ବୌଦ୍ଧ: କୋରୋନା କଟକଣା ହଟିବା ପରେ ଚଳଚଞ୍ଚଳ ହୋଇଛି ଧାର୍ମିକ ପୀଠ । କଟକଣା ଯୋଗୁଁ ପୂର୍ବରୁ ବୌଦ୍ଧ ଜିଲ୍ଲାରେ ମନ୍ଦିର ଗୁଡିକ ବନ୍ଦ ରହିଥିବାରୁ ଶ୍ରାବଣ ମାସର ପ୍ରଥମ ସୋମବାରରେ ଶ୍ରଦ୍ଧାଳୁ ମନ୍ଦିର ପ୍ରବେଶ କରିପାରି ନଥିଲେ । କିନ୍ତୁ ମନ୍ଦିର ଗୁଡିକ ଏବେ ଭକ୍ତଙ୍କ ପାଇଁ ଖୋଲିଥିବା ବେଳେ ଆଜି ଶ୍ରାବଣ ମାସର ଶେଷ ସୋମବାର ହୋଇଥିବାରୁ ଶ୍ରଦ୍ଧାଳୁ ଦେବଦେବ ମହାଦେବଙ୍କ ଠାରେ ଜଳାଭିଷେକ କରିଥିଲେ ।
ଏନେଇ ଦ୍ବିତୀୟ ପ୍ରୟାଗ କ୍ଷେତ୍ର ଭାବରେ ପରିଚିତ ବୌଦ୍ଧ ଜିଲ୍ଲାର ଗନ୍ଧରାଡି,ରାମେଶ୍ୱର, ଚନ୍ଦ୍ରଚୂଡ, ମାତଙ୍ଗେଶ୍ବର, କରଡି, ଧଳପୁର, ରାମଗଡ, ବାଉଁଶୁଣୀ, ଦହ୍ୟା, ମନମୁଣ୍ଡା, ଶଗଡା ଓ କଣ୍ଟାମାଳ ଭଳି ବିଭିନ୍ନ ସ୍ଥାନରେ ଥିବା ଶୈବପୀଠ ଗୁଡିକରେ ଆଜି ଶ୍ରାବଣ ଶେଷ ସୋମବାର ଉପଲକ୍ଷେ ପ୍ରବଳ ଭିଡ ପରିଲକ୍ଷିତ ହୋଇଥିଲା । ସରକାର କୋରୋନା କଟକଣା କୋହଳ ପରେ ବିଭିନ୍ନ ମନ୍ଦିର ତଥା ଧାର୍ମିକସ୍ଥଳ ଗୁଡିକ ଖୋଲିବାକୁ ଅନୁମତି ଦେଇଥିବାରୁ ଶ୍ରଦ୍ଧାଳୁ ଓ ଭକ୍ତ ଖୁସି ବ୍ୟକ୍ତ କରିଛନ୍ତି ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ