ETV Bharat / state

ବିକାଶର ନଗ୍ନଚିତ୍ର: ଗାଁକୁ ଆସିପାରିଲାନି ଆମ୍ବୁଲାନ୍ସ, ଚାଲିଗଲା ଜୀବନ - Woman Carried On Cot

author img

By ETV Bharat Odisha Team

Published : 1 hours ago

Patient Carried On Cot: ଗାଁକୁ ନାହିଁ ରାସ୍ତା । ଆସିପାରିଲାନି ଆମ୍ବିଲାନ୍ସ । ଖଟିଆରେ ବୁହାହେଲେ ରୋଗୀ । ଅଧାବାଟରେ ଚାଲିଗଲା ପ୍ରାଣ । ଅଧିକ ପଢ଼ନ୍ତୁ

Patient Carried On Cot
Patient Carried On Cot (ETV Bharat Odisha)

ଭବାନୀପାଟଣା/ଅନୁଗୋଳ: ଗାଁକୁ ରାସ୍ତା ନଥିବାରୁ ଆସି ପାରିଲାନି ଆମ୍ବୁଲାନ୍ସ । ଫଳରେ‌ ଖଟିଆରେ ବୋହି ରୋଗୀଙ୍କୁ ସ୍ବାସ୍ଥ୍ୟକେନ୍ଦ୍ର ଆଣିଲେ ସମ୍ପର୍କୀୟ । ଏପଟେ ଆମ୍ବୁଲାନ୍ସ ନ ଆସିପାରିବାରୁ ଖଟିଆରେ ବୁହା ହୋଇ ଯୁବତୀଙ୍କୁ ନେବା ବେଳେ ଅଧାବାଟରେ ପ୍ରାଣ ହରାଇଛନ୍ତି ଯୁବତୀ । ଏଣେ ଆମ୍ବୁଲାନ୍ସ ନ ଆସିବାରୁ ଟ୍ରଲିରେ ବୁହାହେଲା ଅସୁସ୍ଥ ନାବାଳକ ।

ଆସିଲାନି ଆମ୍ବୁଲାନ୍ସ, ଚାଲିଗଲା ପ୍ରାଣ:

ଭବାନୀପାଟଣା ସଦର ବ୍ଲକ ଯୁଗସାଏପାଟଣା ମାଣ୍ଡିଆବିରି ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି । ଗାଁର ଚନ୍ଦ୍ରିକା ଦଳପତି ନାମକ ଜଣେ ଯୁବତୀ ଅସୁସ୍ଥ ହୋଇପଡିଥିଲେ । ପରିବାର ଲୋକେ ୧୦୮ ଆମ୍ବୁଲାନ୍ସକୁ ଜଣାଇଥିଲେ । ଖବର ପାଇ ଆମ୍ବୁଲାନ୍ସ ଗାଁକୁ ଯିବା ପାଇଁ ବାହାରିଥିଲା । ହେଲେ ଗାଁକୁ ରାସ୍ତା ନ ଥିବାରୁ ଆମ୍ବୁଲାନ୍ସଟି ଆସି ନ ପାରି ୫ କି.ମି ଦୂରରେ ଅଟକି ରହିଥିଲା । ଫଳରେ ପରିବାର ଲୋକେ ବାଧ୍ୟ ହୋଇ ଏକ ଖଟିଆରେ ଯୁବତୀଙ୍କୁ ଧରି ଆମ୍ବୁଲାନ୍ସ ପାଖକୁ ଆସୁଥିଲେ । ହେଲେ ଆମ୍ବୁଲାନ୍ସ ପାଖକୁ ଆଣିବା ପୂର୍ବରୁ ଅଧା ରାସ୍ତାରେ ଯୁବତୀଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି । ପରିବାର ଲୋକେ ମୃତଦେହ ଧରି ଅଧାବାଟରୁ ଘରକୁ ଫେରିଯାଇଥିବା ଜଣାପଡିଛି । ଏହି ଘଟଣା ଏବେ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି । ଉଭୟ ଘଟଣାକୁ ନେଇ ଜିଲ୍ଲା ପ୍ରଶାସନର କୌଣସି ପ୍ରତିକ୍ରିୟା ମିଳି ପାରିନାହିଁ ।

ଖଟିଆରେ ବୁହା ହେଲେ ଅସୁସ୍ଥ ମହିଳା:

ସେହିପରି କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ବ୍ଲକ ଅନ୍ତର୍ଗତ ଲୁବେନଗଡ ପଞ୍ଚାୟତର ପୁଇଝୁରୀ ଗାଁ ଜରଲୀ ମାଝୀ ନାମକ ମହିଳାଙ୍କୁ ଜ୍ୱର ହୋଇଥିଲା । ଗୁରୁତର ଅସୁସ୍ଥ ହେବାରୁ ପରିବାର ଲୋକ ଆମ୍ବୁଲାନ୍ସକୁ ଫୋନ କରିଥିଲେ । ହେଲେ ଗାଁକୁ ଭଲ ରାସ୍ତା ନଥିବାରୁ ଆମ୍ବୁଲାନ୍ସ ଆସିବା ସମ୍ଭବପର ହୋଇନଥିଲା । ତେଣୁ ବାଧ୍ୟ ହୋଇ ଗାଁର କିଛି ଲୋକ ଖଟିଆରେ ରୋଗୀକୁ ନିକଟସ୍ଥ ଉର୍ଲାଦାନୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଚିକିତ୍ସା ପାଇଁ ନେଇଥିଲେ । ତେଣୁ ଭଲ ରାସ୍ତା ଖଣ୍ଡେ ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...ଗାଁକୁ ନାହିଁ ପକ୍କା ରାସ୍ତା; ଖଟିଆ ପାଲଟିଲା ଆମ୍ବୁଲାନ୍ସ, 5 କିମି ଭାରରେ ବୁହାହେଲେ ଗର୍ଭବତୀ - Pregnant Woman Carried On Cot

ଏହା ମଧ୍ୟ ପଢ଼ନ୍ତୁ...ବିକାଶକୁ ଉପହାସ: ଗାଁକୁ ନାହିଁ ପକ୍କା ରାସ୍ତା, ଖଟିଆରେ ବୁହା ହେଲେ ଗର୍ଭବତୀ ଓ ରୋଗୀ - PREGNANT LADY CARRIED ON COT

ଏହା ମଧ୍ୟ ପଢ଼ନ୍ତୁ...ବିକାଶର ଅସଲ ଚିତ୍ର, ଦେଢ କିମି ଖଟିଆରେ ବୁହା ହେଲେ ରୋଗୀ - patient carried on cot

ଟ୍ରଲିରେ ବୁହା ହେଲେ ରୋଗୀ:

ସେପଟେ ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଦୃଶ୍ୟ । ଏକ ଟ୍ରଲିରେ ବୁହା ହୋଇ ରୋଗୀ ଆସିଥିବା ଦେଖିବାକୁ ମିଳିଥିଲା । ସୂଚନା ଯେ, ବନାରସ୍ ଅଞ୍ଚଳର ଜଗଦୀଶ କୁମାରଙ୍କ ପୁଅ ବୀର୍ କୁମାର (୧୨)ଙ୍କ ଦେହ ଅସୁସ୍ଥ ହୋଇଯାଇଥିଲେ । ପରିବାର ବୀରର ଦେହ ଖରାପ ହେବା ଦେଖି ପରିବାର ଲୋକ ଆମ୍ବୁଲାନ୍ସକୁ ଫୋନ କରିଥିଲେ । କିନ୍ତୁ ଆମ୍ବୁଲାନ୍ସ ଆସିବାରେ ବିଳମ୍ବ ହେବାରୁ ବାଧ୍ୟ ହୋଇ ପରିବାର ଲୋକେ ଏକ ଟ୍ରଲି ଯୋଗେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଆଣିଥିଲେ । ଟ୍ରଲିରେ ରୋଗୀ ବୁହା ଭଳି ସମ୍ବେଦନଶୀଳ ଘଟଣା ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚାର ବିଷୟ ହୋଇଛି । ସେପଟେ ଘଟଣାରେ ପ୍ରଶାସନ ପକ୍ଷରୁ ପ୍ରତିକ୍ରିୟା ମିଳିପାରିନାହିଁ ।

ଇଟିଭି ଭାରତ, କଳାହାଣ୍ଡି/ ଅନୁଗୋଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.