ETV Bharat / state

ବୃଦ୍ଧି ପାଇବାରେ ଲାଗିଛି ଜଳବାହିତ ରୋଗ, ନିୟନ୍ତ୍ରଣ ପାଇଁ ଜିଲ୍ଲା ପ୍ରଶାସନର ବୈଠକ - ରୋଗ ନିୟନ୍ତ୍ରଣ ପାଇଁ ବୈଠକ

ବର୍ଷା ଋତୁ ଆରମ୍ଭରେ ବୌଦ୍ଧ ଜିଲ୍ଲାରେ ଜଳବାହିତ ରୋଗ ନିୟନ୍ତ୍ରଣ ପାଇଁ ଜିଲ୍ଲା ପ୍ରଶାସନ ଓ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରିବାକୁ ଜରୁରୀକାଳୀନ ବୈଠକ ଅନୁଷ୍ଠିତ । ଅଧିକ ପଢନ୍ତୁ

District administration meeting
District administration meeting
author img

By

Published : Jul 20, 2023, 1:54 PM IST

District administration meeting

ବୌଦ୍ଧ: ବର୍ଷା ଋତୁ ଆରମ୍ଭରୁ ବୌଦ୍ଧ ଜିଲ୍ଲାର ବିଭିନ୍ନ ଦୁର୍ଗମ ଅଞ୍ଚଳରେ ଜଳବାହିତ ରୋଗ ବୃଦ୍ଧି ପାଇବାରେ ଲାଗିଛି । ତେଣୁ ଏହାର ନିରାକରଣ ନେଇ ଜିଲ୍ଲା ପ୍ରଶାସନ ଓ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏକ ଜରୁରୀକାଳୀନ ବୈଠକ ଅନୁଷ୍ଠିତ ହୋଇଛି । ବୌଦ୍ଧ ଜିଲ୍ଲାରେ ଏକଦା ମ୍ୟାଲେରିଆ ସାରା ଜିଲ୍ଲାରେ ଚିନ୍ତା ବଢାଇ ଥିବା ବେଳେ ବର୍ତ୍ତମାନ ଏହା ଅନେକାଂଶରେ ନିୟନ୍ତ୍ରଣ ହୋଇପାରିଛି । ସେହିପରି ଗତ କିଛି ବର୍ଷ ହେଲା ବୌଦ୍ଧ ଜିଲ୍ଲାର ବିଭିନ୍ନ ସ୍ଥାନରେ କିଡନୀ ରୋଗ ମହାମାରୀ ଭଳି ମାଡ଼ି ଚାଲିଛି । ଏହି କିଡନୀ ରୋଗ ଦ୍ବାରା ପାଞ୍ଚ ଶହରୁ ଊର୍ଦ୍ଧ୍ବ ଲୋକଙ୍କ ମୃତ୍ୟୁ କରିଥିବା ବେଳେ ବର୍ତ୍ତମାନ ମଧ୍ୟ ଜିଲ୍ଲାର ବିଭିନ୍ନ ସ୍ଥାନରେ ତିନି ହଜାରରୁ ଅଧିକ କିଡନୀ ରୋଗୀ ଚିକିତ୍ସିତ ହେଉଛନ୍ତି ।

ବିଶେଷ ଭାବରେ ଜିଲ୍ଲାରେ ପାନୀୟଜଳ ସମସ୍ୟାରୁ କିଡନୀ ରୋଗ ମହାମାରୀର ରୂପ ନେଉଥିବା ବେଳେ ବର୍ତ୍ତମାନ ବାୟୁ ବାହିତ ଓ ଜଳ ବାହିତ ରୋଗର ଲକ୍ଷଣ ଦେଖାଯାଇଛି । ଅନ୍ୟ ଅଞ୍ଚଳ ଭଳି ବୌଦ୍ଧ ଜିଲ୍ଲାର ବିଭିନ୍ନ ସ୍ଥାନରେ ବର୍ତ୍ତମାନ ଆଖିଧରା ବ୍ୟାପକ ମାତ୍ରାରେ ଦେଖାଯାଇଛି । ଏସବୁକୁ ଦୃଷ୍ଟିରେ ରଖି ସମସ୍ତ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ପାଇଁ ଜିଲ୍ଲାପାଳ ସ୍ବାସ୍ଥ୍ୟ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି । ତେବେ ବୌଦ୍ଧ ଜିଲ୍ଲାର ବିଭିନ୍ନ ଦୁର୍ଗମ ଅଞ୍ଚଳରେ ଆମ୍ବୁଲାନ୍ସ ସେବା ଠିକରେ ପହଞ୍ଚି ପାରୁ ନଥିବାରୁ ଏନେଇ ଗଭୀର ଉଦବେଗ ପ୍ରକାଶ ପାଇଛି । ଜିଲ୍ଲାର ସମୁଦାୟ ୧୦ଗୋଟି ଆମ୍ବୁଲାନ୍ସ ରହିଥିବା ବେଳେ କେବଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୩ଟି ଓ ହରଭଙ୍ଗା, ପୁରୁଣା କଟକ,ଜହ୍ନାପଙ୍ଗ, ବାଉଶୁଣୀ, ମନମୁଣ୍ଡା ଓ କଣ୍ଟାମାଳ ଡାକ୍ତରଖାନାରେ ଗୋଟିଏ ଲେଖାଏଁ ଆମ୍ବୁଲାନ୍ସ ରହିଛି । ହେଲେ ସମସ୍ତ ଆମ୍ବୁଲାନ୍ସ ଡ଼୍ରାଇଭର ମାନଙ୍କ ଦରମା ବୃଦ୍ଧି ହେଉ ନ ଥିବାରୁ ଏନେଇ ଡ୍ରାଇଭରମାନେ ବାରମ୍ବାର ଦାବି କରି ଆସୁଛନ୍ତି ।

ଏହା ମଧ୍ୟ ପଢନ୍ତୁ- ଜଗତସିଂହପୁରରେ ବ୍ୟାପୁଛି ଆଖିଧରା ରୋଗ, ସତର୍କ ରହିବା ପାଇଁ ପରାମର୍ଶ

ସେପଟେ ଜିଲ୍ଲାର କେତେକ ଡାକ୍ତରଖାନାରେ ଥିବା ମହାପ୍ରୟାଣ ଆମ୍ବୁଲାନ୍ସର ଡ୍ରାଇଭରଙ୍କୁ ଦୀର୍ଘ ସାତ ମାସ ହେଲା ଦରମା ମିଳିନଥିବାରୁ ଆଜିର ବୈଠକରେ ଗଭୀର ଅସନ୍ତୋଷ ପ୍ରକାଶ ପାଇଥିଲା । ଶେଷରେ ଜିଲ୍ଲାପାଳଙ୍କ ହସ୍ତକ୍ଷେପ ପରେ ଏହି ସମସ୍ୟାର ସମାଧାନ ପାଇଁ ଜିଲ୍ଲାର ତିନି ବିଡ଼ିଓଙ୍କୁ ଦାୟିତ୍ଵ ପ୍ରଦାନ ପାଇଁ ନିଷ୍ପତ୍ତି ହୋଇଥିଲା । ଜିଲ୍ଲାରେ ବର୍ତ୍ତମାନ ବାୟୁ ବାହିତ ଓ ଜଳ ବାହିତ ରୋଗ ବୃଦ୍ଧି ପାଇବାରେ ଲାଗିଥିବା ବେଳେ ଏଥିପାଇଁ ସମସ୍ତ ପ୍ରସ୍ତୁତି ଚୂଡାନ୍ତ ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.