ ହେଉଛି। ମଣିଷ ଶରୀର ସଠିକ ଭାବରେ କାର୍ଯ୍ୟ କରିବା ପାଇଁ ଅମ୍ଳଜାନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ବାୟୁରୁ ଶରୀର ଅମ୍ଳଜାନ ପାଇଥାଏ । ଅକ୍ସିଜେନ ଜୀବନ ଧାରଣାର ମୁଖ୍ୟ ଉତ୍ସ। ତେଣୁ ଜଙ୍ଗଲ ସୃଷ୍ଟି କରିବା ଓ ପରିବେଶକୁ ରକ୍ଷା କରିବା ଧାରଣାକୁ ନେଇ ତିଆରି ହୋଇଛି ଓଡି଼ଆ ଫିଲ୍ମ ‘ଅକ୍ସିଜେନ’।

ଏହା ବି ପଢନ୍ତୁ...ପୂଜା ବଜାରରେ ଫିଲ୍ମ ଲଢେଇ: ଭିଲେନ ସହ କର୍ମ ଓ ‘ଖୋକା ଭାଇ ତମ ପାଇଁ’ର ଟକ୍କର, କିଏ ଜିତିବ ମନ - Odia Film Release On Dussehra 2024

ଏହା ମଧ୍ୟ ପଢନ୍ତୁ: ଅନୁଭବଙ୍କ ସହ କାମ କରିବା ମୋ ପାଇଁ ସୌଭାଗ୍ୟ: ସୂର୍ଯ୍ୟମୟୀ

ଏହା ମଧ୍ୟ ପଢନ୍ତୁ: 'ଭିଲେନ' ହୋଇ ଭିଲେନକୁ ମାତ୍ ! ସ୍ୱତନ୍ତ୍ର ସାକ୍ଷାତକାରରେ ଖୁଲାସା କଲେ ଷ୍ଟାରକାଷ୍ଟ

ଏହା ମଧ୍ୟ ପଢନ୍ତୁ: ସ୍ମୃତିରେ ଅକ୍ଷୟ ମହାନ୍ତି, ଆସୁଛି ଓଡ଼ିଆ ଫିଲ୍ମ 'ଖୋକଭାଇ ତମ ପାଇଁ'

ଫିଲ୍ମର କାହାଣୀ:

ଜଣେ ଫରେଷ୍ଟ ଅଫିସର ବହୁତ କଷ୍ଟରେ ଜଙ୍ଗଲର ରକ୍ଷଣାବେକ୍ଷଣ କରନ୍ତି । ତାଙ୍କ ଝିଅ ଜଣେ ଇଟା ଇଞ୍ଜିନିୟର ଯିଏକି ଜଣେ ପରିବେଶବିତ ମଧ୍ୟ । କିଛି ଖଳ ଲୋକଙ୍କ ଚକ୍ରାନ୍ତ ଯୋଗୁଁ ଫରେଷ୍ଟ ଅଧିକାରୀଙ୍କର ହଠାତ ମୃତ୍ୟୁ ହୁଏ। ସମୟ କ୍ରମେ ତାଙ୍କ ଉଚ୍ଚଶିକ୍ଷିତ ଝିଅ ବାପାଙ୍କ କଥା ରଖିବା ପାଇଁ ନିଜେ ଏବଂ ଫାର୍ମାସିଷ୍ଟ ପ୍ରେମୀକୁ କିପରି ପ୍ରକୃତିକୁ ସଜାଡିବାକୁ ଚେଷ୍ଟା କରେ ତାହାହିଁ କାହାଣୀର ମୂଳ ବସ୍ତୁ। ନଭେମ୍ବର ଦ୍ଵିତୀୟ ସପ୍ତାହରେ ଫିଲ୍ମ ରିଲିଜ ହେବ ବୋଲି ପ୍ରଯୋଜକ କହିଛନ୍ତି।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.