ETV Bharat / state

ସାଲୁଙ୍ଗୀ ନଦୀରେ ଜଳସେଚନ ପ୍ରକଳ୍ପ ନିର୍ମାଣ ପାଇଁ ଦାବି - construction of an irrigation project

ବୌଦ୍ଧ ଜିଲ୍ଲାରେ ବର୍ଷ ବର୍ଷ ଧରି ଲାଗି ରହିଛି ଜଳ ସମସ୍ୟା । ସମସ୍ୟାର ସମାଧାନ ପାଇଁ ଦୀର୍ଘ ଦିନରୁ ସାଲୁଙ୍ଗୀ ନଦୀରେ ଗମ୍ଭୀର ଦରହଠାରେ ଜଳସେଚନ ପ୍ରକଳ୍ପ ପାଇଁ ଦାବି କରି ଆସୁଥିଲେ ବି ପ୍ରଶାସନ କର୍ଣ୍ଣପାତ କରି ନଥିବା ଅଭିଯୋଗ ହୋଇଛି । ଶୀଘ୍ର ଏକ ଜଳସେଚନ ପ୍ରକଳ୍ପ ନିର୍ମାଣ କରିବାକୁ ଦାବି ହୋଇଛି । ଅଧିକ ପଢନ୍ତୁ...

ଜଳସେଚନ ପ୍ରକଳ୍ପ ନିର୍ମାଣ ପାଇଁ ଦାବି
ଜଳସେଚନ ପ୍ରକଳ୍ପ ନିର୍ମାଣ ପାଇଁ ଦାବି
author img

By

Published : Mar 24, 2021, 3:06 PM IST

ବୌଦ୍ଧ: ଜିଲ୍ଲାରେ ଉଭୟ ଜଳସେଚନ ଓ ପାନୀୟଜଳ ପାଇଁ ଲାଗିରହିଛି ସମସ୍ୟା । ଦୀର୍ଘ ଦିନରୁ ସାଲୁଙ୍ଗୀ ନଦୀରେ ଗମ୍ଭୀର ଦରହଠାରେ ଜଳସେଚନ ପ୍ରକଳ୍ପ ପାଇଁ ଦାବି କରି ଆସୁଥିଲେ ବି ପ୍ରଶାସନ କର୍ଣ୍ଣପାତ କରି ନଥିବା ଅଭିଯୋଗ ହୋଇଛି । ଯାଥାଶୀଘ୍ର ପ୍ରକଳ୍ପର ନିର୍ମାଣ ପାଇଁ ଦାବି ହୋଇଛି ।

ଜଳସେଚନ ପ୍ରକଳ୍ପ ନିର୍ମାଣ ପାଇଁ ଦାବି

ଉପାନ୍ତ ଅଞ୍ଚଳରେ ଜଳସେଚନ ସହିତ ପାନୀୟଜଳର ସମସ୍ୟା ବର୍ଷ ତମାମ ଲାଗି ରହୁଛି । ଏ ସମ୍ପର୍କରେ ବାରମ୍ବାର ଗୁହାରି ପରେ ମଧ୍ୟ ସୁଫଳ ନ ମିଳିବାରୁ ଅଞ୍ଚଳବାସୀ ଆନ୍ଦୋଳନ ପାଇଁ ସଜବାଜ ହେଉଛନ୍ତି । ବୌଦ୍ଧ ଜିଲ୍ଲାର ଟିକରପଡା ପଞ୍ଚାୟତ ଗୁରୁଜିମୁଣ୍ଡା ନିକଟରେ ପ୍ରବାହିତ ହେଉଛି ସାଲୁଙ୍କୀ ନଦୀ । ତେବେ ବର୍ଷ ତମାମ ଗୁରୁଜିମୁଣ୍ଡା ନିକଟରେ ଗମ୍ଭୀର ଦରହ ଠାରେ ପାଣି ଭର୍ତ୍ତି ହୋଇ ରହୁଥିଲେ ମଧ୍ୟ ଏହାର ସଦୁପଯୋଗ ହୋଇପାରୁ ନାହିଁ । ଫଳରେ ଅନେକ ଅଞ୍ଚଳରେ ବର୍ଷ ସାରା ଜଳସେଚନ ସହିତ ପାନୀୟଜଳର ସମସ୍ୟା ଲାଗି ରହୁଛି ।

ଗମ୍ଭୀର ଦରହ ଠାରେ ସେଚ ପ୍ରକଳ୍ପ ନିର୍ମାଣ ହେଲେ ଟିକରପଡା ପଞ୍ଚାୟତଠାରୁ ଆରମ୍ଭ କରି ବଘିଆପଡା, ବନ୍ଧାପଥର,ବାମଣ୍ଡା, ମୁର୍ଷୃଣ୍ଢି, ବଢିଗାଁ, ରାଧାନଗର, ମୁଣ୍ଡାପଡା,ଲକ୍ଷ୍ମୀ ପ୍ରସାଦ, ତେଲିବନ୍ଧ, ସାମ୍ପୋଚ, ବୀରନରସିଂପୁର ଭଳି ତିତିଶରୁ ଉର୍ଦ୍ଧ୍ବ ପଞ୍ଚାୟତକୁ ଜଳସେଚନ ହୋଇପାରିବ । ତେଣୁ ସେଠାରେ ଏକ ଜଳ ପ୍ରକଳ୍ପ ନିର୍ମାଣ ପାଇଁ ଦାବି ହୋଇଛି ।

ପ୍ରକଳ୍ପ ନିର୍ମାଣରେ ରାଜନୀତି କରାଯାଇ ସତୀଘାଟ ଠାରେ ପ୍ରକଳ୍ପ ନିର୍ମାଣ କରିବାକୁ କେତେକ ମସୁଧା କରୁଥିବା ଚର୍ଚ୍ଚା ହେଉଛି । ଏ ଦିଗରେ ରାଜନିତୀ ନ କରି ଲୋକଙ୍କ ସୁବିଧାକୁ ଦୃଷ୍ଟିରେ ନିଷ୍ପତ୍ତି ନେବାରୁ ଦାବି ହୋଇଛି । ଗମ୍ଭୀର ଦରହ ଠାରେ ସବୁଠାରୁ କମ ବ୍ୟୟ ଅଟକଳରେ ଏକ ବୃହତ ପ୍ରକଳ୍ପ ନିର୍ମାଣ ହୋଇପାରିବ ବୋଲି ବୁଦ୍ଧିଜୀବୀ ମତ ପ୍ରକାଶ କରିଛନ୍ତି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.